ନୂଆଦିଲ୍ଲୀ: Pakistan Economy Crisis: ପାକିସ୍ତାନ (Pakistan) ର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି ।  ଗତ ୧ ବର୍ଷ ଧରି ପାକିସ୍ତାନ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଏହାକୁ ଦୂର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏହି ଆର୍ଥିକ ସଙ୍କଟ (Pakistan Economy Crisis) ଯୋଗୁଁ ଇମ୍ରାନ ଖାନ (Imran Khan) ଙ୍କ ଗାଦି ଚାଲିଗଲା । ତେବେ ଇମ୍ରାନ ଖାନଙ୍କ କ୍ଷମତାରୁ ବେଦଖଲ ହେବା ପରେ ପାକିସ୍ତାନକୁ ଲାଭ ମିଳିଛି । ବାସ୍ତବରେ ନୂତନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍ (Shehbaz Sharif) ସାଉଦି ଆରବ (Saudi Arabia) ଠାରୁ ୮ ବିଲିୟନ ଡଲାରର ଏକ ନୂତନ ଋଣ ପାଇବାରେ ସଫଳ ହୋଇଛନ୍ତି । ଏହି ଅର୍ଥରୁ ପାକିସ୍ତାନକୁ କିଛି ମାତ୍ରାରେ ରିହାତି ମିଳିପାରେ ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ଇମ୍ରାନ ଖାନ (Imran Khan) ଙ୍କ ସମୟରେ ସାଉଦି ଆରବ (Saudi Arabia) ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ତାହା ଏଥିରୁ ଅନୁମାନ କରିପାରିବେ କି ସାଉଦି ଆରବ ପାକିସ୍ତାନ (Pakistan) କୁ ପୂର୍ବରୁ ଋଣ ନେଇଥିବା ୪.୨ ବିଲିୟନ ଡଲାରକୁ ଫେରସ୍ତ କରିବାକୁ କହିଥିଲା । ଏହାର କିଛି ଦିନ ପରେ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ଏକ ଅଭିଯାନ ଚାଲିଥିଲା ​​ଓ ଏଥିରେ ବିରୋଧୀ ଦଳ ସଫଳ ହୋଇଥିଲେ । 


ଇମ୍ରାନ ଖାନ (Imran Khan) ଙ୍କ ପରେ ଶେହୱାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ଶେହୱାଜ ବର୍ତ୍ତମାନ ସାଉଦି ଆରବ ଗସ୍ତରେ ଅଛନ୍ତି । ଏହି ସମୟରେ ଯେତେବେଳେ ସେ ସାଉଦିରୁ ସାହାଯ୍ୟ ମାଗିଛନ୍ତି, ସେତେବେଳେ ସେ ଋଣ ଦେବାକୁ ରାଜି ହୋଇଛି । ସାଉଦି ଆରବ ପାକିସ୍ତାନକୁ ୮ ବିଲିୟନ ଡଲାରର ନୂଆ ଋଣ ଘୋଷଣା କରିଛନ୍ତି । ଏଥିରେ ତେଲ ଋଣ କରିବା ଓ ପୁରୁଣା ଋଣ ପରିଶୋଧ କରିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । 


ରିପୋର୍ଟ ଅନୁଯାୟୀ, ଏହି ଋଣ ପ୍ୟାକେଜର ବୈଷୟିକ ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଚୁକ୍ତି ହୋଇପାରି ନାହିଁ । ଏପରି ପରିସ୍ଥିତିରେ ଏହା ବିଷୟରେ ଡକ୍ୟୁମେଣ୍ଟ୍ କରିବାକୁ ସମୟ ଲାଗିପାରେ । ତେବେ ଏହି ପ୍ରକ୍ରିୟା ଶେଷ କରିବାକୁ ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍ତା ଇସମାଇଲ (Pakistan Finance Minister Mifta Ismail) ସାଉଦି ଆରବରେ ଅଛନ୍ତି ।


ଶେହୱାଜ ସରିଫ ମଧ୍ୟ ଏହି ଗସ୍ତରେ ତେଲର କୋଟା ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ସାଉଦି ଆରବ ତୈଳ ଋଣ ପାଇଁ କୋଟାକୁ ୧.୨ ବିଲିୟନ ଡଲାରରୁ ୨.୪ ବିଲିୟନ ଡଲାରକୁ ବୃଦ୍ଧି କରିଛି । ଦୁଇ ଦେଶ ମଧ୍ୟରେ ସହମତ ହୋଇଛି ଯେ ବର୍ତ୍ତମାନ ଜମା ହୋଇଥିବା ୩ ବିଲିୟନ ଡଲାରର ପରିମାଣ ସାଉଦି ଆରବ ଦ୍ୱାରା ଜୁନ୍ ୨୦୨୩ ପର୍ଯ୍ୟନ୍ତ ରଖାଯିବ ।


ଏହା ବି ପଢ଼ନ୍ତୁ:-ବଡ଼ ଖବର: ଏହି ୪ଟି ପରିସ୍ଥିତିରେ ବାତିଲ ହେବ ଆପଣଙ୍କ ରାସନ କାର୍ଡ, ଜାଣନ୍ତୁ ନୂଆ ନିୟମ ବିଷୟରେ...


ଏହା ବି ପଢ଼ନ୍ତୁ:-ଚଳିତ ମାସରେ ପାକିସ୍ତାନରେ ପୁଣି ଦେଖାଦେବ ରାଜନୈତିକ ସଙ୍କଟ! ସମର୍ଥକଙ୍କୁ ଏହି କାମ ଦେଲେ ଇମ୍ରାନ


ଏହା ବି ପଢ଼ନ୍ତୁ:-ନୂଆ ଦଳ ଗଢ଼ିବେ ପ୍ରଶାନ୍ତ କିଶୋର! ଜାଣନ୍ତୁ କ'ଣ ରହିଛି ପ୍ଲାନ୍


 


ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ରହିଛି । ପ୍ରାୟତଃ ପାକିସ୍ତାନକୁ ସାଉଦି ଆରବରୁ ଆର୍ଥିକ ସହାୟତା ମିଳୁଥିଲା, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ବାସ୍ତବରେ ୨୦୧୯ରେ ଯେତେବେଳେ ଭାରତ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ରଦ୍ଦ କଲା, ସେତେବେଳେ ସାଉଦି ଏହି ପ୍ରସଙ୍ଗରେ କିଛି କହି ନଥିଲା । ପାକିସ୍ତାନ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲା ଓ ଇସଲାମିକ ଦେଶ ସଂଗଠନ, ଓଆଇସି ଏବଂ ଅନ୍ୟାନ୍ୟ ସ୍ଥାନରେ ସାଉଦି ଆରବକୁ ସମାଲୋଚନା କରିଥିଲା । ସେବେଠାରୁ ସାଉଦି ଆରବ ଅସନ୍ତୁଷ୍ଟ ହୋଇ ପାକିସ୍ତାନକୁ ନିଜର ଋଣ ଟଙ୍କା ଫେରିବା ପାଇଁ କହିଥିଲା ।