Firecrackers Ban in Diwali 2022, ଅମ୍ରିତସର: ଆଉ କିଛି ଦିନ ପରେ ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଏହା ଏକ ଉତ୍ସାହର ମାହୋଲ ସୃଷ୍ଟି କରୁଥିବା ବେଳେ ପରିବେଶ ପାଇଁ ସଙ୍କଟ ମଧ୍ୟ ନେଇଆସେ। ଦୀପାବଳିରେ ଫୁଟୁଥିବା ବାଣରୁ ହେଉଥିବା ପରିବେଶ ପ୍ରଦୂଷଣକୁ ନେଇ ସମସ୍ତେ ଚିନ୍ତିତ। ସେଥିପାଇଁ ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ରାଜ୍ୟରେ ବାଣ ଉପରେ କଟକଣା ଲଗାଇଛନ୍ତି। ତେବେ ଏଥର ମଧ୍ୟ ସେହିଭଳି ପଦକ୍ଷେପ ନିଆ ଯାଇଛି। ପଞ୍ଜାବରେ ବାଣ ଫୁଟାଇବାକୁ ନେଇ ନୂଆ ଗାଇଡଲାଇନ ଜାରି ହୋଇଛି। ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଚେତାବନୀ ମଧ୍ୟ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପଞ୍ଜାବରେ ଦୀପାବଳି ସହ ଗୁରୁପର୍ବ ପାଳନ କରାଯିବ। ଏହି ସୟରେ କେବଳ ସବୁଜ ବାଣ ବା ଗ୍ରୀନ ଫାୟାରଫ୍ରାକ୍ ଫୁଟାଇବାକୁ ଅନୁମତି ମିଳିଛି। ତେବେ ଏଥିପାଇଁ ଲୋକଙ୍କୁ ମାତ୍ର ଦୁଇ ଘଣ୍ଟା ସମୟ ମିଳିବ। ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିପିସିବି)ର ସୁପାରିଶ କ୍ରମେ ପଞ୍ଜାବ ସରକାର ଗାଇଡଲାଇନ ଜାରି କରିଛି। ଏହି ନିର୍ଦ୍ଦେଶ ସଂପୃକ୍ତ ଅଞ୍ଚଳର ଡେପୁଟି କମିଶନର ଏବଂ ଜିଲ୍ଲା ପୋଲିସ ଦ୍ୱାରା କାର୍ଯ୍ୟକାରୀ ହେବ। ଯେଉଁମାନେ ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଜାବ ପରିବେଶ ମନ୍ତ୍ରୀ ଗୁରୁମିତ ସିଂହ ମିତ ହାୟେର କହିଛନ୍ତି।


Also Read: Odisha Weather Update: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ବାତ୍ୟାକୁ ନେଇ ବଡ଼ କଥା କହିଲା IMD


ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଅକ୍ଟୋବର ୨୪ (ଦୀପାବଳି) ରେ ରାତି ୮ରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ସେହିପରି ନଭେମ୍ବର ୮ (ଗୁରୁପର୍ବ)ରେ ସକାଳ ୪ଟାରୁ ୫ଟା ଏବଂ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଦୁଇଟି ସ୍ଲଟରେ ବାଣ ଫୁଟିବ। ଡିସେମ୍ବର ୨୫ (ଖ୍ରୀଷ୍ଟମାସ)ରେ ରାତି ୧୧ଟା ୫୫ରୁ ମଧ୍ୟରାତ୍ରି ୧୨ଟା ୩୦ ପର୍ଯ୍ୟନ୍ତ ଏବଂ ଡିସେମ୍ବର ୩୧ (ନୂତନ ବର୍ଷ)ରେ ମଧ୍ୟ ରାତି ୧୧ଟା ୫୫ରୁ ମଧ୍ୟରାତ୍ରି ୧୨ଟା ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। 


 



ସେପଟେ, ପଞ୍ଜାବରେ ଇ-କମର୍ସ ସାଇଟଗୁଡିକ ବାଣ ବିକ୍ରୟ କିମ୍ବା ବିତରଣ ଉପରେ କଟକଣା ଲଗାଯାଇଛି। ପଞ୍ଜାବର ସମସ୍ତ ଜିଲ୍ଲାରେ କେବଳ କୋର୍ଟ ଅନୁମତି ଦେଇଥିବା ସବୁଜ ବାଣ ବିକ୍ରି ହେବ ବୋଲି ପିସିବି କର୍ତ୍ତୃପକ୍ଷ କହିଛନ୍ତି। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ନିର୍ଦ୍ଦେଶନାମା ଅନୁଯାୟୀ, କେବଳ ଗ୍ରୀନ କ୍ରାକରଙ୍କୁ ଅନୁମତି ଦିଆଯିବା ସହିତ ସମ୍ବେଦନଶୀଳ ସ୍ଥାନରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ହେବେ। ନିୟମ  ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।