ଭୁବନେଶ୍ୱର: ଭୁବନେଶ୍ୱର: ସେବା, ତ୍ୟାଗ, ଓଡ଼ିଆ ସ୍ବାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ । ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଇହଲୀଳା ତ୍ୟାଗକୁ ପୂରିଛି ୨୬ ବର୍ଷ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳୁଛି ବିଜୁ ଜନତା ଦଳ। ରାଜନୈତିକ ଦରୁ ଊର୍ଦ୍ଧ୍ୱରେ ରହି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ପାଳନ କରିଛନ୍ତି ରାଜନେତା ତଥା ରାଜ୍ୟବାସୀ। 


COMMERCIAL BREAK
SCROLL TO CONTINUE READING

ସେପଟେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ପାଳନ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୋ ଓଡିଶା ପରିବାର ତରଫରୁ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅଧୀନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏହି ଅବସରରେ ସକାଳ ୬ ଘଟିକାରେ ବିନ୍ଦୁସାଗର ଉତ୍ତରେଶ୍ୱର ଘାଟରେ ରାମଧୂନ ସହ ତିଳ ତର୍ପଣ କାର୍ଯ୍ୟକ୍ରମ କରାଯାଇଛି । ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଓ ଦଳୀୟ ନେତୃବୃନ୍ଦ ସାମିଳ ହୋଇଥିଲେ । ରାଜ୍ୟର ଅନ୍ୟସ୍ଥାନରେ ଆଜି ତିଳତର୍ପଣ, ପ୍ରଭାତଫେରି ଓ ସମୂହ ସଫେଇ ଅଭିଯାନ ସହ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତିସଭା, ରକ୍ତଦାନ ଶିବିର, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।


ବିଜୁ ବାବୁ ସେବା, ବଳିଦାନ ଏବଂ ଓଡିଆ ସ୍ୱାଭିମାନର ମୂଖ୍ୟ ଥିଲେ। ସାରା ଜୀବନ, ସେ ତାଙ୍କର ଉଦ୍ଦେଶ୍ୟ ‘ମାନବିକତା ପାଇଁ ସେବା’ ପାଇଁ ସର୍ବାଧିକ ଗୁରୁତ୍ୱ ଦେବେ। ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ ସଜହୀର ଏବଂ ପରେ ଉପ-ରାଷ୍ଟ୍ରପତି ମହମ୍ମଦ ହାଟ୍ଟାଙ୍କୁ ଉଦ୍ଧାର କରିବା ପାଇଁ ଜାଭା ଅଭିମୁଖେ ଯାତ୍ରା କରିଥିବା ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କୁ ଆଜି ମଧ୍ୟ ମନେ ପକାଯାଉଛି। ସେହିପରି ଅପରା୍ହଣରେ ସମୂହ ଦୀପ ଦାନ କରାଯିବ। କ୍ୟାପିଟାଲ ହସ୍ପିଟାଲ ରେଡ଼କ୍ରସ ରକ୍ତ ଭଣ୍ଡାରରେ ଆୟୋଜନ ହେବ ରକ୍ତଦାନ ଶିବିର। ରକ୍ତ ଅଭାବ ଦୂର ଲାଗି ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ଓ ଜୟ ଓଡ଼ିଶା ପକ୍ଷରୁ ଆୟୋଜନ ହେବ ମହତ କାର୍ଯ୍ୟକ୍ରମ। ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ନିଜକୁ ଗଢି ତୋଳିବାକୁ ଦଳୀୟ ନେତା ଓ କର୍ମୀ ଶପଥ ନେବେ। 


Also Read: Migrant Labour Number: ଜିଲ୍ଲାରେ କାମ ମିଳିବା ସାତ ସପନ : ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଶ୍ରମିକଙ୍କ ଧାଡ଼ି


Also Read: RR VS GT: ରସିଦଙ୍କ ୧୩ତମ ଓଭରରେ ସଞ୍ଜୁଙ୍କ ୩ଟି ଛକା ସ୍ଥିର କରିଥିଲା ରାଜସ୍ଥାନ ରୟାଲ୍ସର ବିଜୟ; ଦେଖନ୍ତୁ ଏହି ଭିଡିଓ