ଭୁବନେଶ୍ୱର: ଓଡ଼ିଶା (Odisha) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (Enforcement Directorate) ଉପନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ (Subodh Kumar) କୋଲକାତା ପୋଲିସ (Kolkata Police) ବର୍ତ୍ତମାନ ପଚରାଉଚରା ସୂଚନା କରୁଥିବା ମିଳିଛି। ଝାଡ଼ଖଣ୍ଡର (Jharkhand) ଜଣେ ଆଇନଜୀବୀଙ୍କ (Lawyer) ସହ ମିଶି ବଳପୂର୍ବକ ଅର୍ଥ ଆଦାୟ ଅଭିଯୋଗରେ କୋଲକାତା ପୋଲିସ (Kolkata Police) ଏହି ଜେରା କରୁଥିବା ଜଣାପଡ଼ିଛି। ତେବେ ସୁବୋଧ କୁମାର (Subodh Kumar) ଏନେଇ କୌଣସି ପ୍ରତିକ୍ରିୟା ଏବେ ସୁଦ୍ଧା ଦେଇ ନାହାନ୍ତି। ସୂଚନା ଅନୁସାରେ ଝାଡଖଣ୍ଡ ହାଇକୋର୍ଟର (Jharkhand Highcourt) ବରିଷ୍ଠ ଓକିଲ ରାଜୀବ କୁମାର ମିଛ ଜନସ୍ୱାର୍ଥ ମାମଲା କରି ଜୋର୍ ଜବରଦସ୍ତ ଟଙ୍କା ଦାବି କରୁଥିବା ଅଭିଯୋଗ କୋଲକାତା ପୋଲିସ ପାଖରେ ପହଞ୍ଚିଥିଲା। ଯାହାକୁ ସହଯୋଗ କରୁଥିଲେ ଓଡ଼ିଶା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଓଡିଶା ଜୋନାଲ କାର୍ଯ୍ୟାଳୟର ବର୍ତ୍ତମାନର ଡେପୁଟି ଡାଇରେକ୍ଟର ସୁବୋଧ କୁମାର । ଏହାକୁ ଆଧାର କରି ସୁବୋଧଙ୍କୁ ନୋଟିସ ପଠାଇ ଥିଲା କୋଲକାତା ପୋଲିସ । ଶେଷ ଖବର ସୁଦ୍ଧା ରାଜୀବ କୁମାରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ସୁବୋଧ କୁମାର ପୂର୍ବରୁ ରାଞ୍ଚି ଜୋନାଲ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଭାବରେ କାର୍ଯ୍ୟ କରୁଥିଲେ। ପରେ ଜୁନ୍ ମାସରେ ଓଡିଶାକୁ ସେ ବଦଳି ହୋଇ ଆସିଥିଲେ । ମୁଖ୍ୟ ଅଭିଯୁକ୍ତ ଆଇନଜିବୀ ରାଜୀବ କୁମାର ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଲୁଟିବା ପାଇଁ ମିଛର PIL ବା ଜନସ୍ଵାର୍ଥ ମାମଲା କରି ଟଙ୍କା ଦାବି କରୁଥିବା ପୋଲିସ ତଦନ୍ତ ପରିସରକୁ ଆସିଥିଲା। ଏହାର whatsup ବାର୍ତ୍ତାଳାପ ଆଧାରରେ କୋଲକାତା ପୋଲିସ ସୁବୋଧ କୁମାରଙ୍କୁ ନୋଟିସ୍ ପଠାଇଛି। ଆଇନଜିବୀ ରାଜୀବ କୁମାର,  ଶିବ ଶଙ୍କର ଶର୍ମାଙ୍କ ଆଡଭୋକେଟ୍ । ଶିବ ଶଙ୍କର ଶର୍ମା ହେଉଛନ୍ତି ଜଣେ ସୁଚନା କର୍ମୀ। 


ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଦୁଇଟି PIL ଦାଖଲ କରିଥିଲେ। ପରେ ଶେଲ୍ କମ୍ପାନୀଗୁଡିକ ମାଧ୍ୟମରେ ଏବଂ ତାଙ୍କ ନାମରେ ପଥର ଖଣି ଲିଜ୍ ପାଇବା ପାଇଁ ଚାପ ପକାଇଥିଲେ। ସେପଟେ କୋଲକାତା ଭିତ୍ତିକ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କଠାରୁ ଟଙ୍କା ଲୁଟିବା ଅଭିଯୋଗରେ ରାଜୀବ କୁମାରଙ୍କୁ କୋଲକାତା ପୋଲିସ ଗିରଫ କରିଛି। ଅଭିଯୋଗ ହୋଇଥିଲା ଯେ ରାଜୀବ କୁମାର ସମ୍ଭାବ୍ୟ ଗିରଫଦାରିରୁ ବଞ୍ଚାଇବା ପାଇଁ ଅମିତ ଅଗ୍ରୱାଲଙ୍କଠାରୁ 50 ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ।  ନୋଟିସରେ କୋଲକାତା ପୋଲିସ କହିଛି ଯେ ସୁବୋଧ କୁମାର ଏହି ଘଟଣାର ସତ୍ୟତା ଅଛି କି ନାହିଁ ଜାଣିବା ସହ ଏବଂ ତାଙ୍କ ବୟାନ ରେକର୍ଡ ହେବା ଆବଶ୍ୟକ ବୋଲି ଅନୁଭବ କରୁଛି ।


ଅଧିକ ପଢନ୍ତୁ: ବର୍ଷକ ମଧ୍ୟରେ ଏତିକି ବଢିଛି ମୋଦିଙ୍କ ସମ୍ପତ୍ତି
ଅଧିକ ପଢନ୍ତୁ: ଟିନା ଡାବିଙ୍କ ନାଁରେ ଆସିଲା ଗୁରୁତର ଅଭିଯୋଗ
ଅଧିକ ପଢନ୍ତୁ: ମୋକିମଙ୍କ ଦଳ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଲା