ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ମରାଇଗୁଡା ଥାନା ଅଞ୍ଚଳରେ CRPF 50 Bnର କ୍ୟାମ୍ପ ଅଛି। ରବିବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ କିଛି ଜବାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।
Trending Photos
ରାୟପୁର: ମାଲାକନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଏକ ଅଘଟଣ ଘଟିଛି। ସାମାନ୍ୟ ବଚସାକୁ ନେଇ CRPF camp ରକ୍ତରଞ୍ଚିତ ହୋଇଛି। ସାଥୀ ଯବାନଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।
ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ମରାଇଗୁଡା ଥାନା ଅଞ୍ଚଳରେ CRPF 50 Bnର କ୍ୟାମ୍ପ ଅଛି। ରବିବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ କିଛି ଜବାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ରିତେଶ ରଂଜନ ନାମକ ଯବାନ ତାଙ୍କ AK-47 ରାଇଫଲରେ ଫାଇରିଂ କରିଥିଲେ। ରିତେଶଙ୍କୁ ଗୁଳିମାଡରେ ସାଥୀ ଯବାନ ଧନଜୀ, ରାଜୀବ ମଣ୍ଡଳ, ରାଜମଣୀ କୁମାର ଯାଦବ ଏବଂ ଧର୍ମେନ୍ଦ୍ର କୁମାରଙ୍କ ମୃତ୍ୟୁ ହୋଇଛି।
Also Read: କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୨୬୬
ଗୁଳିକାଣ୍ଡରେ ଅନ୍ୟ ତିନି ଜଣ ଯବାନ ଧନଞ୍ଜୟ କୁମାର ସିଂ, ଧରମାତ୍ମା କୁମାର ଏବଂ ମଳୟ ରଂଜନ ମହାରଣା ଆହତ ହୋଇଛନ୍ତି। ସେମାନଙ୍କୁ ତେଲେଙ୍ଗାନାର ଭଦ୍ରାଚଲମ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା CRPF ସୂତ୍ରରୁ ସୂଚନା ମିଳିଛି। ସେପଟେ ଅଭିଯୁକ୍ତ ରିତେଶଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।