ନିର୍ବାଚନ ମଧ୍ୟରେ ଆମେରିକାକୁ ଚେତାବନୀ ଦେଲା ଚୀନ, `ତାଇୱାନ ସହିତ ଚୁକ୍ତି ଶେଷ କର ନଚେତ୍...`

ବାସ୍ତବରେ ଆମେରିକା ତାଇୱାନ ସହିତ ସାମରିକ ଚୁକ୍ତି କରିଛି । ଯାହା ଅଧୀନରେ ଆମେରିକା ତାଇୱାନକୁ ୬୦୦ କୋଟି ଡଲାରର ସଶସ୍ତ୍ର ଡ୍ରୋନ୍ ବିକ୍ରି କରୁଛି ।

Tamal Bakchi/ତମାଲ ବାକଚି Nov 05, 2020, 13:45 PM IST
1/6

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ଏହି ସମୟରେ ଚୀନ୍ ଆମେରିକାକୁ ଚେତାବନୀ ଦେଇଛି । ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେବିନ କହିଛନ୍ତି ଯେ, ଯଦି ତାଇୱାନ ସହ ୬୦ କୋଟି ଡଲାର (ପ୍ରାୟ ୪୪ ଶହ କୋଟି) ମୂଲ୍ୟର ସାମରିକ ଅସ୍ତ୍ର ବିକ୍ରୟ ଚୁକ୍ତି ଆମେରିକା ବାତିଲ ନକରେ, ତେବେ ସେ ଆମେରିକା ବିରୋଧରେ କଠୋର ପଦକ୍ଷେପ ନେଇପାରେ ।

 

2/6

ବାସ୍ତବରେ ଆମେରିକା ତାଇୱାନ ସହିତ ସାମରିକ ଚୁକ୍ତି କରିଛି । ଯାହା ଅଧୀନରେ ଆମେରିକା ତାଇୱାନକୁ ୬୦୦ କୋଟି ଡଲାରର ସଶସ୍ତ୍ର ଡ୍ରୋନ୍ ବିକ୍ରି କରୁଛି । କୁହାଯାଉଛି ଯେ ତାଇୱାନ ଆମେରିକାରୁ ଅସ୍ତ୍ର ପାଇବା ପରେ ତାଇୱାନକୁ ନିଜର ସାମରିକ ଶକ୍ତି ଏବଂ ରାଜନୈତିକ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ ।

3/6

ଆମେରିକା ଏବଂ ତାଇୱାନ ଚୁକ୍ତିରେ ଚୀନ୍ ଏଥିପାଇଁ ବିରୋଧ କରୁଛି କାରଣ ଚାଇନା ବର୍ଷ ବର୍ଷ ଧରି ତାଇୱାନକୁ ନିଜର ବୋଲି ମନେ କରୁଛି ଏବଂ ଏହାକୁ ଦଖଲ କରିବାକୁ ଅନେକ ଥର ଧମକ ଦେଇସାରିଛି । ୧୯୪୯ ମସିହାରେ ଗୃହଯୁଦ୍ଧ ସମୟରେ ତାଇୱାନ ଚୀନ୍ ଠାରୁ ଅଲଗା ହୋଇଥିଲା । ଏହି ଘଟଣା ପରଠାରୁ ଚୀନ୍ ଏବଂ ତାଇୱାନ ମଧ୍ୟରେ ବିବାଦ ଜାରି ରହିଛି।

4/6

ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେବିନ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାକୁ ତାଇୱାନ ସହ ସାମରିକ ଚୁକ୍ତି ବାତିଲ କରିବା ଉଚିତ । ତାଇୱାନ ଚୀନ୍‌ର ଏକ ଅଂଶ ଏବଂ ଆମେ କୌଣସି ବିଦେଶୀ ଶକ୍ତିର ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ । ଯଦି ତାଇୱାନକୁ ଅସ୍ତ୍ର ବିକ୍ରୟ ପାଇଁ ଆମେରିକା ଏହି ଚୁକ୍ତିନାମାକୁ ବାତିଲ କରେ ନାହିଁ, ତେବେ ଏହା ଚୀନ୍ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନଷ୍ଟ କରିଦେବ ଏବଂ ତାଇୱାନ ଚାଇନାରେ ଶାନ୍ତି ଉପରେ ପ୍ରଭାବ ପକାଇପାରେ ।

ଅଧିକ ପଢ଼ନ୍ତୁ:-ଆମେରିକାରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

 

5/6

ଉଲ୍ଲେଖନୀୟ କଥା ହେଉଛି, ଗତ ସପ୍ତାହରେ ଆମେରିକା ତାଇୱାନକୁ ୨୩୭ କୋଟି ଡଲାରର ହାର୍ପୁନ୍ କ୍ଷେପଣାସ୍ତ୍ର ବିକ୍ରୟ କରିବାକୁ ରାଜି ହୋଇଥିଲା । ତା’ପରେ ଚୀନ୍ ଏହି ଚୁକ୍ତିକୁ ଦୃଢ଼ ବିରୋଧ କରିଥିଲା । ଏପରିକି ଅସ୍ତ୍ରଶସ୍ତ୍ର ଯୋଗାଣ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚୀନ୍ ଧମକ ଦେଇଥିଲା ।

6/6

ଆମେରିକାର ହାର୍ପୁନ କ୍ଷେପଣାସ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ବୋଲି ମନେ କରାଯାଏ । ଏହି କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜକୁ ନଷ୍ଟ କରିବା ସହିତ ଭୂତଳ ଟାର୍ଗେଟ କରିବାର ଦମ୍ ରଖିଥାଏ । ଏହି କ୍ଷେପଣାସ୍ତ୍ରରେ ଏକ ଜିପିଏସ୍ ସିଷ୍ଟମ ମଧ୍ୟ ଅଛି ଯାହା ସଠିକ୍ ଆକ୍ରମଣରେ ସାହାଯ୍ୟ କରିଥାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link