ନୂଆଦିଲ୍ଲୀ: President Bodyguards: ଦେଶର ସର୍ବୋଚ୍ଚ ପଦ ତଥା ପ୍ରଥମ ବ୍ୟକ୍ତି ଭାବରେ ଜଣାଶୁଣା ରାଷ୍ଟ୍ରପତିଙ୍କ ସୁରକ୍ଷା ଖାସ୍ ହୋଇଥାଏ । ଭାରତର ରାଷ୍ଟ୍ରପତିଙ୍କୁ ସ୍ପେଶାଲ ପ୍ରୋଟେକ୍ଶନ ଗ୍ରୁପ (SPG) କିମ୍ବା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ର ସୁରକ୍ଷା ମିଳି ନଥାଏ । ଦେଶର ସର୍ବୋଚ୍ଚ ପଦବୀରେ ବସିଥିବା ପ୍ରଥମ ନାଗରିକଙ୍କୁ ଯେଉଁ ସୁରକ୍ଷା ବ୍ୟବସ୍ଥା ମିଳିଥାଏ, ତାହାର କୌଣସି ଶ୍ରେଣୀ ଯେପରି Z ପ୍ଲସ୍, Z କିମ୍ବା Y ଇତ୍ୟାଦି ହୋଇ ନଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଯେଉଁ ଗାର୍ଡ ନିୟୋଜିତ ହୁଅନ୍ତି, ତାହା ଅତ୍ୟନ୍ତ ଖାସ୍ ହୋଇଥାଏ । ସେମାନଙ୍କର ଯୋଗ୍ୟତା କିମ୍ବା ଚୟନ ମାନଦଣ୍ଡ SPG କିମ୍ବା NSG ଠାରୁ କମ୍ ହୋଇ ନଥାଏ । ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ 'ପ୍ରେସିଡେଣ୍ଟ୍ସ ବଡି ଗାର୍ଡ୍ସ' (PBG) ଉପରେ ନ୍ୟସ୍ତ ରହିଥାଏ । ଏହି ଦଳରେ ସାମିଲ ଥିବା ଅନେକ ଅଧିକାରୀ ଓ ଯବାନ ଭାରତୀୟ ସେନାର ପାରାଚ୍ୟୁଟ୍ ରେଜିମେଣ୍ଟର ସ୍ପେଶାଲ୍ ଫୋର୍ସ ୟୁନିଟରୁ ଆସନ୍ତି । ରାଷ୍ଟ୍ରପତି ହେଉଛନ୍ତି ଭାରତର ତିନି ସେନାର ସର୍ବୋଚ୍ଚ କମାଣ୍ଡର, ତେଣୁ ତାଙ୍କର ସୁରକ୍ଷା ମଧ୍ୟ ବିଶେଷ ହୋଇଥାଏ । ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Draupadi Murmu) ଙ୍କ ସୁରକ୍ଷା ଭାରତୀୟ ସେନାର ପୁରାତନ ରେଜିମେଣ୍ଟକୁ ହସ୍ତାନ୍ତର କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ ସ୍କ୍ୱାର୍ଡରେ କେବଳ ତିନି ଜାତିକୁ ପ୍ରାଧାନ୍ୟ ଦେବା ପାଇଁ ୨୦୧୮ରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଏଲ ଦାଖଲ କରାଯାଇଥିଲା । ଭାରତୀୟ ସେନା ଦ୍ୱାରା 'ପିବିଜି'ରେ ତିନି ଜାତିର ସୈନିକଙ୍କୁ ସୁଯୋଗ ଦେବାକୁ କୋର୍ଟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଏହାପୂର୍ବରୁ ଏଭଳି ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟ, ସେନାର ସୁପାରିଶ କ୍ରମେ  ୨୦୧୩ରେ ରାଷ୍ଟ୍ରପତି ସୁରକ୍ଷାକର୍ମୀଙ୍କ ନିଯୁକ୍ତିରେ କେବଳ ଜାଟ, ରାଜପୁତ ଏବଂ ଶିଖଙ୍କୁ ହିଁ ସାମିଲ କରିବାକୁ ଆଦେଶ ଦେଇସାରିଛନ୍ତି । ବିଶେଷ କଥା ହେଉଛି ଦେଶର ସ୍ୱାଧୀନତା ପୂର୍ବରୁ ପିବିଜି ଗଠନ କରାଯାଇଥିଲା । ୧୭୭୩ରେ ପ୍ରଥମ ବଡି ଗାର୍ଡ ୟୁନିଟ୍ ଗଠନ କରାଯାଇଥିଲା । ଏହି ୟୁନିଟକୁ ଆସୁଥିବା ଅଧିକାରୀ କିମ୍ବା ଯବାନଙ୍କ ଉଚ୍ଚତା ଛଅ ଫୁଟ, ଏକ ବାଧ୍ୟତାମୂଳକ ସର୍ତ୍ତ ହୋଇଥାଏ । ଅବଶ୍ୟ, ୧୯୪୭ ପୂର୍ବରୁ ଏହି ୟୁନିଟରେ ଛଅ ଫୁଟ ତିନି ଇଞ୍ଚର ଯବାନମାନେ ଆସୁଥିଲେ । ଏହି ୟୁନିଟ୍ ଭାରତୀୟ ସେନାର ଅଶ୍ୱାରୋହୀ ରେଜିମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ ।


ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜୁଲାଇ ୨୦୧୭ରେ ପ୍ରେସିଡେଣ୍ଟ ବଡିଗାର୍ଡ ଗ୍ରୁପ୍ସର ୩ଟି ଖାଲି ପଦରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରିତ କରାଯାଇଥିଲା । ଆବେଦନରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ଯେ ପ୍ରାର୍ଥୀଙ୍କ ଜାଟ (Jat), ରାଜପୁତ (Rajput) ଏବଂ ଜାଟ-ଶିଖ ଜାତି (Jat-Sikh caste) ସହ ସମ୍ୱନ୍ଧ ରହିଥିବ । ଏଭଳି ପରିସ୍ଥିତିରେ ହରିୟାଣାର ବାସିନ୍ଦା ଗୌରବ ଯାଦବ ଏକ ଜନସ୍ୱାର୍ଥ ମାମଲା ଦାୟର କରି ଏହି ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାକୁ ଦାବି କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଜାତି ବ୍ୟତୀତ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ନିଯୁକ୍ତି ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ରହିଛି । ବିଶେଷ କଥା ହେଉଛି ଯେ ଏପରି ଜନସ୍ୱାର୍ଥ ମାମଲା ପୂର୍ବରୁ ଦାଖଲ କରାଯାଇଥିଲା ଯାହା ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।


ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ବିଧାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ବଢ଼ିବ ଦରମା, ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ସାଲାରୀ?


ଏହା ବି ପଢ଼ନ୍ତୁ:-ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ବ୍ରାଞ୍ଚ ଯିବା ପୂର୍ବରୁ ଚେକ୍ କରନ୍ତୁ ଛୁଟି ତାଲିକା


ଏହା ବି ପଢ଼ନ୍ତୁ:-ସଙ୍କଟରେ କଂଗ୍ରେସ ସରକାର! ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ସିଏମ ଭୂପେଶ ବଘେଲ, ଜାଣନ୍ତୁ ବିଜେପି ନା କଂଗ୍ରେସ, କାହାର ପଲା କେତେ ଭାରି


 


ସୂଚନାଯୋଗ୍ୟ, ସାଧାରଣତଃ ରାଷ୍ଟ୍ରପତିଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀ, ଯାହାଙ୍କୁ ରାଷ୍ଟ୍ରପତିଙ୍କ ବଡି ଗାର୍ଡ କୁହାଯାଏ । ଏହି ଦଳ ଭାରତୀୟ ସେନାର ଅଶ୍ୱାରୋହୀ ରେଜିମେଣ୍ଟର ଏକ ଅଂଶ ହୋଇଥାଏ । ଏହି ଦଳକୁ ରାଷ୍ଟ୍ରପତି ଭବନରେ ଓ ବାହାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ତେବେ, ଏଠାରେ ଏକ ପ୍ରଶ୍ନ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଛି ଯେ ରାଷ୍ଟ୍ରପତିଙ୍କ ସୁରକ୍ଷା ଟିମରେ କେବଳ ତିନି ଜାତି କିମ୍ବା ସମ୍ପ୍ରଦାୟର ସୈନିକମାନଙ୍କୁ କାହିଁକି ଗୁରୁତ୍ୱ ଦିଆଯାଉଥାଏ? ବର୍ତ୍ତମାନର ସୁରକ୍ଷା ଦଳରେ ଯେତିକି ଯବାନ ସାମିଲ ଅଛନ୍ତି, ସେମାନେ ସମସ୍ତେ ଜାଟ, ଶିଖ ଏବଂ ରାଜପୁତ ସମ୍ପ୍ରଦାୟରୁ ଆସନ୍ତି । ପ୍ରାୟ ୧୭୦ ଯବାନ ଓ ଦେଢ଼଼ ଜଣ ଅଧିକାରୀ ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରହିଛନ୍ତି । ସ୍କ୍ୱାର୍ଡର ଚାରିଜଣ ଅଧିକାରୀ ପ୍ରଶାସନିକ ସହାୟତା ରହିଛନ୍ତି । ଏହା ବ୍ୟତୀତ ୧୧ ଜଣ ଜୁନିଅର କମିଶନ ଅଫିସର (JCOs) ମଧ୍ୟ ଅଛନ୍ତି ।