Shocking News In Odia: ପୁତ୍ ନାମକ ନର୍କରୁ ଉଦ୍ଧାର ପାଇଁ ବାପା ମା ପିଲା ଜନ୍ମ କରନ୍ତି । ତାଙ୍କୁ ବଢେଇ ମଣିଷ କରନ୍ତି ତାଙ୍କ ସଂସାର ଗଢିବାରେ ସାହାଯ୍ୟ ବି କରନ୍ତି । ହେଲେ ସେହି ପିଲା ଯେତେବେଳେ ବୃଦ୍ଧ ବାପା ମାଙ୍କୁ ପଚାରେନି ସେତେବେଳେ ସେହି ବୃଦ୍ଧ ବାପା ମା ଆଉ ଯିବେ କୁଆଡେ । ପରିଣତ ବୟସରେ ଅଲୋଡ଼ା  ହୋଇଯାଆନ୍ତି ବାପା ମା । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । କେବଳେ ପୁଅ ଝିଅ ନୁହଁନ୍ତି ବରଂ ବୋହୂ, ଝିଅ, ନାତି, ନାତୁଣୀ କେହି ବି ପଚାରିଲେନି ବୃଦ୍ଧ ଚାଷୀଙ୍କୁ ।ଶେଷରେ ସାହାରା ନପାଇ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହୋଇଥିଲେ ବି ଶେଷରେ ସେ ସବୁ ସମ୍ପତ୍ତିକୁ ସରକାରଙ୍କୁ ଦାନ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗରର । ସେଠାରେ ରୁହନ୍ତି ୮୫ ବର୍ଷ ବୟସ୍କ ବୃଦ୍ଧ କୃଷକ ନାଥୁ ସିଂ । ବୃଦ୍ଧ ଚାଷୀ ଜଣକ ନିଜର ୧.୫ କୋଟିରେ ସମ୍ପତ୍ତି ରାଜ୍ୟ ସରକାର(Uttar Pradesh government)ଙ୍କୁ ଦାନ କରିଛନ୍ତି ଅର୍ଥାତ ସରକାରଙ୍କ ନାମରେ ଲେଖି ଦେଇଛନ୍ତି । କେବଳ ଏତିକି ନୁହେଁ ମୃତ୍ୟୁ ପରେ ହେବାକୁ ଥିବା ପରୀକ୍ଷାନୀରିକ୍ଷା ପାଇଁ ଡାକ୍ତରଖାନାକୁ ତାଙ୍କ ଶରୀରକୁ ଆଗୁଆ ଦାନ କରିଦେଇଛନ୍ତି । ଏହାସହ ଅବହେଳିତ ହୋଇଥିବାରୁ ଯଦି କେବେ ମରିଯାଆନ୍ତି ତେବେ ତାଙ୍କର ଅନ୍ତିମ ସଂସ୍କାର ସମୟରେ ପୁଅ ବୋହୁ କି ଝିଅ ଜ୍ୱାଇଁ କେହି ଉପସ୍ଥିତ ରହିବେ ନାହିଁ ବୋଲି ୱିଲରେ ସ୍ପଷ୍ଟ ଭାବରେ ଲେଖି ଦେଇଛନ୍ତି ।


ସୂଚନାନୁସାରେ, ମୁଜାଫରନଗରରେ ଚାଷୀ ନାଥୁଙ୍କ ନାମରେ ଥିବା ଜମି ଓ ଘରର ମୂଲ୍ୟ ପ୍ରାୟ ଦେଢ଼ କୋଟି । ନାଥୁଙ୍କର ୫ ଟି ପିଲାଛୁଆ । ଗୋଟିଏ ବୋଲି ପୁଅ ଓ ଚାରି ଝିଅ । ପୁଅ ସାହାରରନପୁରରେ ଶିକ୍ଷକ ଭାବରେ କାମ କରନ୍ତି । ସମସ୍ତ ପାଞ୍ଚ ସନ୍ତାନ ବିବାହ କରି ନିଜ ନିଜ ସଂସାର ସମ୍ଭାଳୁଛନ୍ତି। ହେଲେ ସ୍ତ୍ରୀଙ୍କ ମୃତ୍ୟୁ ପରେ ବୃଦ୍ଧ ନାଥୁ ସିଂ ଏକୁଟିଆ ରହୁଥିଲେ । କେହି ଘରେ ରହୁନଥିବାରୁ ତାଙ୍କୁ ସବୁବେଳେ ଏକା ଏକା ଲାଗୁଥିଲା । ଫଳରେ ପ୍ରାୟ ସାତ ମାସ ପୂର୍ବରୁ ସେ ନିଜ ଗାଁରେ ଥିବା ଏକ ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ । ହେଲେ ସବୁଠାରୁ ବଡ଼ କଥା ହେଲା ଯେ, ବୃଦ୍ଧ ଜଣକ ବୃଦ୍ଧାଶ୍ରମରେ(Oldage Home) ରହିଥିବା ଜାଣି ମଧ୍ୟ ଶିକ୍ଷିତ ପୁଅ ଝିଅ ତାଙ୍କୁ ଭେଟିବାକୁ ଆସୁନଥିଲେ। 


ହେଲେ ଶେଷରେ ବିରକ୍ତ ହୋଇ ନାଥୁ ନିଜର ସମସ୍ତ ସମ୍ପତ୍ତି ବାଡି ସରକାରଙ୍କ ନାମରେ କରିଦେବାକୁ ଗମ୍ଭୀର ନିଷ୍ପତ୍ତି ନେଇଥିଲେ । ନିଜର ସମସ୍ତ ସମ୍ପତ୍ତି ସରକାରଙ୍କ ନାମରେ କରିବା ପରେ ସେ କହିଛନ୍ତି, ମୁଁ ଚାହୁଁନି ମୋ ପିଲାମାନେ ମୋ ସମ୍ପତ୍ତିର ଉତ୍ତରାଧିକାରୀ ହୁଅନ୍ତୁ । ମୋ ବୃଦ୍ଧକାଳରେ ମୋତେ କେହି ପଚାରିଲେନି । ମୋ ଭଲ ମନ୍ଦ କେହି ବୁଝିଲେନି ସେଥିପାଇଁ ମୁଁ ଏ ନିଷ୍ପତ୍ତି ନେଉଛି । ନାଥୁ ନିଜର ସବୁ ସମ୍ପତ୍ତି ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ହସ୍ତାନ୍ତର କରିବାକୁ ଏକ ଆବେଦନପତ୍ର ଦାଖଲ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ଦେହାନ୍ତ ପରେ ସରକାର (Government) ସେହି ଟଙ୍କାରେ ତାଙ୍କ ଜମିରେ ବିଦ୍ୟାଳୟ କିମ୍ବା ଡାକ୍ତରଖାନା ଖୋଲିବା ପାଇଁ ନିବେଦନ କରିଛନ୍ତି ନାଥୁ ।
Also Read: Bamboo Crash Barrier: ମହାରାଷ୍ଟ୍ରରେ ଲାଗିଲା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର, ଜାଣନ୍ତୁ ଏହାର ବିଶେଷତ୍ୱ


Also Read: Free Electricity to Tamilnadu: ରାଜ୍ୟବାସୀଙ୍କୁ ମିଳିବ ୨୫୦ ୟୁନିଟ ବିଜୁଳି ଫ୍ରି !