Road Accident: ହଜାରିବାଗରେ ଓଡ଼ିଶାର ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ୪ ମୃତ ଓ ୨୯ ଆହତ
Road Accident: ଝାଡ଼ଖଣ୍ଡ ହଜାରୀବାଗରେ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୪ ଓଡ଼ିଆ ମୃତ। ମୃତକଙ୍କ ମଧ୍ୟରେ ଅନୁଗୁଳର ୨ ଓ ବାଲେଶ୍ୱରର ୨ ଜଣ। ୫୦ ଜଣଙ୍କୁ ନେଇ ଫେରୁଥିଲା ଟୁରିଷ୍ଟ ବସ୍। ଗୟାରୁ ଓଡ଼ିଶା ଫେରୁଥିବା ବେଳେ ଦୁର୍ଘଟଣା। ଟ୍ରକ୍ ସହ ବସ୍ ଧକ୍କାରୁ ଦୁର୍ଘଟଣା।
Road Accident, ରାଞ୍ଚି: ଝାଡ଼ଖଣ୍ଡ ହଜାରୀବାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଏକ ତୀର୍ଥଯାତ୍ରୀ ବସ ଓଲଟି ପଡିଛି। ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନୁଗୁଳର ୨ ଓ ବାଲେଶ୍ୱରର ୨ ଜଣ। ୫୦ ଜଣଙ୍କୁ ନେଇ ଫେରୁଥିଲା ଟୁରିଷ୍ଟ ବସ୍। ଗୟାରୁ ଓଡ଼ିଶା ଫେରୁଥିବା ବେଳେ ଦୁର୍ଘଟଣା। ଟ୍ରକ୍ ସହ ବସ୍ ଧକ୍କାରୁ ଦୁର୍ଘଟଣା।
ବିଳମ୍ବିତ ରାତିରେ ତୀର୍ଥଯାତ୍ରୀ ଭର୍ତ୍ତି ଏକ ବସ୍ ହାଜରିବାଗସ୍ଥିତ କାଟକାମସାଣ୍ଡିର ବାହିମାର ଘାଟିରେ ଏକ ଟ୍ରକ୍ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ରେ ପ୍ରାୟ ୫୦ ଜଣ ଲୋକ ଥିଲେ, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ପ୍ରାୟ ୫୦ ଲୋକ ଆହତ ହୋଇଥିଲେ। ସାମାନ୍ୟ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପରେ ଡିସଚାର୍ଜ ହୋଇଥିବାବେଳେ ୨୦ଜଣ ଯାତ୍ରୀ ହାଜରିବାଗ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଅନୁଗୁଳର ୨ ଓ ବାଲେଶ୍ୱରର ୨ ଜଣ ଥିବା ସୂଚନା ମିଳିଛି। ପୋଲିସ ପହଞ୍ଚି ଘଟଣାର ଛାନଭିନ ଚଳାଇଛି।
Also Read: Church Collapse: ରବିବାର ଉପାସନା ପୂର୍ବରୁ ଅଘଟଣ, ବଜ୍ରାଘାତରେ ଭାଙ୍ଗିଲା ଐତିହାସିକ ଚର୍ଚ୍ଚ
ଶନିବାର ହଜାରୀବାଗସ୍ଥିତ ଚୌପରଣ ଜାତୀୟ ରାଜପଥରେ ଦୁର୍ଘଟଣା ଏବଂ ଗ୍ୟାସ ଗାଡି ଲିକ୍ ହେତୁ ପ୍ରଶାସନ ଦ୍ୱାରା ଏହି ରାସ୍ତାକୁ ଡାଇଭର୍ଟ କରାଯାଇଥିଲା। ଫଳରେ ଗାଡିଗୁଡିକ ହାଜରିବାଗର କାଟାକାମସାଣ୍ଡି ଦେଇ ଯାଉଥିଲା। ନୂତନ ରାସ୍ତା ଏବଂ ଏକ ତୀକ୍ଷ୍ଣ ଘାଟି ସହିତ ବର୍ଷା ଯୋଗୁଁ ବହୁତ କୁହୁଡି ଥିଲା। ଏପରି ପରିସ୍ଥିତିରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାତି ପ୍ରାୟ ସାଢେ ଦୁଇଟା ବେଳେ ଦୁର୍ଘଟଣା ଘଟିଥିଲା। ଗାଡିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ।
ହଜାରିବାଗ ପୋଲିସ କହିଛି ଯେ, ଦୁର୍ଘଟଣର ଖବର ପାଇବା ମାତ୍ରେ ସେମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣଙ୍କର ଦେହାନ୍ତ ହୋଇଛି। ଅନ୍ୟ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଓଡିଶାରୁ ତୀର୍ଥଯାତ୍ରୀମାନେ ଗୟା ଯାଇ ସେଠାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ମାମଲାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।