ଇମ୍ରାନ ଖାନଙ୍କୁ ସର୍ଜିକାଲ ଷ୍ଟ୍ରାଇକ ଭୟ !
ପାକିସ୍ତାନ (Pakistan) ଉପରେ ଭାରତର (India) ସର୍ଜିକାଲ ଷ୍ଟାଇକ (Surgical Strike) ଘଟଣାକୁ ଅନେକ ଦିନ ବିତିସାରିଲାଣି । ମାତ୍ର ଏବେ ମଧ୍ୟ ପାକିସ୍ତାନ (Pakistan)ସର୍ଜିକାଲ ଷ୍ଟ୍ରାଇକକୁ (Surgical Strike) ଭୁଲି ପାରିନାହିଁ ।
ନୂଆଦିଲ୍ଲୀ: ପାକିସ୍ତାନ (Pakistan) ଉପରେ ଭାରତର (India) ସର୍ଜିକାଲ ଷ୍ଟାଇକ (Surgical Strike) ଘଟଣାକୁ ଅନେକ ଦିନ ବିତିସାରିଲାଣି। ମାତ୍ର ଏବେ ମଧ୍ୟ ପାକିସ୍ତାନ (Pakistan)ସର୍ଜିକାଲ ଷ୍ଟ୍ରାଇକକୁ (Surgical Strike) ଭୁଲି ପାରିନାହିଁ। ପୂର୍ବରୁ ପାକିସ୍ତାନର (Paksitan) ବୈଦେଶିକ ମନ୍ତ୍ରୀ (Pakistan's Foreign Minister) ନିଜର ଭୟକୁ ବ୍ୟକ୍ତ କରିସାରିଥିବା ବେଳେ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ (Pakistan's Prime Minister) ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ (India's Prime Minister) ନରେନ୍ଦ୍ର ମୋଦି (Narendra Modi) ଓ ଭାରତୀୟ ସେନାକୁ (Indian Army) ଭୟ କରୁଥିବା ପରୋକ୍ଷରେ ପ୍ରକାଶ କରିଛନ୍ତି । ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ।
ଅଧିକ ପଢନ୍ତୁ: ଦାରିଙ୍ଗିବାଡ଼ିରେ ତୁଷାରପାତ
ଏଠାରେ କହି ରଖୁଛୁ ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତୀୟ ସେନାର ଶକ୍ତିକୁ ଏତେ ଭୟ କରୁଛନ୍ତି ଯେ ସେ ନିଜ ସେନାକୁ ନିରନ୍ତର ଚେତାବନୀ ଦେଇ ଆସୁଥିବା ଦେଖିବାକୁ ମିଳିଛି। ପାକିସ୍ତାନରେ ଇମ୍ରାନ ଖାନ ଆତଙ୍କବାଦୀ ଦେଶ ପାକିସ୍ତାନରେ ଆତଙ୍କବାଦୀଙ୍କୁ ସଚେତନ କରିବା ଏବଂ ସୁରକ୍ଷା ଦେବା ପାଇଁ ସେନାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ପାକିସ୍ତାନ ଉପରେ ଯେକୌଣସି ସମୟରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରିବ।
ଅଧିକ ପଢନ୍ତୁ: ଏହି ଦିନ ୧୧ କୋଟି ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା, ତୁରନ୍ତ ଏପରି ଚେକ୍ କରନ୍ତୁ ଲିଷ୍ଟରେ ନିଜର ନାଁ
ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଆଶ୍ଚର୍ଯ୍ୟଜନକ ବିବୃତ୍ତିରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ସେନାକୁ ପାକିସ୍ତାନ ବହୁତ ଭୟ କରୁଛି। ଗୋଟିଏ ପରେ ଗୋଟିଏ ଟ୍ୱିଟ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ତର୍ଜାତୀୟ ସମୁଦାୟକୁ ଭାରତର 'ସର୍ଜିକାଲ ଷ୍ଟ୍ରାଇକ' ବିରୋଧରେ ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଆବୁଧାବିରେ ଦାବି କରିଛନ୍ତି ଯେ ପାକିସ୍ତାନ ଉପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯୋଜନା କରୁଛି।
ଅଧିକ ପଢନ୍ତୁ: ବିଦା ହେବେ ଅନୁଭବ !
ସୂଚନାଯୋଗ୍ୟ ଯେ ଇମ୍ରାନ ଖାନ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ସମସ୍ୟା ବଢିବାରେ ଲାଗିଛି, ବିଶେଷକରି ଅର୍ଥନୈତିକ ଅବନତି, କୃଷକଙ୍କ ବିରୋଧ ଏବଂ କୋରୋନାକୁ ଭୁଲ ଭାବରେ ନିୟନ୍ତ୍ରଣ କରିବା, ମୁଁ ପୁନର୍ବାର ବିଶ୍ୱ ସମୁଦାୟକୁ ଚେତାବନୀ ଦେଉଛି। ଆଭ୍ୟନ୍ତରୀଣ ପ୍ରସଙ୍ଗରୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୋଦୀ ସରକାର ପାକିସ୍ତାନ ବିରୋଧରେ ଏକ ମିଥ୍ୟା ଅଭିଯାନ ଚଳାଉଛନ୍ତି।