ଆମେରିକାରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା `ସ୍ୟାଲି`, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

`ସ୍ୟାଲି` ବାତ୍ୟା (Sally Hurricane) କୁ ଦୃଷ୍ଟିରେ ରଖି ସୋମବାର ଲୁସିଆନା, ମିସିସିପି ଏବଂ ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ।

Tue, 15 Sep 2020-10:18 pm,
1/7

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଆଉ ଏହି ମହାମାରୀର ସର୍ବାଧିକ ପ୍ରଭାବ ଆମେରିକା ଉପରେ ପଡ଼ିଛି । ଅନ୍ୟପଟେ କୋରୋନାର ତାଣ୍ଡବଲୀଳା ମଧ୍ୟରେ ଆମେରିକା ଉପରେ ଆଉ ଏକ ବଡ଼ ବିପଦ ମାଡ଼ି ଆସୁଛି । ଏହି ବିପଦର ନାଁ ହେଉଛି 'ସ୍ୟାଲି' (Sally Hurricane) । 

2/7

'ସ୍ୟାଲି' ବାତ୍ୟାକୁ ଦୃଷ୍ଟିରେ ରଖି ସୋମବାର ଲୁସିଆନା, ମିସିସିପି ଏବଂ ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) । ସେ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଅଞ୍ଚଳର ବାସିନ୍ଦା ସ୍ଥାନୀୟ ନେତା ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଏହି ୬ଟି ସରକାରୀ କମ୍ପାନୀକୁ ବନ୍ଦ କରୁଛନ୍ତି ମୋଦି ସରକାର

3/7

'ସ୍ୟାଲି' ବାତ୍ୟା ମଙ୍ଗଳବାର ସକାଳେ ଘଣ୍ଟା ପ୍ରତି ୮୫ କିଲୋମିଟର ବେଗରେ  ଉତ୍ତର ଗଲ୍ଫ କୋଷ୍ଟ ଆଡକୁ ଗତି କରୁଛି । ଏହା ଏକ ଭୟଙ୍କର ଝଡ଼ରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହି ବାତ୍ୟା ସହିତ ବର୍ଷା ଓ ଦୁଇ ଫୁଟ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । (ଫଟୋ-ଏପି)

4/7

ମିସିସିପିର ସେଣ୍ଟ୍ ଲୁଇସ୍ ବନ୍ଦରରେ କାରକୁ ବାଲୁକା ବ୍ୟାଗରେ କଭର କରି ତାକୁ ପାର୍କିଂ ସ୍ଥାନକୁ ନିଆଯାଉଛି । ଯେଉଁଠାରେ ତରଙ୍ଗ ତଳେ ରହିବ ବୋଲି ପୂର୍ବାନୁମାନ କରାଯାଇଛି । 'ସ୍ୟାଲି' ବାତ୍ୟା ଯୋଗୁଁ ଏହା ଆଶଙ୍କା କରାଯାଉଛି ଯେ ଏହି ବାତ୍ୟା କାରଣରୁ ସମୁଦ୍ରରେ ବହୁତ ଉଚ୍ଚ ତରଙ୍ଗ ସୃଷ୍ଟି ହେବ । (ଫଟୋ-ଏପି)

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା ପାଇବା ପାଇଁ ବିଜେପି ସାଂସଦ କେତେବେଳେ କରିଥିଲେ କାଦୁଅ ସ୍ନାନ ତ କେତେବେଳେ ନିଆଁ ମଧ୍ୟରେ ଧ୍ୟାନ, ଏବେ ହୋଇଛନ୍ତି ସଂକ୍ରମିତ

 

5/7

ବାତ୍ୟାର କ୍ଷୟକ୍ଷତିର ଆଶଙ୍କାକୁ ଦୃଷ୍ଟିର ରଖି ମିସିସିପିର ବିଲୋକ୍ସିରେ ଥିବା ଗୋଲଡେନ୍ ନଗେଟ୍ କ୍ୟାସିନୋକୁ ସୋମବାର ସମ୍ପୂର୍ଣ୍ଣ ଖାଲି କରାଯାଇଛି । ମିସିସିପି ଗେମିଂ କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । (ଫଟୋ-ଏପି)

6/7

ମିସିସିପିରେ 'ସ୍ୟାଲି' ଆସିବା ପୂର୍ବରୁ ସମୁଦ୍ର କୂଳରେ ବସି ଏକ ପରିବାର ଛୋଟ ତରଙ୍ଗ ଉପଭୋଗ କରୁଛି । ମଙ୍ଗଳବାର ସକାଳେ ମିସିସିପି ଉପକୂଳ ସହ  ସମ୍ଭବତଃ ଅନ୍ୟ ସ୍ଥାନରେ 'ସ୍ୟାଲି' ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆଶା କରାଯାଉଛି । (ଫଟୋ-ଏପି)

ଅଧିକ ପଢ଼ନ୍ତୁ:-ଶୁକ୍ର ଗ୍ରହରେ ମିଳିଲା ଜୀବନ !

7/7

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଲୁସିଆନା, ମିସିସିପି ଏବଂ ଆଲାବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଅଞ୍ଚଳର ବାସିନ୍ଦା ସ୍ଥାନୀୟ ନେତା ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ । ଅନ୍ୟପକ୍ଷେ କୋରୋନା ସଙ୍କଟର ସାମ୍ନା କରୁଥିବା ଆମେରିକା ଆଗରେ ଆଉ ବଡ଼ ବିପଦ ଆସିଛି ଛିଡ଼ା ହୋଇଛି । ଯାହା ଚିନ୍ତାର କାରଣ ପାଲଟିଛି । (ଫଟୋ-ଏପି) 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link