Parliament Winter Session: ଆସନ୍ତା ନଭେମ୍ୱର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହା ୨୦ ଡିସେମ୍ୱର ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ ରିଜିଜୁ । ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରୁ ଅଧିବେଶନ ଆରମ୍ଭ କରାଯିବ । ପ୍ରାୟ ତିନି ସପ୍ତାହ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ପାଟ୍ରୋଲିଂ ଚୁକ୍ତି ଉପରେ ଗୃହରେ ବିବୃତ୍ତି ଦେଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ଶୀତକାଳୀନ ଅଧିବେଶନରେ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ବିଚାର କରାଯାଇପାରେ। ଖବର ଅନୁଯାୟୀ, ' ୱାନ ନେଶନ ୱାନ ଇଲେକ୍ସନ' ପ୍ରସଙ୍ଗରେ ସରକାର ଆଲୋଚନା କରିପାରନ୍ତି। ସରକାର ଏବଂ ଲୋକସଭା ବାଚସ୍ପତି ମଧ୍ୟ ସଂସଦର ଅଧିବେଶନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ କରି ପାରନ୍ତି।