କେନ୍ଦ୍ର କର୍ମଚାରୀଙ୍କୁ କେତେ ମିଳିବ ଦୀପାବଳି ବୋନସ, ଜାଣନ୍ତୁ ସରକାରଙ୍କ ଗଣିତ
ଆପଣଙ୍କୁ ଜଣାଇଦେଉଛୁ ଯେ, ୩୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରେ ଭାରତୀୟ ରେଳ, ଡାକ, ପ୍ରତିରକ୍ଷା, ଇପିଏଫଓ ଏବଂ ଇଏସଆଇସି ସମେତ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନର ୧୬.୯୭ ଲକ୍ଷ ଅଣ-ଗେଜେଟେଡ୍ କର୍ମଚାରୀ ସାମିଲ ଅଛନ୍ତି ।
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର (Central Government) ୩୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ (Diwali Bonus) ଘୋଷଣା କରିଛନ୍ତି । ଏହା ମାଧ୍ୟମରେ କର୍ମଚାରୀ (government employees) ଙ୍କୁ ମୋଟ ୩,୭୩୭ କୋଟି ଟଙ୍କା ବୋନସ୍ ମିଳିବ । ଏବେ ପ୍ରଶ୍ନ ହେଉଛି ଯେ, କିଏ କେତେ ବୋନସ୍ ପାଇବେ । ଅର୍ଥ ମନ୍ତ୍ରଣାଳୟ ଏହାର ସମ୍ପୂର୍ଣ୍ଣ ଗଣିତକୁ ବ୍ୟାଖ୍ୟା କରିଛି । ଆସନ୍ତୁ ଆମେ ବିସ୍ତୃତ ଭାବରେ ଜାଣିବା...
ଅଣ-ଉତ୍ପାଦକତା ଲିଙ୍କ୍ଡ ବୋନସ୍ (PLB) ଗଣନା ପାଇଁ ଅର୍ଥ ମନ୍ତ୍ରଣାଳୟ ୭,୦୦୦ ଟଙ୍କା ସୀମା ଧାର୍ଯ୍ୟ କରିଛି । ବୋନସ୍ ହିସାବର ଏହି ସୀମା ସହିତ କର୍ମଚାରୀ ସର୍ବାଧିକ ୬,୯୦୮ ଟଙ୍କା ବୋନସ୍ ପାଇବାକୁ ଯୋଗ୍ୟ ହେବେ । ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୟ ବିଭାଗ ଏ ବିଷୟରେ ସୂଚନା ଦେଇଛି ।
ଆପଣଙ୍କୁ ଜଣାଇଦେଉଛୁ ଯେ, ୩୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରେ ଭାରତୀୟ ରେଳ, ଡାକ, ପ୍ରତିରକ୍ଷା, ଇପିଏଫଓ ଏବଂ ଇଏସଆଇସି ସମେତ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନର ୧୬.୯୭ ଲକ୍ଷ ଅଣ-ଗେଜେଟେଡ୍ କର୍ମଚାରୀ ସାମିଲ ଅଛନ୍ତି । ସରକାର ସେମାନଙ୍କୁ ମଧ୍ୟ ବୋନସ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ:-ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?
ଏଭଳି କର୍ମଚାରୀଙ୍କୁ ବୋନସ ଦେବାରୁ ସରକାରଙ୍କ ଉପରେ ୨,୭୯୧ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ । ଏଥି ସହିତ କେନ୍ଦ୍ର ସରକାରଙ୍କ ୧୩.୭୦ ଲକ୍ଷ କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯିବ । ଏହାଦ୍ୱାରା ସରକାରଙ୍କ ଉପରେ ୯୪୬ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି ବୋନସ୍ ସିଧାସଳଖ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଟ୍ରାନ୍ସ,ଫର କରାଯିବ । ଖୁବ ଶୀଘ୍ର କର୍ମଚାରୀମାନଙ୍କୁ ବୋନସ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଆର୍ମେନିଆ ବିରୋଧରେ ଆଜେରବାଇଜାନ ସହିତ ପାକିସ୍ତାନ-ତୁର୍କୀ, ଜାଣନ୍ତୁ କ'ଣ ରହିଛି ଭାରତର ଆଭିମୁଖ୍ୟ ?
କେନ୍ଦ୍ର ସରକାର ମନେ କରନ୍ତି ଯେ କର୍ମଚାରୀମାନେ ପର୍ବ ସମୟରେ ଖର୍ଚ୍ଚ କରିବାକୁ ପ୍ରୋତ୍ସାହିତ ହେବେ ଏବଂ ଏହା ଅର୍ଥ ବ୍ୟବସ୍ଥାରେ ଚାହିଦା ବଢ଼ାଇବ ।