ଇମ୍ରାନ ଖାନଙ୍କୁ ନ ହଟାଇ ମାନିବେନି ବିରୋଧୀ!
ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ବିରୋଧରେ ବିରୋଧୀ ଦଳର ବିରୋଧ ପ୍ରଦର୍ଶନ ଜୋର ଧରିବାରେ ଲାଗିଛି । ବିରୋଧୀ ଦଳର ମେଣ୍ଟ ରବିବାର ରାଲିରେ ଆସିଥିବା ୧୦ ହଜାର ଲୋକଙ୍କୁ ଆଗାମୀ ମାସରେ ପାକିସ୍ତାନ (Pakistan) ର ରାଜଧାନୀ ଇସଲାମାବାଦ ମାର୍ଚ୍ଚ କରିବାକୁ ଅପିଲ କରିଛି । ବିରୋଧୀ ଦଳ ଦାବି କରିଛନ୍ତି ଯେ ପୁନର୍ବାର ପାକିସ୍ତ
ନୂଆଦିଲ୍ଲୀ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ବିରୋଧରେ ବିରୋଧୀ ଦଳର ବିରୋଧ ପ୍ରଦର୍ଶନ ଜୋର ଧରିବାରେ ଲାଗିଛି । ବିରୋଧୀ ଦଳର ମେଣ୍ଟ ରବିବାର ରାଲିରେ ଆସିଥିବା ୧୦ ହଜାର ଲୋକଙ୍କୁ ଆଗାମୀ ମାସରେ ପାକିସ୍ତାନ (Pakistan) ର ରାଜଧାନୀ ଇସଲାମାବାଦ ମାର୍ଚ୍ଚ କରିବାକୁ ଅପିଲ କରିଛି । ବିରୋଧୀ ଦଳ ଦାବି କରିଛନ୍ତି ଯେ ପୁନର୍ବାର ପାକିସ୍ତାନରେ ନିର୍ବାଚନ କରାଯାଉ ଏବଂ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ଶେଷ କରାଯାଉ ।
ଅଧିକ ପଢ଼ନ୍ତୁ:-'ଜାନୁଆରୀରୁ ଭାରତରେ କୋରୋନା ଟିକାକରଣ ଆରମ୍ଭ ହେବ, ଅକ୍ଟୋବର ସୁଦ୍ଧା ସମସ୍ତଙ୍କୁ ମିଳିପାରେ ଡୋଜ'
ବିରୋଧୀ ଅଭିଯୋଗ କରିଛନ୍ତି ଯେ ସେନାର ହସ୍ତକ୍ଷେପ ଯୋଗୁଁ ୨୦୧୮ ନିର୍ବାଚନରେ ଇମ୍ରାନ ପ୍ରଧାନମନ୍ତ୍ରୀ ଗାଦି ପାଇଛନ୍ତି । ୧୧ଟି ବିରୋଧୀ ଦଳର ଏକ ମିଳିତ ମେଣ୍ଟ (ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ) ସେପ୍ଟେମ୍ବରରୁ ଇମ୍ରାନ ସରକାର ବିରୁଦ୍ଧରେ କ୍ରମାଗତ ଭାବରେ ପ୍ରଦର୍ଶନ କରିଆସୁଛି । ପାକିସ୍ତାନର ରାଜନୀତିରେ ସେନାର ହସ୍ତକ୍ଷେପ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ରାଜସ୍ଥାନର ପୌର ନିର୍ବାଚନରେ ୬୨୦ଟି ଆସନ ଜିତିଲା କଂଗ୍ରେସ, ତୃତୀୟ ସ୍ଥାନରେ ରହିଲା ବିଜେପି
ସ୍ୱର୍ଗତ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ପୁଅ ତଥା ବିରୋଧୀ ଦଳର ନେତା ବିଲାୱାଲ ଭୁଟ୍ଟୋ ଜରଦାରୀ ଇମ୍ରାନ ଖାନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆଲୋଚନା ସମୟ ସମାପ୍ତ ହୋଇସାରିଛି । ନିର୍ବାଚନ ତାରିଖ ଘୋଷଣା ପରେ ହିଁ ଇମ୍ରାନ ଖାନ କିମ୍ବା ସେନା ସହ ଆଲୋଚନା ହେବ ବୋଲି ସେ କହିଛନ୍ତି । ତେବେ ପାକିସ୍ତାନରେ ପରବର୍ତ୍ତୀ ନିର୍ବାଚନ ୨୦୨୩ରେ ଅନୁଷ୍ଠିତ ହେବାର ଅଛି । ଭିଡିଓ ଲିଙ୍କ ମାଧ୍ୟମରେ ଏହି ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଯୋଗ ଦେଇଥିଲେ । ସେ ମେଡିକାଲ ବେଲରେ ଅଛନ୍ତି ଏବଂ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି ।
ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ମଧ୍ୟ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତା ନୱାଜ ସରିଫଙ୍କୁ ମିଥ୍ୟା ଅଭିଯୋଗରେ ଫସା ଯାଇଛି । ସେ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଏବଂ ସେନାର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଜଣେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ।