ଚଣ୍ଡିଗଡ଼: 7th pay commission, DA Hike, Haryana Government Employees: ହରିୟାଣାର ସରକାରୀ କର୍ମଚାରୀ (Haryana Government Employees) ଙ୍କ ପାଇଁ ଏକ ଖୁସି ଖବର ଅଛି । ସର୍ଭ କର୍ମଚାରୀ ସଂଘ ହରିୟାଣାର ଦାବି ପରେ ଗୁରୁବାର ଅର୍ଥ ବିଭାଗ ପେନସନଭୋଗୀ (Pensioners) ଓ ପାରିବାରିକ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) ୩ ପ୍ରତିଶତ ବୃଦ୍ଧି ପାଇଁ ନିର୍ଦ୍ଦେଶ ଜାରି କରିଛି । ହରିୟାଣା ସରକାର ୨.୬୨ ଲକ୍ଷ ପେନସନଭୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି । ଏଠାରେ କହିରଖୁଛୁ ଯେ ଦୀର୍ଘ ସମୟ ଧରି ସର୍ଭ କର୍ମଚାରୀ ସଂଘ କ୍ରମାଗତ ଭାବରେ ଦାବି କରୁଥିଲା ଯେ ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଉ, ଯାହା ଦ୍ୱାରା ପେନସନଭୋଗୀମାନେ କୌଣସି ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ସେଥିପାଇଁ ସରକାର ବର୍ତ୍ତମାନ ଏକ ବଡ଼ ଘୋଷଣା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସର୍ଭ କର୍ମଚାରୀ ସଂଘ ହରିୟାଣା (Sarva Employees Union Haryana) ସରକାରଙ୍କ ପାଖରେ ସମସ୍ତ ପ୍ରକାରର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବାକୁ ଦାବି କରିଛି । ସଂଘର ନେତାମାନେ କହିଛନ୍ତି ଯେ, ଏହି ସ୍ୱଳ୍ପ ବେତନ ପ୍ରାପ୍ତ କର୍ମଚାରୀମାନେ ମୁଦ୍ରାସ୍ଫୀତି ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି, ତେଣୁ ସରକାର ତୁରନ୍ତ ସମସ୍ତ ପ୍ରକାରର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେବା ଉଚିତ୍ ।


ସର୍ଭ କର୍ମଚାରୀ ସଂଘର ସଭାପତି ସୁଭାଷ ଲାମ୍ବା ଓ ସାଧାରଣ ସମ୍ପାଦକ ସତୀଶ ସେଠୀ କହିଛନ୍ତି ଯେ, ଏପ୍ରିଲ ୨୭ରେ ସେମାନେ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାକୁ ତିନି ପ୍ରତିଶତ ବୃଦ୍ଧି ନକରିବାରୁ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଚିଠି ଉପରେ କାର୍ଯ୍ୟ କରି ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଟିଭିଏସ୍ ପ୍ରସାଦ ଗୁରୁବାର ୨.୬୨ ଲକ୍ଷ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) କୁ ତିନି ପ୍ରତିଶତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଏହା ବି ପଢ଼ନ୍ତୁ:-କୋର୍ଟଙ୍କ ଆଦେଶ ପରେ ରାହୁଲ ଗାନ୍ଧୀଙ୍କୁ ଏତିକି ଟଙ୍କାର ଜରିମାନା ଦେଲେ RSS ନେତା


ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଗୁଡ ନ୍ୟୁଜ୍! ରାଜଧାନୀରେ ଆହୁରି ଶସ୍ତା ହେଲା ମଦ


ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ପରେ ବିଜେପିର ଉତ୍ତରାଧିକାରୀ କିଏ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ


 


ସୁଭାଷ ଲାମ୍ବା କହିଛନ୍ତି ଯେ, ଜାରି କରାଯାଇଥିବା ଆଦେଶରେ ପେନସନଭୋଗୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ସହିତ ଏପ୍ରିଲ ମାସ ପାଇଁ ପେନସନ ପ୍ରଦାନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଜାନୁଆରୀରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ତିନି ମାସର ବକେୟା ଅର୍ଥ ଆସନ୍ତା ମାସର ପେନସନରେ ମଧ୍ୟ ଦିଆଯିବ । ଏଥିରେ ସନ୍ତୁଷ୍ଟତା ପ୍ରକାଶ କରି ସର୍ଭ କର୍ମଚାରୀ ସଂଗଠନ ସରକାରଙ୍କୁ ଦାବି କରିଛନ୍ତି ଯେ ସମସ୍ତ ପ୍ରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବିଳମ୍ବ ନକରି ମହଙ୍ଗା ଭତ୍ତା ପ୍ରଦାନ କରାଯାଉ ।