Advertisement
photoDetails0hindi

Peanut Side Effects: ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ'ଣ ପଡ଼ିଥାଏ ପ୍ରଭାବ

Peanut Side Effects: ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ତାହା ବିଷୟରେ...

 

1/6

Peanut Side Effects: ଚିନାବାଦାମ (Peanut) ରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ । ତେଣୁ ଚିନାବାଦାମକୁ ଗରିବଙ୍କ ବାଦାମ (Almond) କୁହାଯାଏ । କାରଣ ଏହାକୁ ଖାଇବା ବାଦାମ ପରି ଲାଭଦାୟକ ହୋଇଥାଏ । ଚିନାବାଦାମରେ ପ୍ରୋଟିନ୍, କାର୍ବସ୍, ଫାଇବର ଏବଂ ଫ୍ୟାଟି ଏସିଡର ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ, କିନ୍ତୁ ଏହା କିଛି ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ତାହା ବିଷୟରେ...

ଥାଇରଏଡ ପାଇଁ କ୍ଷତିକାରକ

2/6
ଥାଇରଏଡ ପାଇଁ କ୍ଷତିକାରକ

ଯଦି ଆପଣଙ୍କର ହାଇପୋଥାଇରଏଡ୍ (Hypothyroid) ଅଛି, ତେବେ ଚିନାବାଦାମ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଚିନାବାଦାମ ଖାଇବାରୁ TSH  (Thyroid-stimulating hormone) ର ସ୍ତରକୁ ବଢ଼ାଇଥାଏ, ଯାହା ହାଇପୋଥାଇରଏଡିଜିମକୁ ବଢ଼ାଇଥାଏ । ଅଧିକ ଚିନାବାଦାମ ଖାଇବା କ୍ଷତିକାରକ ହୋଇପାରେ । କିନ୍ତୁ  ଚିନାବାଦାମକୁ ଅଳ୍ପ ପରିମାଣରେ ଖାଇ ପାରିବେ ।

ଯକୃତ ସମସ୍ୟାକୁ ବଢ଼ାଇଥାଏ

3/6
ଯକୃତ ସମସ୍ୟାକୁ ବଢ଼ାଇଥାଏ

ଯଦି ଆପଣଙ୍କର ଯକୃତ ସମସ୍ୟା ଅଛି ତେବେ ଆପଣ ଚିନାବାଦାମ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଚିନାବାଦାମରେ ଥିବା ଉପାଦାନଗୁଡ଼ିକ ଯକୃତର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହାକୁ ଖାଇବା ଯକୃତ ଉପରେ ଖରାପ ପ୍ରଭାବ ପକାଇପାରେ । ଅଧିକ ଚିନାବାଦାମ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚିପାରେ । 

ଆଲର୍ଜିରେ ରୁହନ୍ତୁ ଦୂରେଇ

4/6
ଆଲର୍ଜିରେ ରୁହନ୍ତୁ ଦୂରେଇ

କିଛି ଲୋକଙ୍କୁ କିଛି ପ୍ରକାରର ଖାଦ୍ୟ ପାଇଁ ଆଲର୍ଜି ହୋଇଥାଏ । ଅନେକ ଲୋକଙ୍କୁ ଚିନାବାଦାମ ଖାଇଲେ ଆଲର୍ଜି ହୋଇଥାଏ । ଚିନାବାଦାମ ଯୋଗୁଁ ଆଲର୍ଜି ଥିବା ବ୍ୟକ୍ତିମାନଙ୍କର ନିଶ୍ୱାସ ପ୍ରଶ୍ୱାସ ଓ ଚର୍ମ ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ ଆଲର୍ଜି ଥିବା ବ୍ୟକ୍ତିମାନେ ଚିନାବାଦାମ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ପାର୍ବଣ ଋତୁରେ ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ସଙ୍କଟ: ଗାନ୍ଧୀ ପରିବାରର ଦୁଇ ବିଶ୍ୱସ୍ତ, ନିର୍ବାହ କରୁଛନ୍ତି ଅଲଗା ଅଲଗା ଦାୟିତ୍ୱ, ଜଣେ ଯୋଡୁଛନ୍ତି, ଅନ୍ୟ ଜଣେ...ଜାଣନ୍ତୁ କିପରି

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ ବିନା ଇଣ୍ଟରନେଟ ଓ ପିନରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ଓଜନ ବଢାଇଥାଏ

5/6
ଓଜନ ବଢାଇଥାଏ

ଚିନାବାଦାମରେ ପୁଷ୍ଟିକର ଖାଦ୍ୟ ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ସ୍ୱାସ୍ଥ୍ୟକର, କିନ୍ତୁ ଏଥିରେ ଥିବା ଚର୍ବି ଓଜନ ବଢ଼ାଇପାରେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଏକ ଡାଏଟରେ ଅଛନ୍ତି, ତେବେ ଚିନାବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ । ସ୍ପାଉଟ୍ସ ସହ ମିଶାଇ ବାଦାମକୁ ଅଳ୍ପ ପରିମାଣରେ ସେବନ କରିପାରିବେ ।

ଚିନାବାଦାମର ଉପକାରିତା

6/6
ଚିନାବାଦାମର ଉପକାରିତା

ଚିନାବାଦାମ ଖାଇବା ହୃଦୟ ପାଇଁ ଲାଭଦାୟକ ହୋଇଥାଏ । ଭଲ କୋଲେଷ୍ଟ୍ରଲ ବୃଦ୍ଧି କରୁଥିବା ପୋଷକତତ୍ତ୍ୱ ଚିନାବାଦାମରେ ମହଜୁଦ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟ୍ରଲ୍ର ପରିମାଣ ବଢ଼ିଯାଏ ଓ ଖରାପ କୋଲେଷ୍ଟ୍ରଲ୍ର ପରିମାଣ କମିଯାଏ । ଚିନାବାଦାମରେ ଅଲିଭ୍ ଓୟଲ ପରି ଭଲ ଫ୍ୟାଟ୍ ରହିଥାଏ, ଯାହା କ୍ଷତ ଓ ଫୁଲାକୁ ହ୍ରାସ କରିବାରେ କାମ କରେ । ଏଥିରେ ମ୍ୟାଗ୍ନେସିୟମ୍ ଥାଏ । ଯାହା ଇନସୁଲିନର ସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ କାମ କରେ । ମଧୁମେହକୁ ନିୟନ୍ତ୍ରଣ କରିବାରେ ଚିନାବାଦାମ ପ୍ରଭାବଶାଳୀ ହୋଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାମାନ୍ୟ ଜ୍ଞାନ ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)