ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ (Petrol-Diesel Price) ରୁ ଜନତାକୁ କିଛି ମାତ୍ରାରେ ରିହାତି ଦେବା ପାଇଁ ଏପର୍ଯ୍ୟନ୍ତ ୪ଟି ରାଜ୍ୟ ଇନ୍ଧନ ଉପରେ ଟିକସ ହ୍ରାସ କରିଛନ୍ତି । ଏହା ପରେ ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ବାକି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ୁଛି ।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନ ସରକାର (Rajasthan Govt) ଗତ ମାସରେ ପେଟ୍ରୋଲ-ଡିଜେଲ ଉପରେ ଭାଲ୍ୟୁ ଆଡେଡ ଟ୍ୟାକ୍ସ (VAT) ୨-୨ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିସାରିଛନ୍ତି । ନିର୍ବାଚନ ମାହୌଲ ମଧ୍ୟରେ ପଶ୍ଚିମବଙ୍ଗ ସରକାର (West Bengal Govt) ମଧ୍ୟ ରବିବାର ପେଟ୍ରୋଲ-ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି । ଗତ ବର୍ଷ କୋଭିଡ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲ (Petrol-Diesel)  ଉପରେ ଲଗାଯାଇଥିବା ୫ ଟଙ୍କା ଅତିରିକ୍ତ ଟ୍ୟାକ୍ସ ଆସାମ ସରକାର ମଧ୍ୟ ହଟାଇ ଦେଇଛନ୍ତି । ସେହିଭଳି ମେଘାଳୟ ସରକାର ମଧ୍ୟ ଜନସାଧାରଣଙ୍କୁ ବଡ଼ ରିହାତି ପ୍ରଦାନ କରି ଲିଟର ପିଛା ପେଟ୍ରୋଲ ଉପରେ ୭.୪ ଟଙ୍କା ଓ ଡିଜେଲ ଉପରେ ୭.୧ ଟଙ୍କା ଟିକସ ହ୍ରାସ କରିଛନ୍ତି।


ଅଧିକ ପଢ଼ନ୍ତୁ:-ଏଲଜେପିକୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଦଳର ଏକମାତ୍ର MLC


ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ (Petrol-Diesel Price) ବୃଦ୍ଧିକୁ ନେଇ କେନ୍ଦ୍ର ସରକାର (Central Govt) କିଛି କରିପାରିବେ ନାହିଁ ବୋଲି ନିରନ୍ତର କହିଆସୁଛନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ସଂସଦରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କିଛି କରିପାରିବେ ନାହିଁ । କାରଣ ବର୍ତ୍ତମାନ ତୈଳ କମ୍ପାନୀଗୁଡିକ ପାଖରେ ତୈଳ ମୂଲ୍ୟ ସ୍ଥିର କରିବାର ଅଧିକାର ରହିଛି ।


ଅଧିକ ପଢ଼ନ୍ତୁ:-LPG ସବସିଡିର ଟଙ୍କା ଯଦି ଆପଣଙ୍କ ଆକାଉଣ୍ଟରେ ଆସୁନାହିଁ, ତେବେ କରନ୍ତୁ ଏହି କାମ


ସେପଟେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏହା ମଧ୍ୟ କହିଥିଲେ ଯେ, ଯଦି ପୂର୍ବ ସରକାର ଅଶୋଧିତ ତୈଳ ଉପରେ ଦେଶର ନିର୍ଭରଶୀଳତାକୁ ହ୍ରାସ କରିଥାନ୍ତେ, ତେବେ ଦେଶକୁ ମହଙ୍ଗା ତେଲର ଭାର ବହନ କରିବାକୁ ପଡ଼ି ନଥାନ୍ତା । ଏଥିରୁ ଜଣାପଡୁଛି ଯେ ସରକାର ଟିକସ ହ୍ରାସ କରିବାର ମୁଡରେ ନାହାଁନ୍ତି ।