Vistara crisis: ନୂଆଦିଲ୍ଲୀ: ସଂକଟ ମଧ୍ୟରେ ଗତି କରୁଥିବା ଭିସ୍ତାରା ଏୟାରଲାଇନ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀ ପକ୍ଷରୁ ସୂଚନା ରହିଛି କି ଏହି ସଂକଟରୁ ମୁକୁଳିବା ପାଇଁ ୧୦ ପ୍ରତିଶତ ଅର୍ଥାତ ଦୈନିକ ୨୫ରୁ ୩୦ ଉଡ଼ାଣକୁ ରଦ୍ଦ କରାଯାଉଛି। ବିମାନ କମ୍ପାନୀ ଆଶା କରିଛି କି ଏପ୍ରିଲ ମାସ ଶେଷ ସୁଦ୍ଧା ଏହି ସଂକଟରୁ କମ୍ପାନୀ ମୁକୁଳିପାରିବ। ଭିସ୍ତାରାକୁ ୩୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଚାର୍ଟରେ ଦୈନିକ ୩୦୦ ବିମାନ ଉଡ଼ାଣ ଭରିବାର ରହିଥିଲା। କମ୍ପାନୀର ଜଣେ ପ୍ରବକ୍ତା ନିଜ ନାଁକୁ ଉହ୍ୟ ରଖି କହିଛନ୍ତି କି ଆମେମାନେ ସାବଧାନପୂର୍ବକ ନିଜର ଅପରେସନକୁ ପ୍ରତିଦିନ ୨୫ ରୁ ୩୦ଟି ଉଡାଣ କମ କରୁଛୁ। ଏହା ଆମର ଦୈନିକ ଅପରେସନାଲ କାପାସିଟିର ପାଖାପାଖି ୧୦ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଭିସ୍ତାରା ସଙ୍କଟ ଯୋଗୁଁ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ହଲଚଲ ଦେଖାଦେଇଛି। ବୁଧବାର ପର୍ଯ୍ୟନ୍ତ ଭିସ୍ତାରା ୧୨୫ରୁ ଅଧିକ ବିମାନକୁ ବାତିଲ କରିଦେଇଥିଲା ଏବଂ ବର୍ତ୍ତମାନ ବିମାନ ଯାତ୍ରୀମାନଙ୍କ ଉପରେ ଏହାର ପ୍ରଭାବ ଗୁରୁତର ଭାବେ ପଡ଼ିଥିବା ଦେଖିବାକୁ ମିଳିଛି। ମିଳିଥିବା ତଥ୍ୟ ଅନୁଯାୟୀ ଯେ ଭିସ୍ତାରା ସଙ୍କଟ ହେତୁ ଅନେକ ମୁଖ୍ୟ ମାର୍ଗ କିମ୍ବା ମୁଖ୍ୟ ଗନ୍ତବ୍ୟ ସ୍ଥଳରେ ବିମାନ ଭଡା ୩୫ ପ୍ରତିଶତ ବୃଦ୍ଧି ପାଇଛି।


ଯଦି ଆପଣଙ୍କୁ ବିମାନରେ ଯାତ୍ରା କରିବାକୁ ପଡିବ ଏବଂ ଆପଣଙ୍କର ଟିକେଟ୍ ଆଗରୁ ବୁକ୍ ହୋଇନାହିଁ, ତେବେ ବର୍ତ୍ତମାନ ଆପଣଙ୍କ ପକେଟରେ ଭାର ବଢିଛି। କ୍ଲିୟରଟ୍ରିପରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭିସ୍ତାରା ବିମାନ ବାତିଲ ହେତୁ ଅନେକ ମୁଖ୍ୟ ମାର୍ଗରେ ଭଡା ଆକାଶଛୁଆଁ ହୋଇଛି ଏବଂ ଯାତ୍ରୀମାନଙ୍କୁ ୩୦ ରୁ ୩୮ ପ୍ରତିଶତ ଅଧିକ ଭଡା ଦେବାକୁ ପଡ଼ୁଛି।


ଯାତ୍ରୀଙ୍କ ପାଇଁ କଣ ନେଇଛି ପଦକ୍ଷେପ
କମ୍ପାନୀ ଅନୁସାରେ ଏହି ବିମାନ କମ୍ପାନୀ ଅଧିକାଂଶ ଘରୋଇ ଉଡ଼ାଣ ଭରିଥାଏ। ଫଳରେ ସମସ୍ୟାର ସମାଧାନ ପାଇଁ ବିମାନ ବାତିଲ ହେବାର ଯଥେଷ୍ଟ ସମୟ ପୂର୍ବରୁ ଯାତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥାଏ। ଫଳରେ ପ୍ରଭାବିତ ଯାତ୍ରୀଙ୍କୁ ସମସ୍ୟା ଭୋଗିନଥାନ୍ତି। ଏହା ସହିତ ପ୍ରଭାବିତ ଯାତ୍ରୀଙ୍କ ଯାତ୍ରା ପାଇଁ ଅନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ କରାଯାଉଛି। 


କାହିଁକି ବାତିଲ ହେଉଛି ବିମାନ
ଏହି ସପ୍ତାହ ଆରମ୍ଭରୁ ଏକାଧିକ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିବାରୁ କମ୍ପାନୀକୁ ବଡ଼ ସଂଖ୍ୟାରେ ଉଡ଼ାଣ ବାତିଲ କରିବାକୁ ପଡ଼ିଛି। ଶୁକ୍ରବାର ଭିସ୍ତାରାର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ବିନୋଦ କନ୍ନନ କହିଛନ୍ତି ପାଇଲଟ ଛୁଟିରେ ରହିବାରୁ ରୋଷ୍ଟରରେ ବଡ଼ ସମସ୍ୟା ଦେଖାଦେଇଛି। ଏହା ଖୁବ ଶୀଘ୍ର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି ବୋଲି ବିନୋଦ କହିଛନ୍ତି।