ଘର ଛାତରେ ଉଡାଉଥିଲେ ପାକିସ୍ତାନୀ ପତାକା, ପଙ୍କଚରବାଲାଙ୍କୁ ଘରୁ ଘୋଷାରି ନେଲା ପୋଲିସ
ଗିରଫ ଅଭିଯୁକ୍ତ ଘର ଛାତରେ ପାକିସ୍ତାନ ପତାକା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ (social Media) ଭାଇରାଲ ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଏନେଇ ପ୍ରଶାସନକୁ ଖବର ମିଳିବା ପରେ ପୋଲିସ ପକ୍ଷରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସର୍ବପ୍ରଥମେ ରାଜସ୍ୱ ବିଭାଗ (Revenue Department) ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।
ଭୋପାଳ: ଆତଙ୍କବାଦ ଓ ବିଚ୍ଛିନତାବାଦକୁ ସମର୍ଥନ ଜଣାଇ କାଶ୍ମୀର ଘାଟିରେ ପାକିସ୍ତାନୀ ପତାକା (Pakistani Flag) ଉଡାଯାଉଥିବାର ଖବର ଆପଣ ପଢିଥିବେ । ହେଲେ ଏବେ ମଧ୍ୟ ପ୍ରଦେଶରେ (Madhya Pradesh) ଜଣେ ବ୍ୟକ୍ତି ନିଜ ଘର ଛାତରେ ପାକିସ୍ତାନର ଜାତୀୟ ପତାକା ଉଡାଇ ଗିରଫ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ରାଜ୍ୟର ଦେବାସ ଜିଲ୍ଲାରେ (Dewas District) । ଏ ଘଟଣାରେ ଜିଲ୍ଲାର ସିପ୍ରା ଗାଁର ଫାରୁଖ ଖାନ ନାମକ ବ୍ୟକ୍ତିକୁ ପୋଲିସ ଉଠାଇ ନେଇଛି ।
ଗିରଫ ଅଭିଯୁକ୍ତ ଘର ଛାତରେ ପାକିସ୍ତାନ ପତାକା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ (social Media) ଭାଇରାଲ ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଏନେଇ ପ୍ରଶାସନକୁ ଖବର ମିଳିବା ପରେ ପୋଲିସ ପକ୍ଷରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସର୍ବପ୍ରଥମେ ରାଜସ୍ୱ ବିଭାଗ (Revenue Department) ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।
ପାକିସ୍ତାନୀ ପତାକା ଉଡାଇବା ଅଭିଯୋଗରେ ପୋଲସି ଫାରୁଖ ଖାନ ବିରୁଦ୍ଧରେ ୧୫୩(ଏ) ଧାରାରେ ମାମଲା ରୁଜୁ କରିଥିଲା । ଭାରତୀୟ ପିଙ୍ଗଳ କୋର୍ଡର (Indian Penal code) ଏହି ଧାରା ସେହି ଲୋକଙ୍କ ବିରୁଦ୍ଧରେ ଲଗାଯାଇଥାଏ ଯାହା ଧର୍ମ, ଭାଷା, ଜାତି ଆଧାରରେ ଘୃଣା ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ । ଏହା ଦ୍ୱାରା ଜଣେ ଅଭିଯୁକ୍ତକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜରିମାନା ଦେବାକୁ ହୋଇଥାଏ । ଯଦି ଏପରି କାଣ୍ଡ କୌଣସି ଧାର୍ମିକସ୍ଥଳରେ କରାଯାଏ ତାହେଲେ ଦଣ୍ଡର ପରିମାଣ ବଢିପାରେ।
ଏ ଘଟଣା ସାମ୍ନାକୁ ଆସିବା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ପୋଲିସ ସଜାଗ ହୋଇ ଉଠିବା ସହଗ ପାକିସ୍ତାନୀ ପତାକାକୁ ଜବତ କରି ନେଇଥିଲା । କୁହାଯାଉଛି ଏହି ପତାକାକୁ ଅଭିଯୁକ୍ତର ପୁଅ ଉଡାଉଥିଲା । ଶତ୍ରୁ ଦେଶର ପତାକା ଏଠାକୁ କେମିତି ଆସିଲା ଏହା ପଛର ଉଦ୍ଦେଶ୍ୟ କ'ଣ ତାହାର ତଦନ୍ତ ଜାରି ରଖିଛି ପୋଲିସ ।
ଘର ଛାତରେ ଉଡୁଥିବା ପତାକା ପାକିସ୍ତାନର ବୋଲି ରାଜସ୍ୱ ବିଭାଗ ଇନସପେକ୍ଟର ଲଖନ ସିଂହ ଚିହ୍ନଟ କରିଥିଲେ । ଏ ଘଟଣାରେ ଅଭିଯୁକ୍ତ ଫାରୁଖ ଖାନ କହିଛି ତା'ର ପୁଅ ନାବାଳକ, ଭୁଲରେ ସେ ଏପରି ଏକ କାମ କରିଛି । ଯେତେବେଲେ ମୁଁ ଏ ଘଟଣା ବାବଦରେ ଜାଣିଲି ସେତେବେଳେ ପାକିସ୍ତାନକୁ ପତାକାକୁ ପୋଡିବାକୁ ଚେଷ୍ଟା କରିଥିଲି । ଅଭିଯୁକ୍ତ ପଙ୍କଚର ଦୋକାନ ଚଳାଇଥାଏ ।
ନିକଟରେ ସ୍ୱାଧିନତା ଦିବସ ଅବସରରେ ପଞ୍ଜାବର ମୋଗା ଠାରେ ଖଲିସ୍ତାନକୁ (Khalistan) ସମର୍ଥନ ଜଣାଉଥିବା ଗୋଷ୍ଠୀ ଏଠାକାର ମୁଖ୍ୟ ପ୍ରଶାସନିକ ଭବନ ଉପରେ ଖଲିସ୍ତାନ ପତାକା (Khalistan Flag) ଉଡାଇଥିଲେ । ଏହା ସହିତ ସେଠାରେ ଲାଗିଥିବା ତ୍ରୀରଙ୍ଗାକୁ (Tricolour) ହଟାଇ ଦେଇଥିଲେ।