ବଡ଼ ଖବର: ମାର୍ଚ୍ଚ ପରେ ଅଚଳ ହୋଇଯିବ ପୁରୁଣା ୧୦୦, ୧୦ ଏବଂ ୫ ଟଙ୍କିଆ ନୋଟ୍!
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ବି ମହେଶଙ୍କ ଅନୁଯାୟୀ ୧୦୦, ୧୦ ଓ ୫ ଟଙ୍କା ପୁରୁଣା ମୁଦ୍ରା ନୋଟ ଶେଷରେ ପ୍ରଚଳନରୁ ଦୂରେଇ ଯିବ ।
ନୂଆଦିଲ୍ଲୀ: ୧୦୦ ଟଙ୍କା, ୫୦ ଟଙ୍କା ଓ ୫ ଟଙ୍କାର ପୁରୁଣା ନୋଟଗୁଡିକର ପ୍ରଚଳନ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ମାର୍ଚ୍ଚ-ଏପ୍ରିଲ ପରେ ଏହି ସମସ୍ତ ପୁରୁଣା ନୋଟଗୁଡିକ ପ୍ରଚଳନ ବାହାରେ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ବି ମହେଶ (B Mahesh) ଏହି ସୂଚନା ଦେଇଛନ୍ତି । ବାସ୍ତବରେ, ଆରବିଆଇ ସୂଚନା ଦେଇଛି ଯେ ଏହି ପୁରୁଣା ନୋଟଗୁଡିକର ସିରିଜ୍ ପ୍ରତ୍ୟାହାର ପାଇଁ ଯୋଜନା ପ୍ରସ୍ତୁତ କରୁଛି ।
ଅଧିକ ପଢ଼ନ୍ତୁ:-କୋରୋନା ଟିକାକରଣ ଉପରେ ଏହି ରାଜ୍ୟ କରିଛି ସବୁଠାରୁ ଭଲ କାମ, ମୋହର ମାରିଲା WHO
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ବି ମହେଶଙ୍କ ଅନୁଯାୟୀ ୧୦୦, ୧୦ ଓ ୫ ଟଙ୍କା ପୁରୁଣା ମୁଦ୍ରା ନୋଟ ଶେଷରେ ପ୍ରଚଳନରୁ ଦୂରେଇ ଯିବ । କାରଣ ଆରବିଆଇ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଏହି ନୋଟକୁ ପ୍ରତ୍ୟାହାର କରିବାକୁ ଯୋଜନା କରିଛି । ବାସ୍ତବରେ ୧୦୦ ଟଙ୍କା, ୧୦ ଟଙ୍କା ଓ ୫ ଟଙ୍କାର ପୁରୁଣା ନୋଟ୍ ବଦଳରେ ନୂଆ ନୋଟ୍ ପ୍ରଚଳନ ହୋଇସାରିଛି ।
ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, CWC ବୈଠକରେ ଆନନ୍ଦ ଶର୍ମା ଓ ଗେହଲଟ ମୁହାଁମୁହିଁ!
୨୦୧୯ରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ୧୦୦ ଟଙ୍କାର ନୂଆ ନୋଟ୍ ଜାରି କରାଯାଇଥିଲା । ବାସ୍ତବରେ ବିମୁଦ୍ରୀକରଣରେ ଯେପରି ୫୦୦ ଓ ୧୦୦୦ ନୋଟ୍ ବନ୍ଦ ହେବା ପରେ ବିଶୃଙ୍ଖଳା ହୋଇଥିଲା, ବର୍ତ୍ତମାନ ଆରବିଆଇ ହଠାତ୍ କୌଣସି ପୁରୁଣା ନୋଟ୍ ବନ୍ଦ କରିବାକୁ ଚାହୁଁନାହିଁ । ତେଣୁ ପ୍ରଥମେ ସେହି ମୂଲ୍ୟର ଏକ ନୂତନ ନୋଟ୍ ବଜାରରେ ପ୍ରଚଳନକୁ ଅଣାଯାଏ । ନୂଆ ନୋଟ୍ ସଂପୂର୍ଣ୍ଣ ରୂପେ ପ୍ରଚଳନ ହେବା ପରେ ହିଁ ପୁରୁଣା ନୋଟକୁ ପ୍ରଚଳନରୁ ବାହାର କରାଯାଉଛି ।
ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର ଦେବେ ମୋଦି ସରକାର!
ବାସ୍ତବରେ, ବଜାରରେ ପ୍ରାୟ ୧୦ ଟଙ୍କିଆ କଏନକୁ ଅନେକ ଗୁଜବ ପ୍ରଚାରିତ ହୋଇଛି ଯେ ଏହା ବୈଧ ନୁହେଁ । ଯେଉଁ ମୁଦ୍ରାଗୁଡ଼ିକ ଉପରେ ରୂପିର ପ୍ରତୀକ ନାହିଁ, ଅନେକ ବ୍ୟବସାୟୀ କିମ୍ବା ଛୋଟ ଦୋକାନୀ ସେମାନଙ୍କୁ ନେବାକୁ ମନା କରନ୍ତି । ଏହା ଉପରେ ଆରବିଆଇ କହିଛି ଯେ ଏହା ବ୍ୟାଙ୍କ ପାଇଁ ଏକ ସମସ୍ୟା, ତେଣୁ ବ୍ୟାଙ୍କ ଏପରି ଗୁଜବକୁ ଏଡ଼ାଇବା ପାଇଁ ପର୍ଯ୍ୟାୟକ୍ରମେ ପରାମର୍ଶ ଦେଇଥାଏ ।