Advertisement
Article Detail0/zeeodisha/odisha1656132
Zee OdishaOdisha StateMigrant Labour Number: ଜିଲ୍ଲାରେ କାମ ମିଳିବା ସାତ ସପନ : ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଶ୍ରମିକଙ୍କ ଧାଡ଼ି

Migrant Labour Number: ଜିଲ୍ଲାରେ କାମ ମିଳିବା ସାତ ସପନ : ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଶ୍ରମିକଙ୍କ ଧାଡ଼ି

Migrant Labour Number: ଖୋର୍ଦ୍ଧା ଜିଲ୍ଲାରେ ଏହି ଦାଦନ ଶ୍ରମିକ ସମସ୍ୟା ଗତ କିଛି ବର୍ଷ ହେବ ମୁଣ୍ଡ ଟେକିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉ ନଥିଲା ଭଳି ମନେ ହେଉଛି। ପରିବାରର ଭରଣ ପୋଷଣ ପାଇଁ ଗାଁ, ଗଣ୍ଡା ଛାଡ଼ୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ମାଲିକମାନଙ୍କ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ, ଆଉ କେତେକ ଉପଯୁକ୍ତ ମଜୁରୀ ପାଉନାହାନ୍ତି। ଗତ ଦଶ ବର୍ଷ ମଧ୍ୟରେ ୪ ରୁ ୮ ଜଣ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କର କୌଣସି ଖୋଜ ଖବର ମଧ୍ୟ ନାହିଁ । 

Migrant Labour Number: ଜିଲ୍ଲାରେ କାମ ମିଳିବା ସାତ ସପନ : ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଶ୍ରମିକଙ୍କ ଧାଡ଼ି

Migrant Labour Number: ଖୋର୍ଦ୍ଧା: ଦାରିଦ୍ର‌୍ୟ ସୀମାରେଖ ତଳେ ବସବାସ କରୁଥିବା ପରିବାର ଗୁଡ଼ିକୁ କାମଧନ୍ଦା ଯୋଗାଇ ଦେବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ମାତ୍ର ଅମଲାତାନ୍ତ୍ରମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯଥେଷ୍ଠ ପରିମାଣର କାମ ମିଳୁନଥିବାରୁ ପରିବାରର ସମସ୍ତେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି। ଫଳରେ ଖୋର୍ଦ୍ଧାରୋଡ଼, ନିରାକାରପୁର, ବାଲୁଗାଁ, ଭୁଷୁଣ୍ଡପୁର ପ୍ରମ୍ମୁଖ ରେଳ ଷ୍ଟେସନରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଏପରିକି, ପାସପୋର୍ଟ ବାହାରକରି ଶ୍ରମିକ ଭାବେ କାମ କରିବା ପାଇଁ ଦେଶ ବାହାରକୁ ଯାଉଥିବା ଜଣାଯାଇଛି। 

ଖୋର୍ଦ୍ଧା ଜିଲ୍ଲାରେ ଏହି ଦାଦନ ଶ୍ରମିକ ସମସ୍ୟା ଗତ କିଛି ବର୍ଷ ହେବ ମୁଣ୍ଡ ଟେକିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉ ନଥିଲା ଭଳି ମନେ ହେଉଛି। ପରିବାରର ଭରଣ ପୋଷଣ ପାଇଁ ଗାଁ, ଗଣ୍ଡା ଛାଡ଼ୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ମାଲିକମାନଙ୍କ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ, ଆଉ କେତେକ ଉପଯୁକ୍ତ ମଜୁରୀ ପାଉନାହାନ୍ତି। ଗତ ଦଶ ବର୍ଷ ମଧ୍ୟରେ ୪ ରୁ ୮ ଜଣ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କର କୌଣସି ଖୋଜ ଖବର ମଧ୍ୟ ନାହିଁ । 

ସେହିପରି ବିଭିନ୍ନ ସମୟରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନେ କୌଣସି କାରଣରୁ ମୃତ୍ୟୁବରଣ କଲେ ତାଙ୍କ ଶବ ନିଜ ସଂପର୍କୀୟଙ୍କ ପାଖକୁ ଆସିପାରୁନାହିଁ । ଯାହାକୁ ନେଇ ଅନେକ ସମୟରେ ଅସଂତୋଷ ଦେଖିବାକୁ ମିଳିଛି । ଏହା ସତ୍ୱେ ମଧ୍ୟ ପେଟପାଟଣା ପାଇଁ ଦିନକୁ ଦିନ ଦାଦନ ଖଟିବାକୁ ଜିଲ୍ଲାର ବହୁ ଶ୍ରମିକଙ୍କର ସୁଅ ଛୁଟୁଛି। ପରିସଂଖ୍ୟାନ ଅନୁଯାୟୀ ୫୯% ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ କୃଷକ ପରିବାରର ଅଟନ୍ତି। ଜିଲ୍ଲାରେ କୃଷିକୁ ଛାଡ଼ି ଶ୍ରମିକ ଭାବେ ପ୍ରାୟ ଲକ୍ଷାଧିକ ଲୋକ ଜୀବିକା ନିର୍ବାହ କରନ୍ତି। ସରକାରଙ୍କ ବିଭିନ୍ନ ଉନ୍ନୟନ କାମରେ ଏମାନଙ୍କୁ ସାମିଲ କରିବାର ନିୟମ ଥିଲା ବେଳେ, ଅନେକ ରାସ୍ତାଘାଟ ଓ ବନ୍ଧବାଡ଼ କାମରେ ମଣିଷ ବଦଳରେ ମେସିନ୍ ହିଁ କାମ କରୁଛି । 

Add Zee News as a Preferred Source

ଫଳରେ ଶ୍ରମିକମାନେ କାମ ନପାଇ ସୁରାଟ, ଆନ୍ଧ୍ରପ୍ରଦେଶ, ବିହାର, କଲିକତା, ଚେନ୍ନାଇ, କେରଳ, ଶିମଲା ଆଦି ସ୍ଥାନମାନକୁ କାମଧନ୍ଦା ପାଇଁ ଜିଲ୍ଲାର ବାଣପୁର, ବାଲୁଗାଁ, ଜଙ୍କିଆ, ମଳିପଡ଼ା, ନିରାକାରପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ, ହଳଦିଆ ଆଦି ଅଞ୍ଚଳରୁ ହଜାର ହଜାର ଶ୍ରମିକ ଯାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ଠିକାଦାର ଓ ଖାତାଦାରମାନେ ବେଆଇନ ଭାବେ ଏହି ଶ୍ରମିକ ମାନଙ୍କୁ ବିଭିନ୍ନ ପ୍ରକାର ପ୍ର୍ରଲୋଭନରେ ପ୍ରଲୋଭିତ କରି ବାହାରକୁ ନେଉଛନ୍ତି। କାମଧନ୍ଦା ନଥିବା ଓ ଅଧିକ ମଜୁରୀ ଲୋଭରେ ବହୁ ବ୍ୟକ୍ତି ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଳାରୁ ପ୍ରାୟ ୫ରୁ୧୦ ହଜାର ବ୍ୟକ୍ତି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଉଥିବା ଏକ ବେସରକାରୀ ସର୍ଭେରୁ ଜଣାପଡ଼ିଛି। ଏପରିକି ମହିଳାମାନେ ମଧ୍ୟ ବାହାର ରାଜ୍ୟକୁ ନିଜ ସ୍ୱାମୀ ଓ ପିଲାମାନଙ୍କ ସହ କାମଧନ୍ଦାରେ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ବାଲୁଗାଁ, ଜଟଣୀ ଓ ନିରାକାରପୁର ରେଳଷ୍ଟେସନରୁ ଦୈନିକ ଶହ ଶହ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବାର ଦେଖିବାକୁ ମିଳୁଛି। ସେହିପରି ଚିଲିକା ମାଛ ଉପରେ ନିର୍ଭର କରି ଚଳୁଥିବା ଧିବରମାନେ ମଧ୍ୟ ଅନ୍ୟ ରାଜ୍ୟକୁ କାମଧନ୍ଦା କରିବାକୁ ଯିବା ଆରମ୍ଭ କଲେଣି । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନର ରାସ୍ତା ବାହାର କରିବା ନିହାତି ଜରୁରୀ ହୋଇପଡ଼ିଛି ।

About the Author