ଦେଶରେ ଲକଡାଉନ ଲଗାଇ ହରଡ଼ଘଣାରେ ଚୀନ ସରକାର
Advertisement
Article Detail0/zeeodisha/odisha1158340

ଦେଶରେ ଲକଡାଉନ ଲଗାଇ ହରଡ଼ଘଣାରେ ଚୀନ ସରକାର

 ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ଚୀନ ସରକାର କଠୋର ପଦକ୍ଷେପ ନେବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ଏହି ନିଷ୍ପତ୍ତି  ବିରୋଧରେ ସ୍ୱର ଉଠାଇଛନ୍ତି ଦେଶର ନାଗରିକ।    

ଦେଶରେ  ଲକଡାଉନ  ଲଗାଇ  ହରଡ଼ଘଣାରେ  ଚୀନ  ସରକାର

ବେଜିଂ:  ଦେଶରେ ବଢୁଥିବା କୋରୋନା ସଂକ୍ରମଣ ଜନିତ ମାମଲା ଏବେ  ଚୀନ ରେ କ୍ଷମତାସୀନ କମ୍ୟୁନିଷ୍ଟ ସରକାରଙ୍କ ଲାଗି ଚିନ୍ତା ବଢାଇ ଦେଇଛି।  ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ଚୀନ ସରକାର କଠୋର ପଦକ୍ଷେପ ନେବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ ଏହି ନିଷ୍ପତ୍ତି  ବିରୋଧରେ ସ୍ୱର ଉଠାଇଛନ୍ତି ଦେଶର ନାଗରିକ।    

କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନ କମ୍ୟୁନିଷ୍ଟ ସରକାର  (Chinese  Communist  Govt) ଦେଶର ସଂଘାଇ (Sanghai) ସହରରେ ଲଗାଇଛନ୍ତି  ଲକଡାଉନ। ମାତ୍ର  ଏହାକୁ  ସହଜେ ଗ୍ରହଣ କରି ପାରି ନାହାଁନ୍ତି  ଲୋକେ।  ଦେଶର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ଜୋରାଦାର ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ।  ଅନ୍ୟପଟେ ସଂକ୍ରମଣ ରୋକିବା ଲାଗି ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଚୀନ ସରକାର।     

Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon

 

ଦେଶର ପ୍ରମୁଖ ସମାଚାର ପତ୍ର (Chinese News Paper)  "ପିପୁଲ୍ସ ଡେଲି"  (Peoples Daily) ରାଷ୍ଟ୍ରପତି ଜିନପିଙ୍ଗ (Chinese  President  Jinping)  ଙ୍କ  ଜିରୋ କୋଭିଡ ପଲିସି  (Zero  Covid  Policy)  ପଦକ୍ଷେକ୍ଷକୁ  ସମର୍ଥନ କରିବା ପାଇଁ  ଆହ୍ୱାନ କରିଛି। ଏନେଇ ଚୀନ କମ୍ୟୁନିଷ୍ଟ ସରକାରଙ୍କ ପକ୍ଷରୁ କୁହାଯାଇଛି  ଲକଡାଉନ ଲଗାଇବା କାରଣରୁ  ସଂଘାଇ ସହର ସମେତ ଦେଶର ଅନ୍ୟ ସ୍ଥାନରେ ଆର୍ଥିକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ହେଲେ ଏହା ସତ୍ତ୍ୱେ  ଏହି  ରଣନୀତିରେ କୌଣସି ପରିବର୍ତ୍ତନ ଅଣାଯିବାର ସମ୍ଭାବନା ନାହିଁ।  କାରଣ ଏଭଳି ପଦପକ୍ଷେ କାର୍ଯକାରୀ କରିବାର ମୂଳ ଲକ୍ଷ୍ୟ ହେଉଛି କୋରୋନା ସଂକ୍ରମଣକୁ ରୋକିବା।     

Also Read: ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି

 

ଏନେଇ ଚୀନ ସମ୍ବାଦପତ୍ର ପକ୍ଷରୁ କୁହାଯାଇଛି  କୋଭିଡ୧୯  ସଂକ୍ରମଣ ରୋକିବା ଲାଗି ରାଷ୍ଟ୍ରପତି ଜିନପିଙ୍ଗ ଗ୍ରହଣ କରିଥିବା ରଣନୀତି ହେଉଛି ପ୍ରଭାବଶାଳୀ।  ଏଭଳି ସମୟରେ ଦେଶ  ରାଷ୍ଟ୍ରପତିଙ୍କ ସହ ଛିଡା ହେବା ଆବଶ୍ୟକ।  ଦେଶର ନାଗରିକଙ୍କୁ ଲକଡାଉନ  ଜନିତ  କଟକଣା ମାନିବା ଆବଶ୍ୟକ। ବର୍ତ୍ତମାନ  ମହାମାରୀକୁ ନିୟନ୍ତ୍ରଣ କରିବା ହେଉଛି ସବୁଠାରୁ କଷ୍ଟକର କାର୍ଯ୍ୟ।  ଏହାର ନିୟନ୍ତ୍ରଣ ପାଇଁ  ଚୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ।  ବିଗତ ୨ ବର୍ଷର ଅଭିଜ୍ଞତା  ପ୍ରମାଣ କରୁଛି ଯେ  କୋରୋନା ସଂକ୍ରମଣ ରୋକିବା ଲାଗି ଚୀନ ସରକାର କାର୍ଯ୍ୟକାରୀ  ନେଇଥିବା ପଦକ୍ଷେପ  ଫଳପ୍ରଦ ସାବ୍ୟସ୍ତ ହୋଇଛି।   "ଜିରୋ କୋଭିଡ ପଲିସି" ପଦକ୍ଷେକ୍ଷକୁ  ସମର୍ଥନ କରି  "ପିପୁଲ୍ସ ଡେଲି"  ପକ୍ଷରୁ କୁହାଯାଇଛି ଯେ ଏଭଳି ଏକ ସମୟରେ ଧନଜୀବନ ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। 

Also Read: କୋରୋନା ମାମଲା: ୟୁଟର୍ଣ୍ଣ ମାରିଲା ଡବ୍ଲ୍ୟୁଏଚଓ, ଦୁନିଆ ସମ୍ନାରେ ଖୋଲିଲା ଚୀନର ଗୁମର

ଦେଶରେ ବଢୁଥିବା କୋରୋନା ସଂକ୍ରମଣ ଜନିତ ମାମଲା କାରଣରୁ ଚୀନ ଅର୍ଥନୀତି ପୁନର୍ବାର ପ୍ରଭାବିତ ହୋଇପାରେ। ବର୍ତ୍ତମାନ ରାଷ୍ଟ୍ରପତି  ଜିନପିଙ୍ଗ ଏକ ନୂତନ ଆହ୍ୱାନର ସାମ୍ନା କରୁଛନ୍ତି।  ଗୋଟିଏ ପଟେ ତାଙ୍କୁ ଦେଶର  ଅର୍ଥନୀତି ସୁଧାରିବାକୁ ଥିବା ବେଳେ ଅନ୍ୟପଟେ  କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ହେବ।  ବର୍ତ୍ତମାନ ସଂଘାଇ ଏବଂ  ଜିଲିନ ପ୍ରଦେଶର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ  ଅଞ୍ଚଳରେ ସାଧାରଣ ଗତିବିଧି ଉପରେ କଟକଣା ଲଗାଯାଇଛି।   ଯେଉଁଥିପାଇଁ ଲୋକେ ବିଭିନନ ଅସୁବିଧା ଭୋଗୁଛନ୍ତି।  ଯାହାକୁ ନେଇ ଏଠାକାର  ଲୋକ ଦେଶରେ ସରକାରଙ୍କ ଉପରେ ନାରାଜ ହୋଇଉଠିଛନ୍ତି।