Gold News: ଚୀନର ଭାଗ୍ୟ ଫିଟିଲା, ହାତରେ ଲାଗିଲା ଏତେ ବଡ଼ ଖଣି
ଚୀନର ଏକ ବଡ ଲଟେରୀ ଲାଗିଛି । ଏହା ବିଶ୍ୱର ସର୍ବବୃହତ ସୁନାର ଭଣ୍ଡାର ହାସଲ କରିଛି । ଯାହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚାଇନାର ଏହି ସୁନା ଖଣି କେନ୍ଦ୍ରୀୟ ଚାଇନାର ୱାଙ୍ଗୁ ଗୋଲ୍ଡଫିଲ୍ଡରେ ରହିଛି । ଏକ ଆକଳନ ଅନୁଯାୟୀ, ଏଠାରେ ପ୍ରାୟ ୧ ହଜାର ମେଟ୍ରିକ୍ ଟନ୍ ଉଚ୍ଚମାନର ସୁନା ଥାଇପାରେ ବୋଲି ଦାବି କରାଯାଉଛି।
ଖବର ଅନୁଯାୟୀ, ପିଗଜିଆଙ୍ଗ ଜିଲ୍ଲାର ଉତ୍ତର-ପୂର୍ବରେ ପ୍ରାୟ ୨ କିଲୋମିଟର ଗଭୀରତାରେ ୪୦ ଟି ସୁନା ଖଣି ବିଷୟରେ ସୂଚନା ମିଳିଛି। ପ୍ରାରମ୍ଭିକ ଖନନ ସମୟରେ ଏହି ଖଣିଗୁଡ଼ିକରୁ ୩୦୦ ଟନ୍ ସୁନା ମିଳିଛି । ଗଭୀରକୁ ଯାଇ ଅଧିକ ଖନନ କରିବା ପରେ ଅଧିକ ସୁନା ମିଳିପାରେ ବୋଲି ବିଶ୍ୱାସ କରାଯାଉଛି ।
ଅଧିକ ଡ୍ରିଲ୍ କରାଯିବା ପରେ ସୁନା ସ୍ପଷ୍ଟ ଦେଖାଯାଉଥିଲା । ଏହା ବ୍ୟତୀତ ଡ୍ରିଲ୍ ସାଇଟର ପାରିପାର୍ଶ୍ୱିକ ଅଞ୍ଚଳରେ ମଧ୍ୟ ସୁନା ମଧ୍ୟ ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପରବର୍ତ୍ତୀ ଖନନ ଦ୍ୱାରା ସୁନାର ବୃହତ ଭଣ୍ଡାର ହାସଲ ହୋଇପାରେ । ଯଦି ସୁନା ଭଣ୍ଡାର ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର ହୁଏ, ତେବେ ଏହା ୬୦୦ ବିଲିୟନ ୟୁଆନରୁ ଅଧିକ କିମ୍ବା ପ୍ରାୟ ୬୫ ବିଲିୟନ (ପ୍ରାୟ ୬,୯୧,୪୭୩ କୋଟି) ଆୟ କରିପାରିବ।
ସୁନା ଭଣ୍ଡାରର ଆବିଷ୍କାର ସମଗ୍ର ବିଶ୍ୱରେ ଚାଲିଥିବା ସମୟରେ ସୁନାର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ୱାଙ୍ଗୁ ଗୋଲ୍ଡଫିଲ୍ଡ ଚୀନ୍ ପାଇଁ ପ୍ରମୁଖ ଖଣି ଅଞ୍ଚଳ ବୋଲି ବିବେଚନା କରାଯାଉଛି । ଚୀନ୍ ସରକାର ଏଠାରେ ଖଣିଜ ପଦାର୍ଥର ଅନୁସନ୍ଧାନରେ ପ୍ରାୟ ୧୦୦ ମିଲିୟନ୍ ୟୁଆନ୍ ବିନିଯୋଗ କରୁଛନ୍ତି।
ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ଚୀନ୍ ବିଶ୍ୱର ପ୍ରାୟ 10% ସୁନା ଉତ୍ପାଦନ କରୁଛି । ଖଣି ଏବଂ ଧାତୁ ଉତ୍ପାଦନ (ଇଲେକ୍ଟ୍ରୋନିକ୍ସ ଏବଂ ବ୍ୟାଟେରୀ ଟେକ୍ନୋଲୋଜି) କ୍ଷେତ୍ରରେ ଚୀନ୍ ଏକ ଅଗ୍ରଣୀ ଦେଶ ଭାବେ ବିବେଚନା କରାଯାଉଛି । ଏଥିସହ, ଖଣି ପ୍ରକ୍ରିୟାରୁ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପ୍ରୟାସ ସହିତ ଖଣି ପ୍ରଯୁକ୍ତିର ବିକାଶ ତଥା ରପ୍ତାନିରେ ଚୀନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଏହି ସୁନା ଖଣି ଆଜି ପର୍ଯ୍ୟନ୍ତ ସବୁଠୁ ବଡ ସୁନା ଖଣି ହୋଇଥିବା ଅନୁମାନ କରାଯାଉଛି । ଯାହା ଦକ୍ଷିଣ ଆଫ୍ରିକାର ଦକ୍ଷିଣ ଦୀପ ଖଣିରୁ ମିଳିଥିବା 900 ମେଟ୍ରିକ୍ ଟନ୍ ସୁନା ଭଣ୍ଡାରଠାରୁ ମଧ୍ୟ ଅଧିକ । ଏହି ରିଜର୍ଭ ପରବର୍ତ୍ତୀ ଖନନରେ ଆହୁରି ବୃଦ୍ଧି ପାଇପାରେ ।