ନୂଆଦିଲ୍ଲୀ: Today Petrol-Diesel Rate August 22 2021: ଘରୋଇ ତୈଳ କମ୍ପାନୀଗୁଡ଼ିକ ଅଗଷ୍ଟ ୨୨ ଅର୍ଥାତ ରବିବାର ପାଇଁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol Diesel Price) ଜାରି କରିଦେଇଛନ୍ତି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ ଆଜି ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ କରାଯାଇଛି । ଆଜି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରାଯାଇଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ (Crude Oil Price) ରେ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛୁ । ଦେଶର ପ୍ରାୟ ସବୁ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି । ଆଜି ଦେଶର ୪ଟି ମହାନଗରରେ ତୈଳ ଦର (Fuel Price) ରେ ହ୍ରାସ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଇନ୍ଧନ ମୂଲ୍ୟରେ ହ୍ରାସ ଘଟିଛି ।


COMMERCIAL BREAK
SCROLL TO CONTINUE READING

ତୈଳ କମ୍ପାନୀଗୁଡିକ ରବିବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୦ ପଇସା, ୧୭ ପଇସା, ୧୫ ପଇସା, ୧୫ ପଇସା ଏବଂ ୩୫ ପଇସା ହ୍ରାସ କରିଛନ୍ତି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲ ଦରରେ ଯଥାକ୍ରମେ ୨୦ ପଇସା, ୨୦ ପଇସା, ୧୯ ପଇସା, ୧୮ ପଇସା ଓ ୩୩ ପଇସାର ହ୍ରାସ ଘଟିଛି ।


ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୬୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୬୬ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୧.୯୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୯.୩୨ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୩୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୫.୧୩ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୭୧ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୪.୧୦ ଓ ତିଭେନ୍ଦ୍ରମରେ ୧୦୪.୧୧ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।


ଅଧିକ ପଢ଼ନ୍ତୁ:-ଏଣିକି ୨୦୦୦ ଟଙ୍କା ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା!


ଅଧିକ ପଢ଼ନ୍ତୁ:-ସୈନ୍ୟ ବିନା ତାଲିବାନକୁ ପରାସ୍ତ କରୁଛି ଆମେରିକା, ଫ୍ରିଜ୍ କଲା ୭୦୬ ବିଲିୟନ ଟଙ୍କାର ସମ୍ପତ୍ତି


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବହୁତ ବଡ଼ ଖବର!


ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୦୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୬୪ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୨.୧୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୬୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୬.୯୪ ଟଙ୍କା ଦରରେ ବିକ୍ରି ହେଉଛି ।


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।