ଜସ୍ମିନରେଖା ମହନ୍ତ, ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣର ମୁକାବିଲାକୁ ନେଇ ଦିନତୁ ଦିନ ଆସୁଛି ଖୁସି ଖବର। ଏବେ ଭାରତରେ କୋରୋନା ଟିକାର ଜରୁରୀ ବ୍ୟବବହାର ପାଇଁ ଫାଇଜର (Pfizer) ଅନୁମତି ମାଗିଛି। କିନ୍ତୁ ଏହି ଟିକା ଭାରତରେ ଫେଲ ମାରିବ ବୋଲି ଦେଶର ସର୍ବୋଚ୍ଚ ସରକାରୀ ହସ୍ପିଟାଲ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଦେଶରେ ଏକାଧିକ କମ୍ପାନୀର କୋରୋନା ଟିକା (Corona Vaccine) ର ପରୀକ୍ଷଣ ଚାଲିଛି। ଭାରତ ବାୟୋଟେକର ଟିକା ଶେଷ ପର୍ଯ୍ୟାୟରେ ଅଛି। ସେପଟେ ଫାଇଜର କମ୍ପାନୀ  ତାର କୋରୋନା (covid) ଟିକାର ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମାଗିଛି। ନିୟମ ଅନୁୟାୟୀ ଜରୁରୀ ବ୍ୟବହାର ପାଇଁ କମ୍ପାନୀ DCGIରେ ଆବେଦନ କରିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀକୁ ମଞ୍ଜୁରୀ ମିଳିନାହିଁ।


Also Read: କୋରୋନା ଟିକା କେବେ ଆସିବ, ଏମିତି କହିଲେ WHO ମୁଖ୍ୟ


ଆମେରିକୀୟ (American) କମ୍ପାନୀ ଫାଇଜର (Pfizer) ଦ୍ୱାରା ପ୍ରସ୍ତୁତ ଟିକାର ୯୫ ପ୍ରତିଶତ ସଫଳ ହୋଇଥିବା କମ୍ପାନୀ ଦାବି କରିଛି। ହେଲେ ପ୍ରଥମ ଥର ପାଇଁ ଏକ କମ୍ପାନୀ ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି। ଯଦି କମ୍ପାନୀକୁ ସରକାରୀ ମଞ୍ଜୁରୀ ମିଳିଯାଏ ତେବେ ଭ୍ୟାକ୍ସିନେସନ (vaccination) ପ୍ରକ୍ରିୟା ଆରମ୍ଭ ହୋଇଯିବ। କିନ୍ତୁ ଫାଇଜରକୁ ଭାରତରେ ମଞ୍ଜୁରୀ ମିଳିବା ମଧ୍ୟ ଏତେ ସହଜ ହେବ ନାହିଁ। 


କମ୍ପାନୀର ଦାବି ଅନୁସାରେ ଫାଇଜର ଟିକା ୯୫% ପ୍ରଭାବଶାଳୀ। ଏହି ଟିକା ମଣିଷ ଶରୀରରେ ରୋଗ ପ୍ରତିଷେଧକ ଶଳକ୍ତି ବଢ଼ାଇଥାଏ। ତେବେ ଜଣଙ୍କୁ କୋରୋନାରୁ ମୁକ୍ତ ହେବାକୁ ହେଲେ ଦୁଇଟି ଡୋଜରେ ନେବା ଜରୁରୀ। ଯାହାର ମୂଲ୍ୟ ପ୍ରାୟ ୩ ହଜାର ଟଙ୍କା। ଆମେରିକାରେ ବ୍ୟବହାର ପାଇଁ ଅନୁମତି ମଗାଯାଇଥିବା ବେଳେ ବ୍ରିଟେନ୍ ଫାଇଜରକୁ ମଞ୍ଜୁରୀ ଦେବା ସହ ପ୍ରାୟ ୪ କୋଟି ଟିକା ଅର୍ଡର ଦେଇସାରିଛି। 


Also Read: ଆସନ୍ତାବର୍ଷ ଆସିବ କୋରୋନା ଟିକା! ପ୍ରଥମେ କାହାକୁ ଦିଆଯିବ?


ଭାରତରେ ଅନୁମତି ମିଳିବା ପୂର୍ବରୁ ଫାଇଜର ଟିକା ବଣ୍ଟନ ପାଇଁ ରୋଡ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛି। ସେପଟେ  AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ଏହି ଆମେରିକୀୟ ଟିକାକୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ଫାଇଜର ଟିକା ସଫଳ ହେବନାହିଁ। କାରଣ ଏହାକୁ ସଂରକ୍ଷଣ କରି ରଖିବାକୁ ପ୍ରାୟ ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରା ଆବଶ୍ୟକ। ଯହା ଭାରତର ଅନେକ ସହରରେ ସେଭଳି କୌଣସି ଫ୍ରିଜର ନାହିଁ।