ସାଧାରଣ ଜନତାଙ୍କୁ ଝଟକା: ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍
ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୧ ପଇସା, ୧୧ ପଇସା, ୧୧ ପଇସା, ୧୦ ପଇସା ବୃଦ୍ଧି କରିଛନ୍ତି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୧୬ ପଇସାର ବୃଦ୍ଧି ଘଟିଛି ।
ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ଦେଖିବାକୁ ମିଳିଛି । ବିଗତ ୬ ଦିନ ଧରି ଲଗାତର ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଉଛି । ଆଜି ଅର୍ଥାତ ମଙ୍ଗଳବାର ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ ଦର(Petrol Price)ରେ ବୃଦ୍ଧି ଘଟିଛି । କିନ୍ତୁ ଡିଜେଲ ଦର(Diesel Price)ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପଟେ ଆଜି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ-ଡିଜେଲ ଦରରେ(Petrol-Diesel Rate)ରେ ବୃଦ୍ଧି ରେକର୍ଡ କରାଯାଇଛି ।
ଅଧିକ ପଢ଼ନ୍ତୁ:-ବହୁତ ବଡ଼ ଖୁସି ଖବର ଦେଲା WHO
ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୧ ପଇସା, ୧୧ ପଇସା, ୧୧ ପଇସା, ୧୦ ପଇସା ବୃଦ୍ଧି କରିଛନ୍ତି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୧୬ ପଇସାର ବୃଦ୍ଧି ଘଟିଛି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପଟେ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୦୫ ପଇସାର ବୃଦ୍ଧି ଘଟିଛି ।
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୧.୭୩ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୮,୩୯ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୩,୨୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪.୭୪ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୨,୩୩ ଟଙ୍କା ରହିଛି ।
ଅଧିକ ପଢ଼ନ୍ତୁ:-ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?
ସେହିପରି ଡିଜେଲର ମୂଲ୍ୟ(Diesel Price) ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୩.୫୬ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୦.୧୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୭.୦୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୮.୮୭ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୦୮ ଟଙ୍କା ଦରରେ ବିକ୍ରି ହେଉଛି ।