Afghanistan Pakistan Clash: ଅନ୍ଧାଧୁନିଆ ଗୁଳିମାଡ଼ରେ ଥରିଉଠିଲା ଡୁରାଣ୍ଡ ଲାଇନ; ୬ ମୃତ, ୧୭ ଆହତ
Advertisement
Article Detail0/zeeodisha/odisha1483117

Afghanistan Pakistan Clash: ଅନ୍ଧାଧୁନିଆ ଗୁଳିମାଡ଼ରେ ଥରିଉଠିଲା ଡୁରାଣ୍ଡ ଲାଇନ; ୬ ମୃତ, ୧୭ ଆହତ

Pakistan Afghanistan War: ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସ୍ପିନ୍-ବୋଲଡାକ୍ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ପରେ ପାକିସ୍ତାନୀ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଆଫଗାନିସ୍ତାନ ସୀମା ବାହିନୀ ପାକିସ୍ତାନୀ ନାଗରିକଙ୍କ ଉପରେ ଚମାନ ସୀମାରେ ବିନା କାରଣରେ ଗୁଳି ଚଳାଇଥିଲା। ସୀମାରେ ଅବସ୍ଥିତି ଜନବସତିରେ ଆଫଗାନିସ୍ତାନ ସେନା ଆର୍ଟିଲିରି ଏବଂ ମୋର୍ଟାର ସାହାଯ୍ୟରେ ଅନ୍ଧାଧୁନିଆ ଗୁଳିମାଡ଼ କରିଥିଲା। 

Afghanistan Pakistan Clash: ଅନ୍ଧାଧୁନିଆ ଗୁଳିମାଡ଼ରେ ଥରିଉଠିଲା ଡୁରାଣ୍ଡ ଲାଇନ;  ୬ ମୃତ, ୧୭ ଆହତ

Afghanistan Pakistan Border Clash: ଆଫଗାନିସ୍ତାନ-ପାକିସ୍ତାନ ସୀମାକୁ ପରସ୍ପର ଠାରୁ ପୃଥକ କରୁଥିବା ନେଇ ଡୁରାଣ୍ଡ ଲାଇନ ସୀମାରେଖାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ସୀମାରେଖାକୁ ପାକିସ୍ତାନୀ ସେନା ଏବଂ ତାଲିବାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଅଭିଯୋଗ ହୋଇଛି ଯେ ସୀମା ବିବାଦ ଚାଲିଥିବା ସମୟରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନ ସୁରକ୍ଷାବଳ ପକ୍ଷରୁ ସୀମାରେ ଗୁଳିମାଡ଼ କରାଯାଇଛି। ଏହି ଘଟଣାରେ ୬ ଜଣ ପାକିସ୍ତାନୀ ସାଧାରଣ ନାଗରିକ ନିହତ ହୋଇଛନ୍ତି। ଅନ୍ୟପଟେ ଗୁଳିମାଡ଼ ଘଟଣାରେ ଦିଆଯାଇଥିବା ପାଲଟା ଜବାବରେ ଜଣେ ଆଫଗାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟିବାର ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ୬ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। 

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସ୍ପିନ୍-ବୋଲଡାକ୍ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ପରେ ପାକିସ୍ତାନୀ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଆଫଗାନିସ୍ତାନ ସୀମା ବାହିନୀ ପାକିସ୍ତାନୀ ନାଗରିକଙ୍କ ଉପରେ ଚମାନ ସୀମାରେ ବିନା କାରଣରେ ଗୁଳି ଚଳାଇଥିଲା। ସୀମାରେ ଅବସ୍ଥିତି ଜନବସତିରେ ଆଫଗାନିସ୍ତାନ ସେନା ଆର୍ଟିଲିରି ଏବଂ ମୋର୍ଟାର ସାହାଯ୍ୟରେ ଅନ୍ଧାଧୁନିଆ ଗୁଳିମାଡ଼ କରିଥିଲା। 

ପାକିସ୍ତାନ ସେନା ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଆଫଗାନିସ୍ତାନ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ୬ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭  ଜଣ ଆହତ ହୋଇଛନ୍ତି। ଆଫଗାନ ସେନା ପକ୍ଷରୁ ଗୁଳିମାଡ଼ ଘଟଣାର ପାଲଟା ଜବାବ ଦେଇଥିଲା ପାକିସ୍ତାନ ସେନା। ଏହି ଆକ୍ରମଣ ପର ଠାରୁ ଉଭୟ ଦେଶର ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାକୁ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ରହୁଥିବା ଲୋକେ ଭୟଭୀତ ହୋଇଉଠିଛନ୍ତି।

Also Read: Durand Line: ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ମୁହାଁମୁହିଁ ତାଲିବାନ-ପାକିସ୍ତାନୀ ସେନା, ରାତିସାରା ଜାରି ରହିଲା ଗୁଳି ବର୍ଷଣ

 

ସୀମାରେ ହୋଇଥିବା ଗୁଳମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛି ଆଫଗାନିସ୍ତାନ ସେନା। ଏନେଇ କୁହାଯାଇଛି ଯେ ପାକିସ୍ତାନୀ ସେନା ଆଫଗାନିସ୍ତାନ ସେନାକୁ ସୀମା ପାର୍ଶ୍ୱରେ ଏକ ନୂତନ ଚେକପୋଷ୍ଟ ନିର୍ମାଣ କରିବାରୁ ରୋକିବା ବେଳେ ଏହି ଆକ୍ରମଣ ଆରମ୍ଭ ହୋଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି କନ୍ଧାର ପୋଲିସ ମୁଖପାତ୍ର ହାଫିଜ ସାବୀର କହିଛନ୍ତି ଯେ ଏହି ଆକ୍ରମଣରେ ଜଣେ ଆଫଗାନିସ୍ତାନ ସୈନିକଙ୍କ ମୃତ୍ୟୁ ହେବା ସହ ୩ ଜଣ ସାଧାରଣ ନାଗରିକଙ୍କ ସମେତ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ଉଉୟ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। ଯାହା ପରେ ବର୍ତ୍ତମାନ ସୀମାରେ ପରିସ୍ଥିତି ସ୍ୱାଭାବିକ ରହିଛି।

ଚମାନ ସୀମା ଉଉୟ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଏବଂ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଆସିବା କରିବା ଲାଗି ବ୍ୟବହାର ହୋଇଥାଏ। ଏହା ପୂର୍ବରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ପରେ ଗତ ମାସରେ ଏହି କ୍ରସିଂ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହି ସୀମା ପାକିସ୍ତାନର ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶକୁ ଆଫଗାନିସ୍ତାନର ଦକ୍ଷିଣ କନ୍ଧାର ପ୍ରଦେଶ ସହିତ ଯୋଡ଼ିଥାଏ। ହେଲେ ବର୍ତ୍ତମାନ ପାକିସ୍ତାନୀ ସେନା ଆଫଗାନିସ୍ତାନ ସୀମାରେ ନିରନ୍ତର ସକ୍ରିୟ ହେବାରେ ଲାଗିଛି। 

Also Read:  Taliban to Pakistan: 'ଆଫଗାନ ସୀମାକୁ କିଏ ଆସିବ ସେଥିରେ ତମର କିଛି ଯାଏ-ଆସେ ନାହିଁ'

ବିଗତ କିଛି ମାସ ଧରି ତାଲିବାନ ପାକିସ୍ତାନ ଉପରେ ତାତିଉଠିଛି। ଏହାର କାରଣ ହେଉଛି ପାକିସ୍ତାନୀ ସେନା ଆଫଗାନିସ୍ତାନ ନାଗରିକଙ୍କୁ ସ୍ପିନ୍-ବୋଲଡାକ୍-ଚମାନ ସୀମାରେ ଅସୁବିଧାରେ ପକାଉଛି। ଆଫଗାନ ନାଗରିକଙ୍କୁ ହଇରାଣ କରାଯାଉଛି। ତାଲିବାନ ଅଭିଯୋଗ କରିଛି ଯେ ପାକିସ୍ତାନୀ ସୈନିକ ଆଫଗାନ ନାଗରିକଙ୍କୁ ଜବରଦସ୍ତ ହଇରାଣ କରୁଛନ୍ତି। ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଭୋକିଲା ଏବଂ ଶୋଷିଲା ରଖି ଧାଡିରେ ଛିଡା କରାଉଛନ୍ତି। ଯଦି ସେମାନେ ଏହାକୁ ବିରୋଧ କରୁଛନ୍ତି, ତାହେଲେ ପାକିସ୍ତାନ ସେନା ସେମାନଙ୍କୁ ମାଡ଼ ମାରୁଛନ୍ତି। ତାଲିବାନ ଦାବି କରିଛି ଯେ ଏହି ଘଟଣା ବାବଦରେ ପାକିସ୍ତାନ ସରକାରଙ୍କୁ ଅବଗତ କରାଯାଇଛି। 

ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ହେଉଥିବା ବାଣିଜ୍ୟ କେବଳ ସ୍ପିନ୍-ବୋଲଡାକ୍-ଚମାନ ସୀମା ଦେଇ ହୋଇଥାଏ | ଏହି ମାର୍ଗ ମାଧ୍ୟମରେ ଆଫଗାନିସ୍ତାନ ଡାଳିମ୍ବ, ଶୁଖିଲା ଫଳ, କାର୍ପେଟ ଏବଂ ଅନେକ ଖଣିଜ ପଦାର୍ଥ ପାକିସ୍ଥାନ ବନ୍ଦରକୁ ପଠାଇଥାଏ। ଏହା ପରେ ଏହି ସାମଗ୍ରୀ ଦୁନିଆର ଅନେକ ଦେଶକୁ ଯାଇଥାଏ। ଆଫଗାନିସ୍ତାନ ମଧ୍ୟ ଏହି ସୀମା ଦେଇ ପାକିସ୍ତାନରୁ ଖାଦ୍ୟ ଶସ୍ୟ, ପୋଷାକ, ଔଷଧ ସମେତ ଅନ୍ୟାନ୍ୟ ଜରୁରୀ ଜିନିଷ ଆମଦାନୀ କରିଥାଏ। ପ୍ରତିଦିନ ବହୁ ସଂଖ୍ୟକ ଆଫଗାନିସ୍ତାନ ନାଗରିକ ମଧ୍ୟ ଏହି ସୀମା ଦେଇ ପାକିସ୍ତାନ ଯାଇଥାନ୍ତି।

Also Read: ସମ୍ପର୍କ ହୋଇଉଠୁଛି ତିକ୍ତ; ମୁହାଁମୁହିଁ ଅବସ୍ଥାରେ ତାଲିବାନ-ପାକିସ୍ତାନ

ଯେବେଠାରୁ ଆଫଗାନିସ୍ତାନ ମାଟିରେ ତାଲିବାନ ଶାସନ ଆରମ୍ଭ ହୋଇଗଲାଣି ସେବେଠାରୁ, ତାଲିବାନ ଆଫଗାନିସ୍ତାନ-ପାକିସ୍ତାନ ସୀମାକୁ ପୃଥକସ କରୁଥିବା ଡୁରାଣ୍ଡ ଲାଇନ ସୀମାରେଖାକୁ ଗ୍ରହଣ କରୁନାହିଁ। ତାଲିବାନ ଦାବି କରିଛି ଯେ ଡୁରାଣ୍ଡ ଲାଇନ ଅପର ପାର୍ଶ୍ୱରେ ଅର୍ଥାତ୍ ପାକିସ୍ତାନ ଅଧିକୃତ ଅଞ୍ଚଳରେ ଆଫଗାନିସ୍ତାନର କିଛି ଅଞ୍ଚଳ ଅଛି। ତାଲିବାନ, ପାକିସ୍ତାନର ବେଲୁଚିସ୍ତାନ ଏବଂ ଖାଇବର ପାଖତୁନଖ୍ୱା ଅଞ୍ଚଳର ବୃହତ ଅଂଶ ଉପରେ ଆଗାନିସ୍ତାନର ଅଧିକାର ରହିଥିବା ଦାବି କରିଛି। ଏହି କାରଣରୁ ଅତୀତରେ ଡୁରାଣ୍ଡ ଲାଇନ ସୀମାରେଖାକୁ ନେଇ ପାକିସ୍ତାନୀ ସେନା ଏବଂ ତାଲିବାନ ଯୋଦ୍ଧାଙ୍କ ମଧ୍ୟରେ ଅନେକ ଥର ଲଡେଇ ହୋଇଛି।