ନୂଆଦିଲ୍ଲୀ: ୨୦୨୦ ମସିହା ପଦ୍ମ ପୁରସ୍କାର ତାଲିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ବାଜିଛି। ୧୧୯ ଜଣ ବିଜେତାଙ୍କ ମଧ୍ୟରେ ୬ ଓଡ଼ିଆ ଓଡିଆ ଅଛନ୍ତି। ସୋମବାର ରାଷ୍ଟ୍ରପତି ଭବନରେ ପୁରସ୍କାର ଉତ୍ସବ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ।


COMMERCIAL BREAK
SCROLL TO CONTINUE READING

୨୦୨୦ ମସିହା ପାଇଁ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପଦ୍ମ ପୁରସ୍କାର ବିଜେତାଙ୍କ ମଧ୍ୟରେ ୨୯ ଜଣ ମହିଳା ଓ ଜଣେ ଟ୍ରାନ୍ସଜେଣ୍ଡର ଥିବା ବେଳେ ୧୬ ଜଣଙ୍କୁ ମରଣତ୍ତୋର ସମ୍ମାନ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ବିଜେତାଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି।


Also Read: CRPF camp ରକ୍ତରଞ୍ଜିତ; ସାଥୀ ଯବାନଙ୍କ ଗୁଳିମାଡରେ ୪ ମୃତ, ୩ ଗୁରୁତର


ଏଥର ଓଡିଶାରୁ ୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ଏଥିରେ ଗୋଟିଓ ପଦ୍ମ ବିଭୂଷଣ ଓ ୫ଟି ପଦ୍ମଶ୍ରୀ ଅଛି। ସୁଦର୍ଷନ ସାହୁଙ୍କୁ କଳା ବିଭାଗରେ ପଦ୍ମ ବିଭୁଷଣ ଦିଆଯାଇଛି। ସାହିତ୍ୟ ଓ ଶିକ୍ଷା ପାଇଁ ନନ୍ଦ ପୃଷ୍ଟି ଓ ରଜତ କୁମାର କରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିବା ବେଳେ ଶାନ୍ତି ଦେବୀଙ୍କୁ ସାମାଜିକ କାର୍ଯ୍ୟ, ପୁର୍ଣ୍ଣମାସୀ ଜାନିଙ୍କୁ କଳା ଓ ଡାକ୍ତର କୃଷ୍ଣ ମୋହନ ପତିଙ୍କୁ ଔଷଧ ବିଭାଗରେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି।