Punjab Hospital, ମୁଲତାନ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ଶୁକ୍ରବାର ନିଶସ୍ତାରସ୍ଥିତ ଏକ ହସ୍ପିଟାଲ ଛାତ ଉପରୁ ୨୦୦ରୁ ଊର୍ଦ୍ଧ୍ୱ ଗଳିତ ମୃତଦେହ ଉଦ୍ଧାର ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାରିକ ଜମାନ ଗୁଜର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲର ଛାତ ଉପରେ ଏହି ମୃତଦେହ ଗୁଡିକ ପଡିଥିବା ଦେଖିବାକୁ ମିଳିଛି। ତେବେ ହସ୍ପିଟାଲ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ଏହି ମୃତଦେହ ରାଖାଯାଇଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନର ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାରିକ ଜମାନ ଗୁଜର କହିଛନ୍ତି ଯେ, ମୁଲତାନର ନିଶାସ୍ତାର ମେଡିକାଲ ୟୁନିଭରସିଟିର ଶବ ବ୍ୟବଚ୍ଛେଦ ଗୃହ ଛାତ ଉପରେ ୨୦୦ରୁ ଊର୍ଦ୍ଧ୍ୱ ଗଳିତ ମୃତଦେହ ଠାବ କରାଯାଇଛି। ଗୁଜର କହିଛନ୍ତି ଯେ, ସେ ହସ୍ପିଟାଲ ଗସ୍ତରେ ଆସିଥିବା ବେଳେ ହସ୍ପିଟାଲର ଛାତ ଯାଞ୍ଚ କରିବାକୁ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ। ଆଉ ସେ ସେଠାରେ ପହଞ୍ଚିବା ପରେ କର୍ମଚାରୀମାନେ ଶବ ବ୍ୟବଚ୍ଛେଦ ଗୃହର କବାଟ ଖୋଲିବାକୁ ପ୍ରସ୍ତୁତ ନଥିଲେ। କିନ୍ତୁ ଏଫଆଇଆର ଧମକ ଦେଲା ପରେ ସେମାନେ କବାଟ ଖୋଲିଥିଲେ। ଆଉ ଛାତ ଉପରେ ସେମାନେ ଯାହା ଦେଖିଲେ ତାହାକୁ ବିଶ୍ୱସ କରିବା ଅସମ୍ଭବ। କାରଣ ସେଠାରେ ୨୦୦ରୁ ଊର୍ଦ୍ଧ୍ୱ ଗଳିତ ମୃତଦେହ ପଡିଥିଲା।


Also Read: Lucy Letby case: ନୃଶଂସ ନର୍ସ! ଚତୁର୍ଥ ପ୍ରୟାସରେ ସପ୍ତମ ନବଜାତକୁ ହତ୍ୟା, ପରିବାରକୁ...


ହସ୍ପିଟାଲ ଛତ ଉପରେ ଉଭୟ ମହିଳା ଓ ପୁରୁଷଙ୍କ ମୃତଦେହ ପଡି ରହିଥିଲା। ମହିଳାଙ୍କ ମୃତଦେହ ବି ସମ୍ପୂର୍ଣ୍ଣ ଉଲ୍ଲଗ୍ନ ଥିଲା। କିଛି ମୃତଦେହ ସଢିବା ଆରମ୍ଭ ହୋଇଯାଇଥିଲା। ସେଥିରେ ପୋକ ଲାଗିଥିବା ବେଳେ କାଉ ଓ ଶାଗୁଣା ତାକୁ ଝୁଣି ଦେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାରିକ ଜମାନ ଗୁଜର ସେହି ଗଳିତ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ତଦନ୍ତ ପାଇଁ ଏକ ସାତ ଜଣିଆ ଟିମ ଗଠନ କରାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ତଦନ୍ତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 


ନିଶାର ମେଡିକାଲ ୟୁନିଭରସିଟିର ମୁଖପାତ୍ର ସାଜାଦ ମସୁଦ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମୃତଦେହକୁ କିଏ ଓ କାହିଁକି ଖୋଲା ଆକାଶ ତଳେ ରଖିଲା ତାହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ସାଜାଦ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି। ଛାତ ଉପରେ ୨୦୦ରୁ ଊର୍ଦ୍ଧ୍ୱ ମୃତଦେହ ପଡିଥିବା ଖବରକୁ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଛାତ ଉପରେ କେବଳ ଚାରିଟି ମୃତଦେହ ଥିଲା, ଯାହା ପ୍ରାକୃତିକ ଭାବରେ ଶୁଖିବା ପାଇଁ ଛାଡି ଦିଆଯାଇଥିଲା। ଯେହା ଡାକ୍ତରୀ ଛାତ୍ରଙ୍କ ଶିକ୍ଷା ପାଇଁ ବ୍ୟବହୃତ ହେବ ବୋଲି ସେ କହିଛନ୍ତି। ତେବେ ଏଥିରେ ଚାରିରୁ ପାଞ୍ଚ ବର୍ଷ ବୟସର ପିଲାଙ୍କ ମୃତଦେହକୁ ମଧ୍ୟ ବ୍ୟବହାର କରାଯାଉଥିବା ନେଇ ଚର୍ଚ୍ଚା ହେଉଛି।