COVID-19 in China: ପ୍ରାୟ ୨ ବର୍ଷ  କାଳ ଧରି  ସମଗ୍ର ବିଶ୍ୱରେ ତାଣ୍ଡବ ମଚାଇଥିଲା କୋରୋନା ମହାମାରୀ। ଯେଉଁଥିରୁ ବାଦ ପଡି଼ନଥିଲା ଏହାର ଉତ୍ପତିସ୍ଥଳ ଭାବେ ଜଣାଶୁଣା ଚୀନ। ଏବେ ପୁଣି ଥରେ ଦେଶରେ ସକ୍ରିୟ ହୋଇଛି କୋରୋନା। ସୋମବାର ବେଜିଂ ଦୁଇଟି କୋଭିଡ-୧୯ ଜନିତ ମୃତ୍ୟୁକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି। ଡିସେମ୍ବର ୩ ତାରିଖରୁ ଚୀନ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଶ୍ୱାସ ରୋଗରେ କୌଣସି ମୃତ୍ୟୁ ହୋଇନଥିବା କୁହାଯିବା ପରେ ଏବେ ଦୁଇଟି କୋରୋନା ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ହଂକଂ ଠାରେ ଅନୁସନ୍ଧାନକାରୀଙ୍କ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ କୋରୋନା କାରଣରୁ ଚୀନରେ ପ୍ରାୟ ୧୦ ଲୋକଙ୍କ ମୃତ୍ୟୁ ହୋଇପାରେ।


COMMERCIAL BREAK
SCROLL TO CONTINUE READING

ଚୀନରେ "କୋଭିଡ-୧୯ ପ୍ରତିକ୍ରିୟା ଆଡଜଷ୍ଟମେଣ୍ଟ ମଡେଲିଂ ଏବଂ ଡାୟନାମିକ ଜିରୋ କୋଭିଡ ଟୁ ଏକଜିଟ" ଶୀର୍ଷକ ଏହି ଅଧ୍ୟୟନରେ କୁହାଯାଇଛି ଯେ ୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀରେ କୋରୋନା ପ୍ରତିବନ୍ଧକକୁ ହ୍ରାସ କରିବା ଦ୍ୱାରା ରୋଗ ଏତେ ବିସ୍ତାର ହେବ ଯେ ଯାହା ଦ୍ୱାରା ଏହାର ପ୍ରଭାବ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅନୁଭଊତ ହେବ। 


Also Read: Shocking News: ଘରେ ଲୁଚି ରହିଥିଲେ କୋରୋନା ଆକ୍ରନ୍ତ, ଏପରି ଉପାୟରେ ହେଲେ ଉଦ୍ଧାର


ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ସାମୂହିକ ଟୀକାକରଣ ବୁଷ୍ଟର ଅଭିଯାନର ଅନୁପସ୍ଥିତିରେ ନିୟମକୁ ଢିଲା ଦେବା କାରଣରୁ ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୬୮୪ ଜଣଙ୍କ ମୃତ୍ୟୁ ଘଟିବ। ଏହି ଅଧ୍ୟୟନ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ହେଲେ ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି ଯେ ସେମାନେ ଏହାକୁ ସମୀକ୍ଷା କରିଛନ୍ତି। ଏନେଇ ହୋଇଥିବା ଆକଳନ ଅନୁଯାୟୀ ଚୀନରେ ପ୍ରାୟ ୯ ଲକ୍ଷ ୬୪ ହଜାର ୪୦୦ ଲୋକ କୋରୋନା ଭାଇରସ କାରଣରୁ ପ୍ରାଣ ହରାଇ ପାରନ୍ତି। 


ଚୀନ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଏହାର ଦୈନିକ ରିପୋର୍ଟ ଜରିଆରେ କହିଛି ଯେ, ରବିବାର ସୁସ୍ଥ ହେବା ପରେ ମୋଟ ୧୩୪୪ ଜଣ କୋରୋନା ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ନ୍ୟୁଜ୍ ଏଜେନ୍ସି ଜିନହୁଆ ରିପୋର୍ଟ ଅନୁଯାୟୀ ରବିବାର କୋଭିଡ୧୯ କାରଣରୁ ଦୁଇଟି ନୂତନ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୨୩୭ ହୋଇଛି।


Also Read: ଦେଶରେ ଲକଡାଉନ ଲଗାଇ ହରଡ଼ଘଣାରେ ଚୀନ ସରକାର


ଚୀନ ନ୍ୟୁଜ ୱେବସାଇଟ କେକ୍ସିନ୍ ଜଣାଇଛି ଯେ  ସପ୍ତାହେ ମଧ୍ୟରେ ଦୁଇ ଗଣମାଧ୍ୟମ ସାମ୍ବାଦିକଙ୍କ ସମେତ କୋଭିଡ କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଯଦିଓ ଚୀନ ସରକାର ଏହାକୁ ନିଶ୍ଚିତ କରିନାହାଁନ୍ତି। ସମଗ୍ର ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ହେତୁ ଚୀନ୍ ମଧ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବର ସାମ୍ନା କରୁଛି। କେକ୍ସିନ୍ ଜାଣିବାକୁ ପାଇଛି ଯେ ରାଜଧାନୀ ବେଜିଂସ୍ଥିତ ଅନେକ ଡାକ୍ତରଖାନା କର୍ମଚାରୀଙ୍କ ଅଭାବର ସାମ୍ନା କରୁଛନ୍ତି। କାରଣ ଅଧିକ ସଂଖ୍ୟାକ ଡାକ୍ତର କୋରୋନା ସଂକ୍ରମିତ ହୋଇଥିଲେ। ଦେଶର ଛୋଟ ସହରରେ ମଧ୍ୟ ସମାନ ଅସୁବିଧା ଦେଖାଯାଇଛି।