Dakota Plane reached Odisha: ରାଜଧାନୀ ଭୁବନେଶ୍ୱରରେ ପହିଞ୍ଚିଛି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ 'ଡାକୋଟା' ବିମାନ। ବୁଧବାର ସକାଳେ ଏହି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରସ୍ଥିତ ଲକ୍ଷ୍ମଣନାଥ ଟୋଲ ଗେଟ୍ ଅତିକ୍ରମ କରିଥିଲା। ଏହି ବିମାନକୁ ତିନୋଟି ବଡ ବଡ଼ ଲରି ଯୋଗେ ପଶ୍ଟିମବଙ୍ଗରୁ ଓଡ଼ିଶା ଅଣାଯାଉଛି। ମଙ୍ଗଳବାର ରାତିରେ କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଅଣାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରବାଦ ପୁରୁଷ ତଥା ରାଷ୍ଟ୍ରନାୟକ ସ୍ୱର୍ଗତ ବିଜୁ ବାବୁଙ୍କ ଏହି ଐତିହାସିକ ବିମାନକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା।


COMMERCIAL BREAK
SCROLL TO CONTINUE READING

ଡାକୋଟା (Dakota) ହେଉଛି ଏକ ସାମରିକ ପରିବହନ ବିମାନ (Military Transport Aircraft)। ଏହି ବିମାନର ଲମ୍ବ ହେଉଛି ୬୪ ଫୁଟ ୮ ଇଞ୍ଚ ଏବଂ ଏହାର ଡେଣା ପ୍ରାୟ ୯୫ ପର୍ଯ୍ୟନ୍ତ ଲମ୍ବା। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (Airport Authority of India) ୧.୧ ଏକର ଜମି ଆବଣ୍ଟନ କରିଛି। ଯେଉଁଠାରେ ଡାକୋଟା ବିମାନକୁ (Dakota Plane) ସର୍ବସାଧାରଣଙ୍କ ଦେଖିବା 
ପାଇଁ ରଖାଯିବ।


Also Read: Dakota Plane: ଓଡ଼ିଶା ଫେରିବ ବିଜୁବାବୁଙ୍କୁ ଐତିହାସିକ ବିମାନ, ରାଜଧାନୀରେ ଖୁବଶୀଘ୍ର ଦେଖିବାକୁ ମିଳିବ 'ଡାକାଟୋ'


 


ଏହା ପୂର୍ବରୁ ୧୦୦ ସଦସ୍ୟ ବିଶିଷ୍ଟ ଦଳ ଗତ ୧୨ ଦିନ ମଧ୍ୟରେ ଡାକୋଟା ବିମାନର ବିଭିନ୍ନ ଅଂଶକୁ ଅଲଗା କରି ଏକ କାଠ ବାକ୍ସରେ ପ୍ୟାକ୍ କରିଥିଲେ। ଏହାକୁ ସ୍ୱତନ୍ତ୍ର ପାଟ୍ରୋଲିଂ ଭ୍ୟାନ ମାଧ୍ୟମରେ କୋଲକାତାସ୍ଥିତ (KOlkata) ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ (Netaji Subhash Chandra Bose International Airport) ଭୁବନେଶ୍ୱରସ୍ଥିତ (Bhubaneswar) ବିଜୁ 
ପଟ୍ଟନାୟକ ବିମାନ ବନ୍ଦରକୁ (Biju Patnaik International Airport) ଅଣାଯାଉଛି। ଏହି ବିମାନକୁ ବଡ ଲୋରି ଯୋଗେ ପଶ୍ଚିମବଙ୍ଗ ଠାରୁ ଓଡ଼ିଶା (West Bengal to Odisha) ଅଣାଯାଇଛି। ଏହା ଯୋଗୁଁ ଯେ ପରି ଟ୍ରାଫିକ ସମସ୍ୟା ନ ଉପୁଜିବ ସେଥିପାଇଁ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପୋଲିସ ସମେତ କମିଶନରେଟ ପୋଲିସ ବିଭାଗକୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଥିଲା।


ଦୀର୍ଘ ଦିନର ଦାବି ପରେ ଓଡିଶା ଫେରିଛି ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ (Biju Babus Dakota Plane)। ଏହି ବିମାନ ଫେରାଇ ଆଣିବା ଲାଗି ଦୀର୍ଘ ଦିନ ଧରି ଓଡ଼ିଶା ବାସୀଙ୍କ ପକ୍ଷରୁ କରାଯାଇଥିବା ଦାବି ପୂରଣ ହୋଇଛି। କୋଲକାତା ଠାରୁ ଏହି ବିମାନକୁ ଭୁବନେଶ୍ୱର ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବୁଧବାର ଏହି ବିମାନ ଓଡିଶା ସୀମାରେ ବାଲେଶ୍ୱର ଜଳେଶ୍ଵର ଲକ୍ଷ୍ମଣନାଥ ଗେଟ ନିକଟରେ ପହଞ୍ଚିବା ପରେ ଏସ୍କର୍ଟ ଗାଡ଼ି ସହ ବିମାନର ବିଭିନ୍ନ ଅଂଶକୁ ତିନୋଟି ଲରୀ ଯୋଗେ ଅଣା ଯାଇଥିଲା। ଏହି ବିମାନକୁ ନେଇ ଆସୁଥିବା ଗାଡି଼ ପ୍ରଥମେ ଜଳେଶ୍ଵର ପରେ ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ ପହଞ୍ଚିବା ପରେ ଏସ୍କଟ ଗାଡ଼ି ସହ ଭୁବନେଶ୍ୱର ଅଭିମୁଖେ ପଠାଯାଇଥିଲା।


Also Read: Dakota Plane: ଓଡିଶା ଫେରିବ ବିଜୁ ବାବୁଙ୍କ ବିମାନ, ଜାଣନ୍ତୁ ଏହାର ଇତିହାସ


ବିଜୁ ବାବୁ ଡାକୋଟା ବିମାନକୁ ଦେଖିବା ପାଇଁ ଜାତୀୟ ରାଜପଥରେ ଲୋକଙ୍କ ଭିଡ଼ ଲାଗି ରହିଥିଲା। ସ୍ଥାନୀୟ ଲୋକଙ୍କ ସମେତ ସିମୁଳିଆ ତଥା ମଇତାପୁର ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜୋତି ପ୍ରକାଶ ପାଣିଗ୍ରାହୀ ଏବଂ ସ୍ଥାନୀୟ ଲୋକେ ଫୁଲ ତୋଡ଼ା ଦେଇ ଏହି ବିମାନକୁ ସ୍ଵାଗତ କରିଥିଲେ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ଡାକୋଟା ବିମାନକୁ ଓଡିଶା ଅଣାଯାଇ ସଂରକ୍ଷିତ କରି ରଖିବା ପାଇଁ ଦାବି ହୋଇଥିଲା। ହେଲେ ୨୬ ବର୍ଷ ପରେ ଏହି ଐତିହାସିକ ବିମାନକୁ ରାଜ୍ୟକୁ ଫେରାଇ ଆଣିଛନ୍ତି ଓଡ଼ିଶା ସରକାର। ଏହି ବିମାନକୁ ରାଜଧାନୀ ଭୁନେଶ୍ବରସ୍ଥିତ ବିମାନ ବନ୍ଦରରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଡାକୋଟା ବିମାନ ରଖିବା ପାଇଁ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ଭୁବନେଶ୍ଵର ବିମାନ ବନ୍ଦର ଠାରେ ୧.୧ ଏକର ଜମି ମଧ୍ଯ ଯୋଗାଇ ଦିଆଯାଇଛି।