Allegations against Adani: ଉଦ୍ୟୋଗପତି ଗୌତମ ଆଦାନୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଏହି ତିନୋଟି ମାମଲାର ହେବ ଏକ କାଳୀନ ଶୁଣାଣୀ...
Allegations against Adani: ଆମେରିକାରେ ଉଦ୍ୟୋଗପତି ଗୌତମ ଆଦାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଲାଞ୍ଚ ଦେବା ଅଭିଯୋଗରେ ଏକ ବଡ଼ ଅପଡେଟ ଆସିଛି। ନ୍ୟୁୟର୍କର ଏକ ଅଦାଲତ ଏହି ତିନୋଟି ମାମଲାର ଏକକାଳୀନ ଶୁଣାଣି ସହିତ ଦୁଇଟି ଚାଲୁଥିବା ମାମଲା ଏବଂ ୨୬୫ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ଅଭିଯୋଗରେ ଅନ୍ୟ ଏକ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Allegations against Adani: ଆମେରିକାରେ ଉଦ୍ୟୋଗପତି ଗୌତମ ଆଦାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଲାଞ୍ଚ ଦେବା ଅଭିଯୋଗରେ ଏକ ବଡ଼ ଅପଡେଟ ଆସିଛି। ନ୍ୟୁୟର୍କର ଏକ ଅଦାଲତ ଏହି ତିନୋଟି ମାମଲାର ଏକକାଳୀନ ଶୁଣାଣି ସହିତ ଦୁଇଟି ଚାଲୁଥିବା ମାମଲା ଏବଂ ୨୬୫ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ଅଭିଯୋଗରେ ଅନ୍ୟ ଏକ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଦାଲତ ଦେଇଥିବା ଆଦେଶରେ କୁହାଯାଇଛି ଯେ ସମସ୍ତ ତିନୋଟି ମାମଲାର ସମାନ କୋର୍ଟରେ ଏକାଠି ଶୁଣାଣି କରାଯିବା ଉଚିତ୍। ଏହି ତିନୋଟି ମାମଲା ସମାନ ଅଭିଯୋଗ ଏବଂ କାରବାର ସହ ଜଡିତ ଥିବା କୋର୍ଟ ଜାଣିବାକୁ ପାଇଛି।
କୌଣସି ବିବାଦକୁ ଏଡାଇବା ପାଇଁ ଏକକାଳୀନ ଶୁଣାଣି କରାଯିବ: ଏହି ମାମଲାଗୁଡିକ ବିଚାରଧୀନ ରଖାଯାଇଛି। ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ ଅଭିଯୋଗ ସହ ଜଡିତ ନାଗରିକ ତଥା ଅପରାଧିକ ମାମଲା ଆମେରିକାର ଜିଲ୍ଲା ଜଜ୍ ଗାରୁଫିସ୍ଙ୍କୁ ହସ୍ତାନ୍ତର କରାଯାଇଛି। ଏହି ମାମଲାଗୁଡ଼ିକ ଏକାଠି ଶୁଣାଣି ହେବ କିନ୍ତୁ ଅଲଗା ରହିବ। ଏହାର ଅର୍ଥ ହେଉଛି ସିଭିଲ ଏବଂ ଅପରାଧିକ ମାମଲାର ଶୁଣାଣି ପରେ ସମାନ କୋର୍ଟ ନିର୍ଦ୍ଦେଶ ଜାରି କରିବେ।
ଆମେରିକାର ଜଷ୍ଟିସ ବିଭାଗର ମୁଖପାତ୍ର କହିଛନ୍ତି ଯେ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସିଭିଲ ମାମଲା ଏବଂ ନ୍ୟୁୟର୍କର ପୂର୍ବ ଜିଲ୍ଲା ନିକଟରେ ଦାଖଲ ହୋଇଥିବା ଅପରାଧିକ ମାମଲା ବର୍ତ୍ତମାନ ଜଣେ ବିଚାରପତିଙ୍କୁ ଦିଆଯାଇଛି। କିନ୍ତୁ ଦୁଇଟି ମାମଲା ମିଶ୍ରିତ ହୋଇନାହିଁ। ରିପୋର୍ଟ ଅନୁସାରେ ନଭେମ୍ବରରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ(Gautam Adani) ଙ୍କୁ ଆମେରିକାର ଓକିଲମାନେ ଲାଞ୍ଚ ଦେବାନେଇ ଅଭିଯୋଗ କରିଥିଲେ। ସେପଟେ ଏହି ଖବର ପରେ ଷ୍ଟକ୍ ମାର୍କେଟରେ ଆଦାନୀ ଗ୍ରୁପ୍ ର ଷ୍ଟକରେ ହ୍ରାସ ଦେଖିବାକୁ ମିଳିଛି।
ପୁରା ଖବର କ'ଣ? ନିକଟରେ ଗୌତମ ଆଦାନୀ ଏବଂ ତାଙ୍କର କିଛି ସହଯୋଗୀ ଆମେରିକାରେ ସୋଲାର ଏନର୍ଜି ଏଗ୍ରୀମେଣ୍ଟ ପାଇବା ପାଇଁ ପ୍ରାୟ ୨୩୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଥିଲା। ଆମେରିକାର ଓକିଲମାନେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ତଥ୍ୟ ନିବେଶକ ଏବଂ ଆମେରିକୀୟ ବ୍ୟାଙ୍କମାନଙ୍କଠାରୁ ଲୁଚାଯାଇଛି। ଆଦାନୀ ଗ୍ରୁପ୍ ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଥିଲା। ଆଦାନୀ ଗୃପ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସେମାନେ ସର୍ବଦା ନିୟମ ପାଳନ କରନ୍ତି ଏବଂ ଏହିପରି କିଛି କରିନାହାଁନ୍ତି।