ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିଛି। ଶନିବାର ପାକିସ୍ତାନ ସଂସଦରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥାଭୋଟ ଦେଇ ତାଙ୍କ ସରକାରକୁ ବିଦା କରିଛନ୍ତି। ଇମ୍ରାନ ଖାନଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ଯାଇଛି। ଇମ୍ରାନଙ୍କ ବିରୋଧରେ ୧୭୪ ଭୋଟ୍ ପଡିଥିବା ବେଳେ ଶାସକ ପିଟିଆଇ ଦଳର ସାଂସଦମାନେ ଭୋଟିଂ ବର୍ଜନ କରିଥିଲେ।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନରେ ରାତିଅଧିଆ ସରକାର ଭାଙ୍ଗିଛି। ନ୍ୟସନାଲ ଆସେମ୍ଲି ବାଚସ୍ପତି ଆସାଦ କୈସର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ କରିବାକୁ ଦେଇନଥିଲେ। ଏହା ପରେ ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରାତି ୧୨ଟାରେ ଅଦାଲତର କବାଟ ଖୋଲିବାକୁ ନିଷ୍ପତି ନେଇଥିଲେ। ଏହାର ପ୍ରଭାବରେ ଶନିବାର ମଧ୍ୟ ରାତିରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ହୋଇଛି। ଏଥିରେ ଇମ୍ରାନ ସରକାର ପରାଜୟର ସମ୍ମୁଖୀନ ହୋଇଛି।


ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ପାକିସ୍ତାନରେ କାର୍ଯ୍ୟକାଳ ଶେଷ କରିନାହାଁନ୍ତି। ଏକ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇଥିବା ଇମ୍ରାନ ପ୍ରଥମ ନେତା ହେଉଛନ୍ତି। ଶନିବାର ଏବଂ ରବିବାରର ମଧ୍ୟ ରାତିରେ ଭୋଟ୍ ଦେବା ପୂର୍ବରୁ ଇମ୍ରାନ ଖାନ, ପ୍ରଧାନମନ୍ତ୍ରୀ ବାସଭବନ ଛାଡିଥିଲେ। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବା ପୂର୍ବରୁ ବାଚସ୍ପତି ଓ ଉପବାଚସ୍ପତି ଇସ୍ତଫା ଦେଇଥିଲେ। ଏହା ପରେ ତାଙ୍କ ସ୍ଥାନରେ ଆଉ ଜଣେ ନେତାଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥିଲା।  ତା’ପରେ ଭୋଟ୍ ଗ୍ରହଣ କରାଯାଇଥିଲା।


Also Read: ଇସ୍ତଫା ଦେବେ ନାହିଁ ଇମ୍ରାନ ଖାନ, ସ୍ଥିତି ସମ୍ଭାଳିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲା ସେନା


ଇମ୍ରାନ ଖାନ ସରକାରର ପତନରେ ପରବର୍ତ୍ତୀ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ, ଆଜି ପାକିସ୍ତାନରେ ଏକ ନୂଆ ସକାଳ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନର ଏପରି ଦିନରୁ କିଛି ଉଦାହରଣ ଦେଖିବାକୁ ମିଳେ। ଆଜି ପାକିସ୍ତାନବାସୀଙ୍କ ପ୍ରାର୍ଥନା ଗ୍ରହଣ କରାଯାଇଛି। ନେତାମାନଙ୍କୁ କିପରି ପାକିସ୍ତାନର ଜେଲକୁ ପଠାଗଲା, ଆମେ ସେହି ବାଟରେ ଯିବାକୁ ଚାହୁଁନାହୁଁ। ଆମେ ପାକିସ୍ତାନକୁ ଉନ୍ନତ କରିବାକୁ ଚାହୁଁଛୁ। ଆମେ କାହାଠାରୁ ପ୍ରତିଶୋଧ ନେବୁ ନାହିଁ। ଆମେ କାହାକୁ ଜେଲକୁ ପଠାଇବୁ ନାହିଁ। ମିଳିତ ଭାବେ ଆମେ ଏହି ଦେଶ ଚଳାଇବୁ।


ଇମ୍ରାନ ସରକାର ଭାଙ୍ଗିବା ପରେ ପାକିସ୍ତାନରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ରାଜଧାନୀ ଇସଲାମାବାଦରେ ହଜାର ହଜାର ସଂଖ୍ୟାରେ ପିଟିଆଇ ସମର୍ଥକ ବିରୋଧ ପ୍ରଦର୍ଶନ କରୁଛନ୍ତି। ସାମ୍ଭାବ୍ୟ ଅପ୍ରିତିକର ପରିସ୍ଥିତିକୁ ନଜର ରଖି ଇସଲାମାବାଦରେ ସେନା ମୁତୟ କରାଯାଇଛି। ବିମାନ ଘାଟିରେ ଆଲର୍ଟ ଜାରି ହୋଇଛି। ନେତେ, ମନ୍ତ୍ରୀ ଓ ଅଧିକାରୀଙ୍କୁ ଦେଶ ଛାଡିବାକୁ ମନା କରାଯାଇଛି। ନୂଆ ପ୍ରଧାନମନ୍ତ୍ରୀ ଚୟନ ପାଇଁ ସୋମବାର ପୁନଃ ଭୋଟିଂ ହେବ ବୋଲି ସୂଚନା ମିଳିଛି। 


ସୂଚନାଯୋଗ୍ୟ, ପାକିସ୍ତାନ ସଂସଦରେ ସମୁଦାୟ ୩୪୨ ସଦସ୍ୟ ଅଛନ୍ତି, ଯେଉଁଥିରେ ୧୭୨ ସଂଖ୍ୟାଗରିଷ୍ଠତା ରହିଛି। ୧୭୯ ସଦସ୍ୟଙ୍କ ସହଯୋଗରେ ପିଟିଆଇ ନେତୃତ୍ୱାଧୀନ ମେଣ୍ଟ ସରକାର ଗଠନ କରାଯାଇଥିଲା। ମେଣ୍ଟରେ ଇମ୍ରାନ ଖାନଙ୍କ PTIର ୧୫୫ ସଦସ୍ୟ ରହିଥିଲେ। ଇମ୍ରାନଙ୍କ ପ୍ରମୁଖ ସହଯୋଗୀ MQM-P ସମର୍ଥନ ପ୍ରତ୍ୟାହାର କରିବା ପରେ ଇମ୍ରାନ ଖାନ ଏକ ବଡ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏହାର ସୁଯୋଗ ନେଇ ବିରୋଧୀ ଦଳ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।