ଭୋପାଳ: ପ୍ରଦୂଷଣକୁ ହ୍ରାସ କରିବା ଲାଗି ଭାରତୀୟ ରେଳବାଇ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ମଧ୍ୟ ପ୍ରଦେଶର ବିନ ଠାରେ ୧.୭ ମେଗାୱାଟ ବିଶିଷ୍ଟ ଏକ ସୌର ଶକ୍ତି କେନ୍ଦ୍ର(solar power plant) ସ୍ଥାପନ କରାଯାଇଛି । ଏଠାରୁ ଉତ୍ପାଦିତ ହେବାକୁ ଥିବ ସୌରଶକ୍ତି ଟ୍ରେନ ଚଳାଚଳରେ ବ୍ୟବହାର କରାଯିବ।   


COMMERCIAL BREAK
SCROLL TO CONTINUE READING

ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ଭାରତୀୟ ରେଳବାଇର ବାର୍ଷିକ ୧.୩୭ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ଭାରତୀୟ ରେଳବାଇ (Indian Railway) ସହ ଭାରତୀୟ ଭାରତୀୟ ଭାରୀ ଶିଳ୍ପ ଉଦ୍ୟୋଗ-ଭେଲ( Bharat Heavy Electrical Limited-BHEL) ପକ୍ଷରୁ ମିଳିତ ଭାବେ ଏହାକୁ ପ୍ରତିଷ୍ଠା କରାଯାଇଛି। ଲୋକୋମୋଟିଭ ଟ୍ରାକ୍ସନ୍ ସିଷ୍ଟମ(locomotives traction system) ଶକ୍ତି ଯୋଗାଇବା ପାଇଁ ରେଳବାଇକୁ ୨୫,୦୦୦ ଭୋଲ୍ଟର ଭୋଲଟେଜ ଅଧିକ ମିଳିବ।   


ଗତ ବର୍ଷ ନଭେମ୍ବରରେ ବିନା ସୌର ଶକ୍ତି ଯୋଜନା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାର ସ୍ଥାପନା ଶେଷ ହେବା ପରେ ଗତ ମାସରେ ଏହି କାରଖାନାରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳବାଇ ଇଞ୍ଜିନିୟରଙ୍କ ପରାମର୍ଶକ୍ରମେ ଭେଲ ଦ୍ୱାରା ସୌର ଶକ୍ତି କେନ୍ଦ୍ରର ଡିଜାଇନ କରାଯାଇଛି।


ସମଗ୍ର ଭାରତରେ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ବିଭାଗ ଅଧିନରେ ଥିବା ଖାଲି ଜମିକୁ ବ୍ୟବହାର କରୁଛି ଭାରତୀୟ ରେଳବାଇ। ଆସନ୍ତା ୨୦୩୦ ବର୍ଷ ସୁଦ୍ଧା 'ନେଟ୍ ଜିରୋ' (Net Zero) କାର୍ବନ ନିର୍ଗମନ ଜନ ପରିବହନ ନେଟୱାର୍କ ଭାବରେ ରୂପାନ୍ତର କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସୌର ଶକ୍ତିର ବ୍ୟବହାର ଦ୍ୱାରା ଭାରତୀୟ ରେଳବାଇକୁ ଆତ୍ମନିର୍ଭରଶୀଳ ହେବାରେ ଶକ୍ତି ମିଳିବ।