ନୂଆଦିଲ୍ଲୀ: PFI Ban: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ବିବାଦୀୟ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସଂଗଠନ ବିରୋଧରେ ଗତ କିଛି ଦିନ ଧରି ସାରା ଦେଶରେ ଚଢ଼ାଉ ଚାଲିଥିଲା । ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି । PFI କୁ ଏକ ବେଆଇନ ସଂଗଠନ ଭାବରେ ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହାକୁ ବ୍ୟାନ୍ କରାଯାଇଛି । ଏହା ସହ ଏହି ସଂଗଠନ ସହ ଜଡିତ ଅନ୍ୟ ସମସ୍ତ ସଂସ୍ଥା ଉପରେ ମଧ୍ୟ ବ୍ୟାନ୍ ଲାଗିବ । ଏହାପୂର୍ବରୁ ଦେଶର ସମସ୍ତ ରାଜ୍ୟରେ ଏନଆଇଏ (NIA) ଦ୍ୱାରା ଏହି ସଂଗଠନର କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏଜେନ୍ସି ହାତକୁ ଲାଗିଛି । ଯେଉଁଥିରେ ଆତଙ୍କବାଦୀ ସହ ଲିଙ୍କ୍ ଥିବା ଅଭିଯୋଗ ମଧ୍ୟ ସାମିଲ ରହିଛି ।


COMMERCIAL BREAK
SCROLL TO CONTINUE READING

ରେହବ ଇଣ୍ଡିଆ ଫାଉଣ୍ଡେସନ (RIF), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (CFI), ଅଲ ଇଣ୍ଡିଆ ଇମାମ କାଉନସିଲ (AIIC), ନ୍ୟାସନାଲ କନଫେଡେରେସନ୍ ଅଫ୍ ହ୍ୟୁମନ୍ ରାଇଟ୍ସ ସଂଗଠନ (NCHRO), ନ୍ୟାସନାଲ ମହିଳା ଫ୍ରଣ୍ଟ, ଇମ୍ପାୟର ଫାଉଣ୍ଡେସନ, ରେହବ ଫାଉଣ୍ଡେସନ ଓ କେରଳ ସହିତ PFI ର ସହଯୋଗୀ ସଂଗଠନ ଓ ସଂସ୍ଥାଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସାରା ଦେଶରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, ତାହାକୁ ଅପରେସନ୍ ଅକ୍ଟୋପସ୍ ନାମ ଦିଆଯାଇଛି । ଏହା ଅଧୀନରେ ପ୍ରଥମେ ଦେଶର କେତେକ ରାଜ୍ୟରେ ଚଢ଼ାଉ କରାଯାଇଥିଲା, କିନ୍ତୁ ଏହା ପରେ ହଠାତ୍ ୧୫ଟି ରାଜ୍ୟରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ସମସ୍ତ ପିଏଫଆଇ ନେତାଙ୍କୁ ଗିରଫ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଅଧୀନରେ ସେପ୍ଟେମ୍ବର ୨୭ରେ ଦେଶର ୮ଟି ରାଜ୍ୟରେ ଏଜେନ୍ସିର ଇନପୁଟ ଉପରେ ଏଟିଏସ୍ ଓ ରାଜ୍ୟ ପୋଲିସ PFI ର ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ।


ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଏବଂ ଆସାମରେ ୧୭୦ରୁ ଅଧିକ PFI ସନ୍ଦିଗ୍ଧଙ୍କୁ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ କରାଯାଇଛି । ଆସାମ ଓ ମହାରାଷ୍ଟ୍ରରେ ୨୫ରୁ ଅଧିକ, ୟୁପିରେ ୫୭, ଦିଲ୍ଲୀରେ ୩୦, ମଧ୍ୟ ପ୍ରଦେଶରେ ୨୧, ଗୁଜୁରାଟରେ ୧୦ ଏବଂ କର୍ଣ୍ଣାଟକରେ ୮୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଏହି ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହାତକୁ ଲାଗିଛି ।


ଅଧିକ ପଢ଼ନ୍ତୁ:-ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ'ଣ ପଡ଼ିଥାଏ ପ୍ରଭାବ


ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍


ଅଧିକ ପଢ଼ନ୍ତୁ:-ରାଜସ୍ଥାନ ସଙ୍କଟ: ଗାନ୍ଧୀ ପରିବାରର ଦୁଇ ବିଶ୍ୱସ୍ତ, ନିର୍ବାହ କରୁଛନ୍ତି ଅଲଗା ଅଲଗା ଦାୟିତ୍ୱ, ଜଣେ ଯୋଡୁଛନ୍ତି, ଅନ୍ୟ ଜଣେ...ଜାଣନ୍ତୁ କିପରି


ପିଏଫ୍‌ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଗୃହ ମନ୍ତ୍ରଣାଳୟ କ୍ରମାଗତ ଭାବରେ ଏହି ମାମଲା ଉପରେ ନଜର ରଖିଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ଚଢ଼ାଉ ସମ୍ପର୍କରେ ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ଏନଆଇଏ ଡିଜି ଓ ଏନଏସଏ ଅଜିତ ଡୋଭାଲଙ୍କ ସମେତ ସମସ୍ତ ବଡ ଅଧିକାରୀ ଉପସ୍ଥିତ ଥିଲେ । କୁହାଯାଉଛି ଯେ,  ସେବେଠାରୁ PFI ଉପରେ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । PFI ର କ୍ୟାଡର, ପାଣ୍ଠି ଏବଂ ନେଟୱାର୍କ ସମ୍ବନ୍ଧୀୟ ରିପୋର୍ଟ ଦେଖିବା ପରେ ଗୃହ ମନ୍ତ୍ରଣାଳୟ ଶେଷରେ PFI କୁ ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କଲା ।