ଜେରୁଜେଲମ: ଏବେ ସମଗ୍ର ବିଶ୍ୱ କୋରୋନା ସହ ଲଢେଇ କରୁଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଚିନ୍ତିତ ହୋଇଉଠିଛି ପଶ୍ଚିମ ଏସୀୟ ଦେଶ ଇସ୍ରାଏଲ । ନିରାପତ୍ତାକୁ ଦୃଷ୍ଟିରେ ରଖି ବିମାନ ଆକ୍ରମଣ ମାଧ୍ୟମରେ ଅନ୍ୟତମ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାଲେଷ୍ଟାଇନରେ ସକ୍ରିୟ ରହିଥିବା ଆତଙ୍କୀ ସଙ୍ଗଠନ ହମାସକୁ ମାଟିରେ ମିଶାଇ ଦେଇଛି । ଏହା ସହିତ ଶତ୍ରୁ ପକ୍ଷଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ନିଜର ସାମର୍ଥ୍ୟ ବାବଦରେ ଜଣାଇ ଦେଇଛି ସାମରିକ ଶକ୍ତି ଦୃଷ୍ଟିକୋଣରୁ ଦୁର୍ଦ୍ଦଶ ଏହି ଦେଶ । ଦେଶ ଏବଂ ନାଗରିକଙ୍କ ସୁରକ୍ଷାକୁ ନେଇ କୌଣସି ପରିସ୍ଥିତି ମୁକାବିଲା କରିବା ସହ ପ୍ରତିଦ୍ୱନ୍ଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେବାରେ ବେଶ ପାରଙ୍ଗମ ଇସ୍ରାଏଲ। 


COMMERCIAL BREAK
SCROLL TO CONTINUE READING

ବିଶ୍ୱର ଏକ ମାତ୍ର ଇହୁଦୀ ଦେଶ ଇସ୍ରାଏଲର ଅତର୍କିତ ଆକ୍ରମଣରେ ଥରହର ହୋଇଉଠିଛି ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇବା ଲାଗି ସଂଘର୍ଷ କରୁଥିବା ଯୁଦ୍ଧଗ୍ରସ୍ତ ଦେଶ ପାଲେଷ୍ଟାଇନ । ଏଠାରେ ସକ୍ରିୟ ଥିବା ଆତଙ୍କୀ ସଙ୍ଗଠନ ହମାସ ପକ୍ଷରୁ ଗାଜାପଟି ଠାରେ ଇସ୍ରାଏଲ ସୀମାକୁ ଟାର୍ଗେଟ କରି ୧୨ ରକେଟ ମାଡ କରାଯାଇଥିବା ।  ଆତଙ୍କବାଦୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେବାରେ ମାହିର ଇସ୍ରାଏଲ ପକ୍ଷରୁ କରାଯାଇଥିଲା ଅତର୍କିତ ବିମାନ ଆକ୍ରମଣ ।


ଇସ୍ରାଏଲ ଦ୍ୱାରା ହୋଇଥିବା ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଥିଲା ପାଲେଷ୍ଟାଇନରେ ସକ୍ରିୟ ଥିବା ହମାସ ଆତଙ୍କବାଦୀ ସଙ୍ଗଠନ । ପ୍ରଥମ ହମାସ ପକ୍ଷରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ମାଡ କରାଯାଇଥିଲା । ଗତ ଶନିବାର (ଅଗଷ୍ଟ୨୨, ୨୦୨୦) ହୋଇଥିବା ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ନେଇ ଇସ୍ରାଏଲ-ପାଲେଷ୍ଟାଇନ ସୀମାରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ଗତକାଲି ହୋଇଥିଲା ଏହି ଆକ୍ରମଣ ।    


ହମାସ ପକ୍ଷରୁ କରାଯାଇଥିବା ରକେଟ ମାଡର ଉପଯୁକ୍ତ ଜବାବ ଦେଇଛି ଇସ୍ରାଏଲ । ଏହା ବିରୁଦ୍ଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୯ଟି ରକେଟକୁ ଲକ୍ଷ୍ୟଭେଦ ସ୍ଥାନରେ ପହଞ୍ଚିବା ପୂର୍ବରୁ ଦୂରରୁ ଧ୍ୱଂସ କରିଦେଇଛି ଇସ୍ରାଏଲ ।   ଏହା ସହିତ ହମାସର ତିନୋଟି ଆଡ୍ଡା ଉପରେ (hamas base) ଏୟାରଷ୍ଟ୍ରାଇକ କରି ଏହାକୁ ମାଟିରେ ମିଶାଇଦେଇଛି । ବିଗତ କିଛି ମାସ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ ।


ଏନେଇ ଇସ୍ରାଏଲର ସେନା ପକ୍ଷରୁ ଗତ ଶୁକ୍ରବାର (ଅଗଷ୍ଟ ୨୧, ୨୦୨୦) ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଶତ୍ରୁ ପକ୍ଷକୁ ଉପଯୁକ୍ତ ମିଳିଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ୩ଟି ରକେଟ୍ ଇସ୍ରାଏଲ୍ ସୀମା ଭିତରେ ପହଞ୍ଚି କିଛି ଘର ଏବଂ ଯାନକୁ କ୍ଷତି ପହଞ୍ଚାଇଥିଲା । ବର୍ତ୍ତମାନ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରିବାକୁ ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟକାରୀ ଦଳକୁ ପଠାଯାଉଛି ।


ନିକଟ ଅତୀତରେ ହମାସ ସଙ୍ଗଠନ ସହ ଜଡିତ ଗୋଷ୍ଠୀକୁ ଇସ୍ରାଏଲକୁ ଜବାବ ଉଦ୍ଦେଶ୍ୟରେ ବିସ୍ଫୋରକ ବେଲୁନ୍ ବ୍ୟବହାର କରିଥିଲେ । ଗାଜା ଉପକୂଳରେ ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଇଛି ଇସ୍ରାଏଲ । ଏହା ବିରୋଧ କରିବାକୁ ଯାଇ ଆକ୍ରମଣ କରିବାକୁ ଏପରି କାର୍ଯ୍ୟ କରାଯାଇଥିବା ସନ୍ଦେହ କରାଯାଉଛି ।       


ଗାଜା ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ହମାସ୍ ଚାହୁଁଛି। ରକେଟ ଆକ୍ରମଣ କରି ଇସ୍ରାଏଲକୁ ଚେତାଇ ଦେଇଛି । ଇସ୍ରାଏଲ ଗାଜାକୁ ସଂଯୋଗ କରୁଥିବା ଏକମାତ୍ର ବାଣିଜ୍ୟିକ ରାସ୍ତା ବନ୍ଦ କରିଦେଇଛି, ଯାହା ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଇଛି । ଯାହାର ଫଳସ୍ୱରୂପ ଗାଜାର ଲୋକଙ୍କୁ ବିଦ୍ୟୁତ ମିଳି ପାରିନାହିଁ ।