କୋରୋନା ଟୀକା ବଣ୍ଟନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି

ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କୋରୋନା ଟୀକା ଉପରେ ଚର୍ଚ୍ଚା କରିଛନ୍ତି ।

Tamal Bakchi/ତମାଲ ବାକଚି Oct 29, 2020, 11:09 AM IST
1/8

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତରେ କୋରୋନା ଭୂତାଣୁ (Coronavirus) ସଙ୍କଟ ଜାରି ରହିଛି । ଏହି ସମୟରେ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତି ପାଇଁ ଦିନରାତି କାର୍ଯ୍ୟରେ ଲାଗିଛନ୍ତି ବୈଜ୍ଞାନିକମାନେ । ବର୍ତ୍ତମାନ ଭାରତରେ ମଧ୍ୟ କୋରୋନାର ଅନେକ ଟୀକା ଉପରେ ପରୀକ୍ଷା ଚାଲିଛି । ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଏକ ବଡ଼ ବୟାନ ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ ଯେତେବେଳେ ଭାରତରେ କୋଭିଡ-19 ଟୀକା (COVID-19 Vaccine) ଉପଲବ୍ଧ ହେବ ସେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ଏହି ଟୀକା ଦିଆଯିବ । ଏଥିରୁ କାହାକୁ ବାଦ୍ ଦିଆଯିବ ନାହିଁ ।

2/8

ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କୋରୋନା ଟୀକା ଉପରେ ଚର୍ଚ୍ଚା କରିଛନ୍ତି । ଟୀକା ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "ମୁଁ ଦେଶକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଦେଶରେ ଏହି ଟୀକା ଉପଲବ୍ଧ ହେବା ମାତ୍ରେ ସମସ୍ତଙ୍କୁ ଦିଆଯିବ । କାହାକୁ ବାଦ୍ ଦିଆଯିବ ନାହିଁ ।"

3/8

କୋରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ ସରକାର ଠିକ୍ ସମୟରେ ନେଇଥିବା ନିଷ୍ପତ୍ତି ଏବଂ ଲୋକଙ୍କ ସାହାଯ୍ୟରେ ଅନେକ ଜୀବନ ରକ୍ଷା କରାଯାଇପାରିଛି । ଲକଡାଉନ୍ ଲଗାଇବା ଏବଂ ତା’ପରେ ଅନଲକ୍ ପ୍ରକ୍ରିୟାରେ ଯିବା ସମ୍ପୂର୍ଣ୍ଣ ସଠିକ୍ ସମୟ ଥିଲା ।

4/8

ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କୋରୋନା ଭାଇରସ ସଙ୍କଟ ଏବେ ବି ଜାରି ରହିଛି, ଏଭଳି ପରିସ୍ଥିତିରେ ଲୋକମାନେ ସତର୍କ ରହିବା ଉଚିତ । ପର୍ବ ଦିନରେ ଲୋକମାନେ ଅଧିକ ସଜାଗ ରହିବା ଉଚିତ । ଏହି ସମୟରେ କୌଣସି ପ୍ରକାରର ଅବସାବଧାନତା ଅବଲମ୍ୱନ କରିବା ଅନୁଚିତ । 

ଅଧିକ ପଢ଼ନ୍ତୁ:-ରାଜଧାନୀ ଦିଲ୍ଲୀରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

5/8

ଟୀକା ବଣ୍ଟନ ପାଇଁ ବର୍ତ୍ତମାନ ଭାରତ ସରକାର ପ୍ରସ୍ତୁତ କରୁଛନ୍ତି । ଯାହାଫଳରେ ସମୟ ଆସିଲେ ସମଗ୍ର ଦେଶରେ ଏହି ଟୀକା ଉପଲବ୍ଧ ହୋଇପାରିବ । ଏକ ଆକଳନ ଅନୁଯାୟୀ, ସମସ୍ତ ଦେଶବାସୀଙ୍କୁ ଟୀକା ଯୋଗାଇବା ପାଇଁ ସରକାର ପ୍ରଥମେ ୫୦  ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଜେଟ୍ ରଖିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଟୀକା ଦେବା ପାଇଁ ୩୮୫ ଟଙ୍କା ଖର୍ଚ୍ଚ ହେବ ।

ଅଧିକ ପଢ଼ନ୍ତୁ:-ଯିଏ ଦେଇଛି ସମଗ୍ର ଦୁନିଆକୁ କୋରୋନା, ସେ ହିଁ ଦେବ ପ୍ରଥମ ଟୀକା !

6/8

ତେବେ ଏହା ଏପର୍ଯ୍ୟନ୍ତ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ କିମ୍ବା ଭାରତ ସରକାରଙ୍କ ଦ୍ୱାରା କୌଣସି ସରକାରୀ ଯୋଜନା ଘୋଷଣା କରାଯାଇ ନାହିଁ । କିନ୍ତୁ ଦେଶର ବୈଜ୍ଞାନିକମାନେ ଏହି ଟୀକା ପ୍ରସ୍ତୁତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏବଂ ଟୀକା ପରୀକ୍ଷା ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି ।

7/8

ବାସ୍ତବରେ, ବିହାର ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ନିଜର ଘୋଷଣାପତ୍ରରେ ଘୋଷଣା କରିଛି ଯେ କ୍ଷମତାକୁ ଆସିବା ପରେ କୋଭିଡ-19 ଭ୍ୟାକ୍ସିନ ସମସ୍ତ ବିହାରୀଙ୍କୁ ମାଗଣାରେ ପ୍ରଦାନ କରିବ । ଯାହା ପରେ ଅନେକ ପ୍ରକାରର ପ୍ରଶ୍ନ ଆରମ୍ଭ ହୋଇଥିଲା । ରାଜନୈତିକ ଦଳମାନେ ସରକାରଙ୍କ କୋଭିଡ ଟୀକା ଯୋଜନାକୁ ଟାର୍ଗେଟ କରି ଏହାକୁ ନିର୍ବାଚନ ସୁବିଧା ସହ ଯୋଡିଥିଲେ ।

ଅଧିକ ପଢ଼ନ୍ତୁ:-ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

8/8

ତେବେ ବିଜେପି ସଫେଇ ଦେଇଥିଲା ଯେ, ଭାରତ ସରକାର ତରଫରୁ ଯେପରି ରାଜ୍ୟ ସରକାରଙ୍କୁ ଭ୍ୟାକ୍ସିନ ଦିଆଯିବ, ଏହା ପରେ ବିଜେପିର ସରକାର ରାଜ୍ୟ ସରକାର ସ୍ତରରେ ଲୋକଙ୍କୁ ମାଗଣାରେ ଯୋଗାଇ ଦେବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link