ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୯ ପଇସା, ୧୭ ପଇସା, ୧୬ ପଇସା, ୧୫ ପଇସା ଏବଂ ୪୯ ବୃଦ୍ଧି କରିଛନ୍ତି ।
ନୂଆଦିଲ୍ଲୀ: Today Petrol-Diesel Rate May 5th 2021: ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଲଗାତର ଦ୍ୱିତୀୟ ଦିନ ତୈଲ ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି (ବୁଧବାର) ପେଟ୍ରୋଲ-ଡିଜେଲ ଦରରେ ବୃଦ୍ଧି ଘଟିଛି । ବୁଧବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ଘଟିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତୈଳ ଦରରେ ବୃଦ୍ଧି ଦେଖାଦେଇଛି ।
ଅଧିକ ପଢ଼ନ୍ତୁ:-କୋରୋନାର ତାଣ୍ଡବ: ଦିନକରେ ରେକର୍ଡ ୩୭୮୦ ମୃତ୍ୟୁ, ୩.୮୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ
ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲ (Petrol Price)ର ମୂଲ୍ୟ ଯଥାକ୍ରମେ ୧୯ ପଇସା, ୧୭ ପଇସା, ୧୬ ପଇସା, ୧୫ ପଇସା ଏବଂ ୪୯ ବୃଦ୍ଧି କରିଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୧ ପଇସା, ୨୧ ପଇସା, ୧୯ ପଇସା ଓ ୫୨ ପଇସା ବୃଦ୍ଧି ପାଇଛି ।
ଅଧିକ ପଢ଼ନ୍ତୁ:-ଅଗଷ୍ଟ ସୁଦ୍ଧା ଭାରତରେ କୋରୋନା ଯୋଗୁଁ ହେବେ ୧୦ ଲକ୍ଷ ମୃତ୍ୟୁ!
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୦.୭୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୭.୧୨ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୦.୯୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୨.୭୦ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୭୬ ଟଙ୍କା ରହିଛି ।
ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୧.୧୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୮.୧୯ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୩.୯୮ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୬.୦୯ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୮.୬୯ ଟଙ୍କା ଦରରେ ବିକ୍ରି ହେଉଛି ।
ଅଧିକ ପଢ଼ନ୍ତୁ:-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ କ୍ଷତି
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।