Odisha FC: ଓଡ଼ିଶା ଛାଡ଼ିବ କି ଓଡ଼ିଶା ଏଫସି, ଟ୍ୱିଟ ପରେ ଚର୍ଚ୍ଚା ଜୋର
Advertisement
Article Detail0/zeeodisha/odisha2589685

Odisha FC: ଓଡ଼ିଶା ଛାଡ଼ିବ କି ଓଡ଼ିଶା ଏଫସି, ଟ୍ୱିଟ ପରେ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଓଡ଼ିଶା ଛାଡିବ ଫୁଟବଲ ଟିମ ଓଡ଼ିଶା ଏଫସି। କ୍ଲବର ମାଲିକ ତଥା ପରାମର୍ଶଦାତା ରୋହନ ଶର୍ମାଙ୍କ ଟ୍ୱିଟ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ହେଉଥିବା ଚର୍ଚ୍ଚା ଅନୁସାରେ ଓଡ଼ିଶା ସରକାରଙ୍କ କ୍ରୀଡାକୁ ଦେଉଥିବା ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ଆକର୍ଷିତ ହୋଇ ଓଡ଼ିଶା ଆସିଥିଲେ। ତୃଣମୂଳ ସ୍ତରରୁ ଫୁଟବଲର ବିକାଶ ନାଁରେ ଝେର କିଛିଦିନ ସବୁ ପ୍ରକା

Odisha FC: ଓଡ଼ିଶା ଛାଡ଼ିବ କି ଓଡ଼ିଶା ଏଫସି, ଟ୍ୱିଟ ପରେ ଚର୍ଚ୍ଚା ଜୋର

Odisha FC: ଭୁବନେଶ୍ୱର: ଓଡ଼ିଶା ଛାଡିବ ଫୁଟବଲ ଟିମ ଓଡ଼ିଶା ଏଫସି। କ୍ଲବର ମାଲିକ ତଥା ପରାମର୍ଶଦାତା ରୋହନ ଶର୍ମାଙ୍କ ଟ୍ୱିଟ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ହେଉଥିବା ଚର୍ଚ୍ଚା ଅନୁସାରେ ଓଡ଼ିଶା ସରକାରଙ୍କ କ୍ରୀଡାକୁ ଦେଉଥିବା ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ଆକର୍ଷିତ ହୋଇ ଓଡ଼ିଶା ଆସିଥିଲେ। ତୃଣମୂଳ ସ୍ତରରୁ ଫୁଟବଲର ବିକାଶ ନାଁରେ ଝେର କିଛିଦିନ ସବୁ ପ୍ରକାର ସହଯୋଗ ଓ ସମର୍ଥନ ସାଉଣ୍ଟିଥିଲେ ମଧ୍ୟ। ଓଡ଼ିଶା ନାଁରେ ଦଳ କରି ଭିତ୍ତିଭୂମିଠାରୁ ଆରମ୍ଭ କରି ପ୍ରାୟୋଜକ ପର୍ଯ୍ୟନ୍ତ ସବୁକିଛି ପାଇଲେ। ପରିବର୍ତ୍ତିତ ପରିସ୍ଥିତିରେ ଆଉ ଆଗଭଳି ସମର୍ଥନ ମିଳୁନଥିବା କହି ଏବେ କିନ୍ତୁ ଓଡ଼ିଶା ଛାଡିବାକୁ ଅଣ୍ଟା ଭିଡିଲେଣି। ଏଭଳି ସଂକେତ ଦେଇଛି ଏକବିଦେଶୀ କମ୍ପାନୀ ଜିଏମଏସ ମାଲିକାନାରେ ଥିବା ଏକମାତ୍ର ପେସାଦାର ଫୁଟବଲ ଦଳ ଓଡିଶା ଏଫସି। କ୍ଲବର ମାଲିକ ତଥା ପରାମର୍ଶଦାତା ରୋହନ ଶର୍ମା ଶୁକ୍ରବାର ଏକ୍ସରେ ଦଳର ଭବିଷ୍ୟତକୁ ନେଇ ରହସ୍ୟମୟୀ ଲେଖା ଲେଖିବା ପରେ ଖୁବଶୀଘ୍ର ଓଡ଼ିଶା ଏଫସି ଓଡ଼ିଶା ଛାଡ଼ିବାନେଇ ଚର୍ଚ୍ଚା ଜୋର ଧରିଛି। 

ରୋହନ ତାଙ୍କ ଟ୍ୱିଟର ପୋଷ୍ଟରେ ଲେଖିଛନ୍ତି କି ସେ ସବୁକିଛି କରିଛନ୍ତି। ଆମେ ଏକ ଶକ୍ତିଶାଳୀ ପୁରୁଷ ଓ ମହିଳା ଦଳ ଗଢିଛୁ। ତଥାପି ଓଡ଼ିଶାର ଯୁବ ପିଢିଙ୍କ ପାଇଁ ଆମକୁ ଆହୁରି ଅନେକ କିଛି କରିବାର ଥିଲା ବୋଲି ସ୍ୱିକାର କରୁଛୁ। ସରକାର ବଦଳିବା ପରେ ଦୁର୍ଭାଗ୍ୟଜନକ ଭାବେ ଆମର ସବୁ ସ୍ଥାନୀୟ ପ୍ରାୟୋଜକ ଓହରି ଯାଇଛନ୍ତି। ତଥାପି ମୁଁ ପ୍ରଶଂସକଙ୍କ ନିକଟରେ କିଛି ନା କିଛି ସ୍ୱତନ୍ତ୍ର ଜିନିଷ ପରଷିବାକୁ ଚେଷ୍ଟା କରୁଛି। ରୋହନଙ୍କ ଏହି ପୋଷ ଉପରେ ମିଶ୍ର ପ୍ରତିକ୍ରିୟା ମିଳିଥିବା ଦେଖିବାକୁ ମିଳିଛି।