Bamboo Crash Barrier: ମହାରାଷ୍ଟ୍ରରେ ଲାଗିଲା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement

Bamboo Crash Barrier: ମହାରାଷ୍ଟ୍ରରେ ଲାଗିଲା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର, ଜାଣନ୍ତୁ ଏହାର ବିଶେଷତ୍ୱ

Bamboo Crash Barrier Bahubali:  ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକର ପୁନ ବ୍ୟବହାର ମୂଲ୍ୟ ୫୦-୭୦ ପ୍ରତିଶତ ହୋଇଥିବା, ବେଳେ ଇସ୍ପାତ ପ୍ରତିବନ୍ଧକ ମୂଲ୍ୟ ହେଉଛି ୩୦-୫୦। ଏଭଳି ଧରଣର ଦୁର୍ଘଟଣା ପ୍ରତିବନ୍ଧକ ନିର୍ମାଣ ପାଇଁ ବ୍ୟବହୃତ ହୋଇଥିବା ବାଉଁଶ ପ୍ରଜାତି ହେଉଛି ବମ୍ବୁସା ବାଲକୋଆ।

Bamboo Crash Barrier: ମହାରାଷ୍ଟ୍ରରେ ଲାଗିଲା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର, ଜାଣନ୍ତୁ ଏହାର ବିଶେଷତ୍ୱ

Bamboo Crash Barrier Speciality: ମହାରାଷ୍ଟ୍ରରେ ଲାଗିଲା ବିଶ୍ୱର ପ୍ରଥମ ବାମ୍ବୋ କ୍ରାଶ ବ୍ୟାରିୟର। ରାସ୍ତାରେ ବାମ୍ବୋ କ୍ରାଶ ବ୍ୟାରିୟର ଲଗାଯିବା ସମ୍ପର୍କରେ ଜଣାଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଯାହାର ନାଁ 'ବାହୁବଳୀ' ରଖାଯାଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁର-ୟାଭତମାଲ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ରାଜପଥରେ ୨୦୦ ମିଟର ଲମ୍ବା ବାମ୍ବୋ କ୍ରାଶ ବ୍ୟାରିୟର ଲଗାଯାଇଛି। ଏହି ଦୁର୍ଘଟଣା ପ୍ରତିବନ୍ଧକ ବାଉଁଶ ସାହାୟତାରେ ନିର୍ମାଣ କରାଯାଇଛି। ବାଉଁଶରେ ନିର୍ମିତ ଏହି ଦୁର୍ଘଟଣା ପ୍ରତିବନ୍ଧକ ସମଗ୍ର ବିଶ୍ୱରେ ମହରାଷ୍ଟ୍ରରେ ସର୍ବପ୍ରଥମେ ଲଗାଯାଇଥିବା ନେଇ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। 

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ (Union Minister of Road Transport) ନୀତିନ ଗଡକରୀ (Nitin Gadkari) ଏହାକୁ ଦେଶ ତଥା ବାଉଁଶ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଇସ୍ପାତ ଦ୍ୱାରା ନିର୍ମିତ ହେଉଥିବା ଦୁର୍ଘଟଣା ପ୍ରତିବନ୍ଧକ ଅର୍ଥାତ କ୍ରାଶ ବ୍ୟାରିୟର (Crash Barrier) ପାଇଁ ଏକ ଉପଯୁକ୍ତ ବିକଳ୍ପ ଯୋଗାଇଥାଏ ଏବଂ ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିଥାଏ। ଏନେଇ ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ବିଶ୍ୱର ପ୍ରଥମ ୨୦୦ ମିଟର ଲମ୍ବା ବାଉଁଶ ଦୁର୍ଘଟଣା ପ୍ରତିବନ୍ଧକ ବିକାଶ ସହିତ ଆତ୍ମନିର୍ଭର ଭାରତ (Self Reliant India) କ୍ଷେତ୍ରରେ ଏକ ସଫଳତା ହାସଲ କରାଯାଇଛି। ଏହା ବାଣୀ-ବରୋରା ରାଜପଥରେ (Wani Warora Highway) ସ୍ଥାପିତ ହୋଇଛି।" ଏହି ବାଉଁଶ ଦୁର୍ଘଟଣାର ପ୍ରତିବନ୍ଧକ ନାଁ "ବାହୁବଳୀ" (Bamboo Crash Barrier Bahu Balli) ରଖା ଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ (Union Minister Nitin Gadkari)। 

ଅନ୍ୟ ଏକ ଟ୍ୱିଟ୍‌ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇନ୍ଦୋର (Indore) ପିଥମପୁରସ୍ଥିତ ନେସନାଲ ଅଟୋମୋଟିଭ ଟେଷ୍ଟ ଟ୍ରାକ୍ସ (National Automotive Test Tracks) ଏନଏଟିଆରଏଏକ୍ସ (NATRAX) ପରି ବିଭିନ୍ନ ସରକାରୀ ଅନୁଷ୍ଠାନରେ ଏହାର ପରୀକ୍ଷଣ କରାଯାଇଥିଲା। ରୁରକୀସ୍ଥିତ (Roorkee) କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥାନ (Central Building Research Institute) ସିବିଆରଆଇ (CBR) ଠାରେ ହୋଇଥିବା ଫାୟାର ରେଟିଂ ଟେଷ୍ଟ (Fire Rating Test) ସମୟରେ ଏହାକୁ ପ୍ରଥମ ଶ୍ରେଣୀ ମାନ୍ୟତା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଏହାକୁ ଭାରତୀୟ ସଡକ କଂଗ୍ରେସ (Indian Raod Congress) ପକ୍ଷରୁ ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା।

ବାଉଁଶ ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକର (Bamboo Made Crash Barrier) ପୁନ ବ୍ୟବହାର ମୂଲ୍ୟ ୫୦-୭୦ ପ୍ରତିଶତ ହୋଇଥିବା, ବେଳେ ଇସ୍ପାତ ପ୍ରତିବନ୍ଧକ ମୂଲ୍ୟ ହେଉଛି ୩୦-୫୦। ଏଭଳି ଧରଣର ଦୁର୍ଘଟଣା ପ୍ରତିବନ୍ଧକ ନିର୍ମାଣ ପାଇଁ ବ୍ୟବହୃତ ହୋଇଥିବା ବାଉଁଶ ପ୍ରଜାତି ହେଉଛି ବମ୍ବୁସା ବାଲକୋଆ (Bambusa Balcooa)। ଏହାକୁ କ୍ରେଓସୋଟ୍ ତେଲ (Creosote Oil) ସହିତ ଉପଚାରିତ କରାଯାଇଛି ଏବଂ ପୁନଃ ବ୍ୟବହାର କରାଯାଉଥିବା ଉଚ୍ଚ-ସାନ୍ଦ୍ରତା ପାଲି ଏଥଲିନ (High Density Polyethylene) ଏଚଡିପିଇ (HDPE) ସହିତ ଆବୃତ କରାଯାଇଛି। ଏହି ସଫଳତା ବାଉଁଶ କ୍ଷେତ୍ର (Bamboo Sector of India) ତଥା ଭାରତ ଲାଗି ଏକ ଉଲ୍ଲେଖନୀୟ ସଫଳତା। ଯେହେତୁ ଏହି  ଇସ୍ପାତ ଦ୍ୱାରା ନିର୍ମିତ ଦୁର୍ଘଟଣା ପ୍ରତିବନ୍ଧକ (Steel Made Crash Barrier) ପାଇଁ ଏକ ପ୍ରକୃତ ବିକଳ୍ପ ଯୋଗାଇଥାଏ ଏବଂ ପରିବେଶ ସମସ୍ୟା ଏବଂ ଏହାର ପରିଣାମକୁ ସମାଧାନ କରିଥାଏ।