PF ଖାତାଧାରୀଙ୍କୁ ଲାଗିବ ବଡ଼ ଝଟକା!
ବାସ୍ତବରେ, କୋରୋନା ସଙ୍କଟ ସମୟରେ ଲୋକମାନେ ଅଗ୍ରୀମ ଭାବରେ ବହୁ ପରିମାଣର PF ଟଙ୍କା ବାହାର କରି ନେଇଛନ୍ତି ଏବଂ ଏହି ଆର୍ଥିକ ବର୍ଷରେ ନିଯୁକ୍ତି ହ୍ରାସ ହେତୁ PF ଅବଦାନ ମଧ୍ୟ ହ୍ରାସ ପାଇଛି ।
ନୂଆଦିଲ୍ଲୀ: ଚଳିତ ବର୍ଷ ଲକ୍ଷ ଲକ୍ଷ PF ଖାତାଧାରୀଙ୍କୁ କ୍ଷତି ସହିବାକୁ ପରିପାରେ । କୋରୋନା ସଙ୍କଟ କାରଣରୁ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ଚଳିତ ଆର୍ଥିକ ବର୍ଷ ପାଇଁ ସୁଧ ହାର ହ୍ରାସ କରିପାରେ । ଉଲ୍ଲେଖନୀୟ ବିଷୟ ହେଉଛି, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାର ଚୂଡ଼ାନ୍ତ କରିବାକୁ EPFO ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ମାର୍ଚ୍ଚ ୪ରେ ବୈଠକ କରିବାକୁ ଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ବର୍ଷ ପାଇଁ ସୁଧ ହାର ଆହୁରି ହ୍ରାସ କରାଯାଇପାରେ । ଗତ ଆର୍ଥିକ ବର୍ଷରେ ସୁଧ ହାର ସାତ ବର୍ଷର ସର୍ବନିମ୍ନ ସ୍ତର ୮.୫ ପ୍ରତିଶତ ରହିଛି । ଶ୍ରୀନଗରରେ ହେବାକୁ ଥିବା ଏହି ବୈଠକ ପାଇଁ କୌଣସି ଅଫିସିଆଲ୍ ଏଜେଣ୍ଡା ଜାରି କରାଯାଇ ନାହିଁ, କିନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ବୈଠକରେ ସୁଧ ହାରକୁ ନେଇ ବିଚାର କରାଯାଇପାରେ ।
ଅଧିକ ପଢ଼ନ୍ତୁ:-ବଡ଼ ଖବର: ୩୩ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିଷାନ ନିଧି'ର ଟଙ୍କା!
ବାସ୍ତବରେ, କୋରୋନା ସଙ୍କଟ ସମୟରେ ଲୋକମାନେ ଅଗ୍ରୀମ ଭାବରେ ବହୁ ପରିମାଣର PF ଟଙ୍କା ବାହାର କରି ନେଇଛନ୍ତି ଏବଂ ଏହି ଆର୍ଥିକ ବର୍ଷରେ ନିଯୁକ୍ତି ହ୍ରାସ ହେତୁ PF ଅବଦାନ ମଧ୍ୟ ହ୍ରାସ ପାଇଛି । ଏହି ସମସ୍ତ କାରଣରୁ PF ର ମୋଟ ଜମା କମି ଯାଇଛି । ଯାହା ଫଳରେ ସ୍ୱାଭାବିକ ଭାବରେ ଏଥିରୁ ଆୟ ମଧ୍ୟ ହ୍ରାସ ପାଇବ ।
ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଜବାବ ଦେଲେ ପିଏମ ମୋଦି
ଇପିଏଫଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୦ ସୁଦ୍ଧା ୫୬.୬୭ ଲକ୍ଷ କ୍ଲେମ୍ ମାଧ୍ୟମରେ PF ରୁ ପ୍ରାୟ ୧୪,୩୧୦.୨୧ କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି । ଏପ୍ରିଲରୁ ଡିସେମ୍ବର ଯାଏ ୭୩,୨୮୮ କୋଟି ଟଙ୍କାରୁ ୧୯୭.୯୧ ଲକ୍ଷ ଟଙ୍କା ଫାଇନାଲ ସେଟଲମେଣ୍ଟ କରାଯାଇଛି, ଯେଉଁଥିରେ ଅଗ୍ରୀମ, ବୀମା ଏବଂ କର୍ମଚାରୀଙ୍କ ମୃତ୍ୟୁ ଉପରେ ଦିଆଯାଇଥିବା ପରିମାଣ ଇତ୍ୟାଦି ସାମିଲ ରହିଛି ।