Oscar 2024: ଓସ୍କାରକୁ (Oscar) ମନୋରଞ୍ଜନ ଦୁନିଆର ସବୁଠାରୁ ବଡ ପୁରସ୍କାର ଭାବରେ ବିବେଚନା କରାଯାଏ। ତେବେ ଆମେରିକାର କାଲିଫର୍ନିୟା ଲସ୍‌‌ ଆଞ୍ଜେଲେସ୍‌‌ରେ ୯୬ତମ ଓସ୍କାର ୨୦୨୪ (Oscar 2024) ଆୟୋଜିତ ହୋଇଯାଇଛି। ଚଳିତ ଥର ପ୍ରଥମ କରି ଓସ୍କାର ପୁରସ୍କାର ଜିତିଛନ୍ତି ହଲିଉଡ ଅଭିନେତା ରବର୍ଟ ଡାଉନି ଜୁନିୟର।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଚଳିତ ବର୍ଷ ଓସ୍କାର ଆୱାର୍ଡରେ ଫିଲ୍ମ ‘ଓପେନହାଇମର’ର ବାଜିମାତ କରିଛି। ହଲିଉଡ଼ର କିମ୍ବଦନ୍ତୀ ନିର୍ଦ୍ଦେଶକ ଶ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ ‘ଓପେନହାଇମର’ ୧୩ଟି ବର୍ଗରେ ନାମାଙ୍କନ ପାଇଥିବା ବେଳେ ୩ଟି ପୁରସ୍କାର ଜିତିଛି। ଚଳଚ୍ଚିତ୍ରଟି ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ସମେତ ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଛି। ‘ଓପେନ ହାଇମର’ (Oppenheimer) ପାଇଁ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ହାତେଇଛନ୍ତି ରବର୍ଟ ଡ୍ରାଉନି ଜୁନିଅର (Robert Downey Jr.) । ଏହା ତାଙ୍କର ପ୍ରଥମ ଓସ୍କାର ପୁରସ୍କାର ଅଟେ। ସେହିପରି କିଲିୟନ୍ ମର୍ଫିଙ୍କୁ (Cillian Murphy) ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ସେପଟେ ‘ପୋର୍‌‌ ଥିଙ୍କିସ‌’ (poor things) ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଛନ୍ତି ଅଭିନେତ୍ରୀ ଏମା ଷ୍ଟୋନ୍ (Emma Stone) ।


Also Read- Anant Radhika: ଅନନ୍ତ ଓ ରାଧିକାଙ୍କୁ ସେଲିବ୍ରେଟିଙ୍କ ଦାମୀ ଉପହାର, ଜାଣନ୍ତୁ କିଏ ଦେଇଛି କ’ଣ?


ଏହା ସହ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ନିର୍ମିତ ଏକ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ମଧ୍ଯ ଓସ୍କାର ଜିତିଛି । ପୁରସ୍କାର ଗ୍ରହଣ କରିବା ବେଳେ ଫିଲ୍ମର ନିର୍ଦ୍ଦେଶକ ମଞ୍ଚରେ ଭାବବିହ୍ୱଳ ହୋଇପଡ଼ିଥିଲେ । ଅନ୍ୟପଟେ ବ୍ରିଟେନର ‘ଜୋନ୍‌‌ ଅଫ୍‌‌ ଇଣ୍ଟରେଷ୍ଟ’ (The Zone of Interest) କୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ଭାବେ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ‘ଆନାଟୋମି ଅଫ ଏ ଫଲ’ (Anatomy of a Fall)କୁ ମିଳିଛି ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ ପୁରସ୍କରା। ‘ଦି ବୟ ଆଣ୍ଡ ଦି ହିରୋନ’କୁ (the boy and the heron) ବେଷ୍ଟ ଆନିମେଟେଡ ଫଚର ପୁରସ୍କାର ମିଳିଥିବାବେଳେ ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ପୁରସ୍କାର ଲାଭ କରିଛି ‘ୱାର ଇଜ ଓଭର’ (war is over)। ସେହିପରି  ‘ଦି ହୋଲଡଓଭର୍ସ’ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। ‘ଗର୍ଜିଲା ମାଇନସ ୱାନ’କୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ।