Pakistan Taliban Clash: ଦେଶର ଅଶାନ୍ତ ଖାଇବର ପାଖତୁନଖ୍ୱା ପ୍ରଦେଶର ବନୁ ଜିଲ୍ଲାରେ ତାଲିବାନ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ ସ୍ୱତନ୍ତ୍ର ବାହିନୀ। ପାକିସ୍ତାନ ସେନା ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଟଳି ପଡ଼ିଛନ୍ତି ୩୩ ଆତଙ୍କବାଦୀ। ଏହା ସହିତ ଖାଇବର ପାଖତୁନଖ୍ୱା ପ୍ରଦେଶର ବନୁ ଜିଲ୍ଲାର ଯେଉଁ ପୋଲିସ ଥାନା ତାଲବାନ ଦଖଲକୁ ଚାଲି ଯାଇଥିଲା ତାହାକୁ ଆତଙ୍କବାଦୀଙ୍କ କବଳରୁ  ମୁକ୍ତ କରିଛି ପାକିସ୍ତାନୀ ସେନା।


COMMERCIAL BREAK
SCROLL TO CONTINUE READING

ଦେଶର ଖାଇବର ପାଖତୁନଖ୍ୱା ପ୍ରଦେଶର ବନୁ ଜିଲ୍ଲାରେ ଅବସ୍ଥି ପୋଲିସ ଥାନାକୁ ଘେରାବନ୍ଦୀ କରି ସାମରିକ ଅଭିଯାନ ଚଲାଇଥିଲା ପାକିସ୍ତାନ ସ୍ୱତନ୍ତ୍ର ବାହିନୀ। ପାକିସ୍ତାନ ସେନା ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାରେ ପ୍ରାୟ ୩୩ ଜଣ ତାଲବାନ ଆତଙ୍କବାଦୀ ନିହତ ହୋଇଛନ୍ତି।


Also Read: Durand Line: ଗୁଳି ମାଡ଼ ପରେ ଥରେ ଉଠିଲା ପାକିସ୍ତାନ-ଆଫଗାନିସ୍ତାନ ସୀମା, ଖାଲି ହୋଇଗଲା ଅନେକ ସୀମାନ୍ତ ଗ୍ରାମ


 ଆତଙ୍କବାଦୀମାନେ ପୋଲିସ ଷ୍ଟେସନକୁ କାବୁ କରିଛନ୍ତି। ପାକିସ୍ତାନର ସ୍ୱତନ୍ତ୍ର ବାହିନୀ ପୋଲିସ ଷ୍ଟେସନକୁ ଅବରୋଧ କରି ଅପରେସନ ଆରମ୍ଭ କରିଛନ୍ତି। ପାକିସ୍ତାନର ସ୍ୱତନ୍ତ୍ର ବାହିନୀ ପୋଲିସ ଷ୍ଟେସନରେ ଅବରୋଧ କରି ସମସ୍ତ 33 ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହି ଅଭିଯାନରେ ୨ ଜଣ  ପାକିସ୍ତାନ ସ୍ୱତନ୍ତ୍ର ବାହିନୀର ଦୁଇ ସୈନିକ ନିହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଆସୋସିଏଟେଡ଼ ଫ୍ରାନ୍ସ ପ୍ରେସ ଖବର ଅନୁଯାୟୀ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ ନିଶ୍ଚିତ କରିଛନ୍ତି ଯେ ଏହି ସେନା ଅପରେସନ ସଫଳତାର ସହ ଶେଷ ହୋଇଛି।


ପାକିସ୍ତାନର ଅଶାନ୍ତ ପ୍ରଦେଶ କୁହାଯାଉଥିବା ଖାଇବର ପାଖତୁନଖ୍ୱାର ବନୁ ଜିଲ୍ଲାରେ ଅବସ୍ଥିତ ଏକ ପୋଲିସ ଥାନାକୁ ତାଲିବାନ ଆତଙ୍କବାଦୀ କବଜା କରି ନେଇଥିଲେ। ଏହା ସହିତ ଥାନାରେ କିଛି ଲୋକଙ୍କୁ ବନ୍ଧକ ରଖିଥିଲେ ଆତଙ୍କବାଦୀ। ଲଗାତାର ତୃତୀୟ ଦିନ ପର୍ଯ୍ୟନ୍ତ ଥାନାକୁ ବନ୍ଧକ ରଖାଯିବା ପରେ ଏବଂ ଅପହରଣ ହେବାର ଆଶଙ୍କାରେ ମଙ୍ଗଳବାର ସ୍ଥାନୀୟ ସ୍କୁଲ ବନ୍ଦ କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଥିଲେ।


Also Read: Afghanistan Pakistan Clash: ଅନ୍ଧାଧୁନିଆ ଗୁଳିମାଡ଼ରେ ଥରିଉଠିଲା ଡୁରାଣ୍ଡ ଲାଇନ; ୬ ମୃତ, ୧୭ ଆହତ


 


କଟ୍ଟରପନ୍ଥୀ ଇସଲାମୀୟ ବିଚାରଧାରାରେ ବିଶ୍ୱାସ କରୁଥିବା ତେହେରିକ-ଇ-ତାଲିବାନ ପାକିସ୍ଥାନ ଆତଙ୍କୀ ଗୋଷ୍ଠୀର ୩୦ ଜଣରୁ ଅଧିକ ଆତଙ୍କବାଦୀ ରବିବାର ଥାନା ଉପରେ ଆକ୍ରମଣ କରି  କିଛି ପୋଲିସ କର୍ମଚାରୀଙ୍କୁ ବନ୍ଧକ ରଖିବା ସହ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଥିଲେ। ଖାଇବର ପାଖତୁନଖ୍ୱା ସରକାରଙ୍କ ମୁଖପାତ୍ର ମହମ୍ମଦ ଅଲି ସୈଫ କହିଛନ୍ତି ଯେ ଆତଙ୍କବାଦ ସନ୍ଦେହରେ ଗିରଫ ହୋଇଥିବା ଲୋକ ଅତି କମରେ ୮ ଜଣ ପୋଲିସ କର୍ମଚାରୀ ଏବଂ ସାମରିକ ଗୁପ୍ତଚର ଅଧିକାରୀଙ୍କ ମୁକ୍ତି ବଦଳରେ ଆଫଗାନିସ୍ତାନ ପର୍ଯ୍ୟନ୍ତ ସୁରକ୍ଷିତ ଯାତାୟାତ କରିବାକୁ ଦାବି କରିଛନ୍ତି।


Also Read: Durand Line: ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମୁହାଁମୁହିଁ ତାଲିବାନ-ପାକିସ୍ତାନୀ ସେନା, ରାତିସାରା ଜାରି ରହିଲା ଗୁଳି ବର୍ଷଣ


ଆତଙ୍କବାଦୀଙ୍କ ଦଖଲକୁ ଚାଲିଯାଇଥିବା ପୋଲିସ ଥାନା ଆଫଗାନିସ୍ତାନ ସୀମାରେ ଅବସ୍ଥିତ। ଯାହା ପାକିସ୍ତାନର ଆଦିବାସୀ ଅଞ୍ଚଳ କୁହାଯାଉଥିବା ବନୁ ଜିଲ୍ଲାର ରହିଛି। ଏହି ଥାନା ଏକ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ମଧ୍ୟରେ ରହିଛି। ଏହି ଅଞ୍ଚଳରେ କାର୍ଯ୍ୟାଳୟ ଏବଂ ରାସ୍ତା ବନ୍ଦ କରି ଦିଆଯାଇଛି। ଏଠାରେ ପୋଲିସ ଏବଂ ସେନା ପୋଷ୍ଟ ସ୍ଥାପନ କରାଯାଇଛି। ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନୀ ଅଧିକାରୀ କାବୁଲରେ ସରକାରଙ୍କୁ ବନ୍ଧକଙ୍କୁ ମୁକ୍ତ କରିବାରେ ସାହାଯ୍ୟ କରିବାକୁ କହିଛନ୍ତି।