IPL 2021: ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚରେ ହୋଇପାରେ ଏହି ପରିବର୍ତ୍ତନ, ଶୀଘ୍ର ଘୋଷଣା କରିବ BCCI
Advertisement
Article Detail0/zeeodisha/odisha914113

IPL 2021: ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚରେ ହୋଇପାରେ ଏହି ପରିବର୍ତ୍ତନ, ଶୀଘ୍ର ଘୋଷଣା କରିବ BCCI

ବିସିସିଆଇ (BCCI) ଆଇପିଏଲ୍ ୨୦୨୧ ର (IPL 2021) ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚଗୁଡିକର ହୋଷ୍ଟିଂକୁ କେବଳ ୟୁଏଇର (UAE) ଗୋଟିଏ ଭେନ୍ୟୁରେ କରିବାକୁ ଚାହୁଁଛି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ ର (IPL 2021) ବଳକା ମ୍ୟାଚ ପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି । ବିସିସିଆଇ (BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଓ ମୁଖ୍ୟ ସଚିବ ଜୟ ଶାହାଙ୍କ (Jay Shah) ସମେତ ଅନେକ ବରିଷ୍ଠ ଅଧିକାରୀ ବର୍ତ୍ତମାନ ଦୁବାଇରେ (Dubai) ଉପସ୍ଥିତ ଅଛନ୍ତି । ଏଠାରେ ଏମାନେ ଏହି ମେଗା ଟି -୨୦ ଲିଗର ଲଜିଷ୍ଟିକ୍ସ ବିଷୟରେ ଆଲୋଚନା କରିବେ । ମ୍ୟାଚ୍ ଭେନ୍ୟୁରୁ ନେଇ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟସୂଚୀ ପର୍ଯ୍ୟନ୍ତ ହବାକୁ ଥିବା ପରିବର୍ତ୍ତନର ଶୀଘ୍ର ଘୋଷଣା କରାଯାଇପାରେ ।

କ’ଣ ରହିଛି ବିସିସିଆଇର ପ୍ଲାନ?
ଇନ୍ସାଇଡ୍ ସ୍ପୋର୍ଟସର ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୧ ର (IPL 2021) ଅବଶିଷ୍ଟ ୩୧ ଟି ମ୍ୟାଚ୍ ୨୫ ଦିନର ୱିଣ୍ଡୋରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯିବ । ୨୫ ଦିନର ୱିଣ୍ଡୋରେ ୮ ଟି ଡବଲ୍ ହେଡର୍ ମ୍ୟାଚ୍ ଫିଟ୍ କରିବାକୁ ବିସିସିଆଇ ଏକ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛି । ଜୁନ୍ ଶେଷ ପୂର୍ବରୁ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର ୧୭ ରୁ ୧୯ ମଧ୍ୟରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଆରମ୍ଭ କରିବାକୁ ବିସିସିଆଇ ପ୍ଲାନ କରିଛି ।

ଅଧିକ ପଢ଼ନ୍ତୁ: ଭେଙ୍କୟା ନାଇଡୁଙ୍କ ପରେ ବର୍ତ୍ତମାନ ଟ୍ୱିଟର RSS ର ବଡ ନେତାଙ୍କ ଆକାଉଣ୍ଟରୁ ହଟାଇଲା ବ୍ଲୁ ଟିକ୍

କରାଯାଇପାରେ ଏକାଧିକ ଡବଲ୍ ହେଡର୍ 

ଆଇପିଏଲ ୨୦୨୧ ପରେ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ (ICC T20 World Cup 2021) ମଧ୍ୟ ଆୟୋଜିତ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ବିସିସିଆଇ (BCCI) ୮ ରୁ ୧୦ ଟି ଡବଲ ହେଡର୍ ମ୍ୟାଚ୍ କରିବାକୁ ପ୍ଲାନ କରୁଛି । ଗତଥର ଭଳି ଏହି ବର୍ଷ ମଧ୍ୟ ଦୁବାଇ (Dubai), ଆବୁଧାବି (Abu Dhabi) ଓ ଶାରଜା (Sharjah) ଷ୍ଟାଡିୟମରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ ।

ଅଧିକ ପଢ଼ନ୍ତୁ: ଲକଡାଉନରେ Uri ନିର୍ଦ୍ଦେଶକଙ୍କୁ ଜୀବନସାଥୀ କଲେ Yami Gautam

ଗୋଟିଏ ସ୍ଥାନରେ ହୋଇପାରେ ନକ୍ଆଉଟ୍ ମ୍ୟାଚ୍
ପ୍ଲେ ଅଫ୍ ଓ ଫାଇନାଲ୍ ମ୍ୟାଚ୍ ଗୁଡିକର ହୋଷ୍ଟିଂକୁ ବିସିସିଆଇ (BCCI) କେବଳ ଗୋଟିଏ ଭେନ୍ୟୁରେ କରିବାକୁ ଚାହୁଁଛି । ଏହି ନକ୍ଆଉଟ୍ ମ୍ୟାଚ୍ ପାଇଁ ଦୁବାଇ (Dubai) ପ୍ରଥମ ପସନ୍ଦ ହୋଇପାରେ ବୋଲି ଆଶା କରାଯାଉଛି । ଏହାର କାରଣ ହେଉଛି ଅଧିକାଂଶ ଫ୍ରାଞ୍ଚାଇଜ୍ ଏହି ସ୍ଥାନରେ ସେମାନଙ୍କର ହୋଟେଲ ବୁକ୍ କରିପାରିବେ ଓ ଗତ ବର୍ଷ ମଧ୍ୟ ସମାନ ଘଟଣା ଘଟିଥିଲା ​​।