Pegasus Spyware: ଭାରତର ଦୁଇ ପ୍ରମୁଖ ସାମ୍ବାଦିକଙ୍କ ଫୋନ୍‍ ଟ୍ୟାପ୍‍ ହୋଇଛି। ଏ ଦୁଇ ସାମ୍ବାଦିକ ହେଲେ ଦି’ ଓ୍ୱାୟାରର ସମ୍ପାଦକ ସିଦ୍ଧାର୍ଥ ବରଦାରାଜନ (Siddharth Varadarajan) ଏବଂ ଅର୍ଗାନନାଇଜ୍ଡ କ୍ରାଇମ୍‍ ଆଣ୍ଡ କରପ୍ସନ୍ ରିପୋର୍ଟ ପ୍ରୋଜେକ୍ଟର ଦକ୍ଷିଣ ଏସିଆ ସମ୍ପାଦକ ଭାବେ କାର୍ଯ୍ୟରତ ଆନନ୍ଦ ମାଙ୍ଗନାଲେ (Anand Mangnale) । ଗତ ଅଗଷ୍ଟ ମାସରେ ଉଭୟଙ୍କ ଆଇଫୋନ୍‍କୁ ପେଗାସସ୍‍ ସ୍ପାଇଓ୍ୱାୟାର ଦ୍ୱାରା ହ୍ୟାକ୍‍ କରାଯାଇଥିବା ଆମ୍ନଷ୍ଟି ଇଣ୍ଟରନ୍ୟାସନାଲ୍‍ ପକ୍ଷରୁ କୁହାଯାଇଛି।  


COMMERCIAL BREAK
SCROLL TO CONTINUE READING

ଏହି ପେଗାସସ୍‍ ସ୍ପାଇଓ୍ୱାୟାର (Pegasus Spyware) ଇସ୍ରାଏଲ୍‍ର ଏନ୍‍ଏସ୍‍ଓ ଗ୍ରୁପ୍‍ ଦ୍ୱାରା ନିର୍ମିତ। ଏହି ସ୍ପାଇଓ୍ୱାୟାରକୁ ବିଭିନ୍ନ ଦେଶର ସରକାରଙ୍କ ପ୍ରଚ୍ଛଦପଟ ସମର୍ଥନରେ ବ୍ୟବହାର କରାଯାଉଥିବା ନେଇ ସଂସଦରେ ଚର୍ଚ୍ଚା ହେଇଛି। କଂଗ୍ରେସ ସାଂସଦ ଶଶୀ ଥରୁର, ତୃଣମୂଳ ସଂସଦ ମହୂଆ ମୈତ୍ର ଏବଂ ଆମ୍‍ ଆଦ୍‍ମୀ ପାର୍ଟି ସାଂସଦ ରାଘବ ଚଢ଼ା ଏ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ଗତ ଅକ୍ଟୋବର ମାସରେ ବିଭିନ୍ନ ବିରୋଧୀ ଦଳ ସାଂସଦ ଓ କିଛି ଜଣାଶୁଣା ବ୍ୟକ୍ତିଙ୍କ  ଆଇଫୋନ୍‍କୁ ବିପଦ ସୂଚନା ଆସିଥିଲା। ଏହା ସେତେବେଳେ ସଂସଦରେ ଚର୍ଚ୍ଚାର ବିଷୟ ହୋଇଥିଲା। ସରକାର ଏହାକୁ  ପ୍ରତ୍ୟାଖ୍ୟାନ କରିବା ସହ ଏ ନେଇ ତର୍ଜମା କରି ବିସ୍ତୃତ ରିପୋର୍ଟ ଦେବା ଲାଗି ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜନ୍ସୀ ରେସ୍ପନ୍ସ ଟିମ୍‍ କୁ ଦାୟିତ୍ୱ ଦେଇଥିଲେ।  ସଫେଇ ଦେଲା ପରେ ମାମଲା ପ୍ରଶମିତ ହୋଇଥିଲା। କିନ୍ତୁ ଏହି ବିପଦକୁ ତର୍ଜମା କରିବା ଲାଗି ନିଜ ଫୋନକୁ ଏହି ଦୁଇ ସାମ୍ବାଦିକ ଆମ୍ନେଷ୍ଟିକୁ ପ୍ରଦାନ କରିଥିଲେ। ଆମ୍ନେଷ୍ଟି ପକ୍ଷରୁ ଏହାର ଫରେନ୍ସିକ ଯାଞ୍ଚ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଛି।  


Also Read-Crypto Platform: ଭାରତରେ ବନ୍ଦ ହେବ ୯ କ୍ରିପ୍ଟୋ ପ୍ଲାଟଫର୍ମ, ଆଇଟି ମନ୍ତ୍ରଣାଳୟକୁ ଚିଠି ଲେଖିଲା ଅର୍ଥ ବିଭାଗ


ଅକ୍ଟୋବର ୧୬ ତାରିଖରେ ବରଦାରାଜନଙ୍କ ଆଇଫୋନ୍‍ ରେ ପେଗାସସ୍‍ ଇନ୍‍ଷ୍ଟଲ କରିବା ଲାଗି ଉଦ୍ୟମ ହୋଇଥିଲା। କିନ୍ତୁ ତାହା ବିଫଳ ହୋଇଥିବା ଦର୍ଶାଯାଇଛି। ଯେଉଁ ପେଗାସସ୍‍ ନିୟନ୍ତ୍ରଣକୁ ବରଦାରାଜନଙ୍କ ଫୋନ୍‍କୁ ପ୍ରେରଣ କରାଯାଇଥିଲା ତାହାକୁ ମଙ୍ଗନାଲେଙ୍କ ଫୋନକୁ ପ୍ରେରଣ କରାଯାଇଥିଲା। ଅର୍ଥାତ୍‍ ଉଭୟଙ୍କ ପାଇଁ ସମାନ ସ୍ଫାଇଓ୍ୱାର ନିୟନ୍ତ୍ରଣ ବ୍ୟବହାର କରାଯାଇଥିବା ଆମ୍ନେଷ୍ଟି କହିଛି।  ଏକ ବ୍ଲଗ ପୋଷ୍ଟରେ ଆମ୍ନେଷ୍ଟି କହିଛି ଯେ, ବରଦାରାଜନ୍‍ଙ୍କ ଫୋନକୁ ୨୦୧୮ ମସିହାରେ ମଧ୍ୟ ପେଗାସସ୍‍ ସ୍ଫାଇଓ୍ୱାର ଦ୍ୱାରା ଆକ୍ରମଣ କରଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ଯାହାର ବିଚାର ପ୍ରକ୍ରିୟାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଫୋନ ଯାଞ୍ଚ କରାଯାଇଥିଲା।