ଭାରତ ସହ କଥାବାର୍ତ୍ତା ପାଇଁ ଧୈର୍ଯ୍ୟହରା ହେଲେ ଇମ୍ରାନ, ମନକୁ ମନ ରଖିଲେ ଏହି ସର୍ତ୍ତ
ପାକ୍ ପ୍ରଧାନମନ୍ତ୍ରୀ ପୁଣିଥରେ ଭାରତ ସହ କଥା ହେବାକୁ ପ୍ରସ୍ତାବ ଦେଇଛନ୍ତି । କେବଳ ଏତିକି ନୁହେଁ ସେ ବ୍ୟବସାୟ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଯେତେବେଳେ କି ଭାରତ ପ୍ରତ୍ୟେକ ଥର କଥାବାର୍ତ୍ତାର ଅଫରକୁ ପ୍ରତ୍ୟାଖ୍ୟାନ କରିଛି ।
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan PM) ଇମ୍ରାନ ଖାନ (Imran Khan) ଭାରତ (India) ସହ କଥାବାର୍ତ୍ତା କରିବାକୁ ବାରମ୍ବାର ପ୍ରସ୍ତାବ ଦେଉଛନ୍ତି । ପାକିସ୍ତାନ ଆତଙ୍କବାଦକୁ ଶେଷ ନକରିବା ପର୍ଯ୍ୟନ୍ତ କଥା ହେବ ନାହିଁ ବୋଲି ଭାରତ ପ୍ରତ୍ୟେକ ଥର ସ୍ପଷ୍ଟ କରିଛି । ପୁଣିଥରେ ଇମ୍ରାନ ଖାନ କହିଛନ୍ତି ଯେ ସେ ପୁଣି ଭାରତ ସହ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ । କେବଳ ଏତିକି ନୁହେଁ, ଖାନ ନିଜେ ମଧ୍ୟ ଏହି ବାର୍ତ୍ତାଳାପର ସର୍ତ୍ତ ସ୍ଥିର କରିଛନ୍ତି ଓ କହିଛନ୍ତି ଯେ କାଶ୍ମୀର (Kashmir) ସମ୍ବନ୍ଧରେ ଭାରତ ଆମକୁ ଏକ ରୋଡମ୍ୟାପ ଦେବା ଉଚିତ୍ ।
ଅଧିକ ପଢ଼ନ୍ତୁ: କ୍ୟାଟ୍ରିନା କୈଫଙ୍କୁ ସ୍ୱୀକାର କଲେ ବିକି କୌଶଲ! ଉଭୟ ଶୀଘ୍ର ନିଜ ସମ୍ପର୍କକୁ ଦେଇପାରନ୍ତି ନୂଆ ନାମ
କାଶ୍ମୀରକୁ ନେଇ ମାଗିଲେ ରୋଡମ୍ୟାପ
ରଏଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ (Imran Khan) ଶୁକ୍ରବାର କହିଛନ୍ତି ଯେ ଯଦି କାଶ୍ମୀରର ବିବାଦୀୟ ହିମାଳୟ ଅଞ୍ଚଳର ସ୍ଥିତିକୁ ପୁନଃ ସ୍ଥାପିତ କରିବା ଦିଗରେ ଯଦି ଭାରତ (India) ଏକ ରୋଡମ୍ୟାପ ପ୍ରସ୍ତୁତ କରେ ତେବେ ପାକିସ୍ତାନ ଭାରତ ସହ ଆଲୋଚନା (Discussion) ଆରମ୍ଭ କରିବାକୁ ପ୍ରସ୍ତୁତ । ୨୦୧୯ ରେ ଭାରତ ଜମ୍ମୁ କାଶ୍ମୀରରୁ (Jammu and Kashmir) ଧାରା ୩୭୦ (Article 370) ହଟାଇବା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହି କାରଣରୁ ଭାରତ କୂଟନୈତିକ ସମ୍ପର୍କକୁ ମଧ୍ୟ ହ୍ରାସ କରିବା ସହ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରି ଦେଇଥିଲା ।
ଇମ୍ରାନ ଖାନ ଆହୁରି ମଧ୍ୟ କହିଛନ୍ତି, 'ଯଦି ଭାରତ ଆମକୁ ଏକ ରୋଡମ୍ୟାପ ଦେବ ଯାହା ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘର ନିଷ୍ପତ୍ତି ବିରୁଦ୍ଧରେ ବେଆଇନ ଅଟେ ଓ ସ୍ଥିତିକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଏହା ଆବଶ୍ୟକ ହେବ । ତେବେ ଯାଇ ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ । ଉଲ୍ଲେଖନୀୟ ବିଷୟ ହେଉଛି, ଇମ୍ରାନ ଖାନ ଓ ତାଙ୍କ ସରକାରର ନେତାମାନେ ଅନେକ ଥର କହିଛନ୍ତି ଯେ ଭାରତ ସହ ସମ୍ପର୍କ ସ୍ୱାଭାବିକ କରିବା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ କାଶ୍ମୀରରେ ଧାରା ୩୭୦ (Article 370) ହଟାଇବାକୁ ନେଇ ଭାରତ ନିଷ୍ପତ୍ତି ବଦଳାଇବା ଉଚିତ ।
ଅଧିକ ପଢ଼ନ୍ତୁ: IPL 2021: ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚରେ ହୋଇପାରେ ଏହି ପରିବର୍ତ୍ତନ, ଶୀଘ୍ର ଘୋଷଣା କରିବ BCCI
ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି
ଏହି ସାକ୍ଷାତକାରରେ ଖାନ କହିଛନ୍ତି ଯେ ସେ ସର୍ବଦା ଭାରତ ସହ 'ସଭ୍ୟ' ଓ 'ଖୋଲା' ସମ୍ପର୍କ ଚାହୁଁଛନ୍ତି । ଭାରତ ସହ ବାଣିଜ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ଯଦି ଆପଣ ଉପମହାଦେଶରେ ଦାରିଦ୍ର୍ୟ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ସର୍ବୋତ୍ତମ ଉପାୟ ହେଉଛି ପରସ୍ପର ସହ ବ୍ୟବସାୟ କରିବା ।