ଗ୍ଲୋବାଲ ଟାଇମ୍ସର ଚାଞ୍ଚଲ୍ୟକର ତଥ୍ୟ: ଯୁଦ୍ଧ ହେଲେ ହାରିବ ଭାରତ

ଚୀନର କମ୍ୟୁନିଷ୍ଟ ରାଜନୈତିକ ଦଳ ସହିତ ସାମିଲ ଥିବା ମାଗାଜିନ ଗ୍ଲୋବାଲ ଟାଇମ୍ସ ଭାରତ ଓ ଚୀନ ମଧ୍ୟରେ ତିକ୍ତତାକୁ ନେଇ ବେଶ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି।

1/5

ମାଗାଜିନର ମୁଖ୍ୟ ରିପୋର୍ଟର ତଥା ଓପିନିୟନ ରାଇଟର ଓ୍ୱାଙ୍ଗ ଓ୍ୱେନଓ୍ୱେନ ଏକ ଆଲେଖ୍ୟରେ ଲେଖିଛନ୍ତି ଯେ, ଏହି ତଥ୍ୟ ଭାରତର ଜଣେ ପ୍ରମୁଖ ରାଜନେତା ଦେଇଥିବା ତଥ୍ୟ ଆଧାରରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି କି, ପାକିସ୍ତାନ ଓ ଚୀନ ସହିତ ଭାରତ କେବେ ଯୁଦ୍ଧ କରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିସାରିଛନ୍ତି। 

 

2/5

ଗ୍ଲୋବାଲ ଟାଇମ୍ସରେ ଉଲ୍ଲେଖ ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶର ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହଙ୍କ ଦାବି ଅନୁଯାୟୀ ପାକିସ୍ତାନ ଓ ଚୀନ ସହିତ ଯୁଦ୍ଧ ହେଲେ ଭାରତର ବିଜୟ ହେବ ବୋଲି ଭାରତବାସୀଙ୍କର ବିଶ୍ୱାସ ରହିଛି। ସେପଟେ କିନ୍ତୁ ଓ୍ୱାଙ୍ଗ ଓ୍ୱେନଓ୍ୱେନଙ୍କ କହିବା ମୁତାବକ ସେନା ସହିତ ଭାରତ ଠାରୁ ଅନ୍ୟ ପ୍ରମୁଖ କ୍ଷେତ୍ରରେ ମଧ୍ୟ ଚୀନ ବେଶ ମଜବୁତ ରହିଛି। ଯାହା ଫଳରେ ଭାରକୁ ହରାଇବା ଅତ୍ୟନ୍ତ ସହଜ ସାଧ୍ୟ ହେବ ବୋଲି ସେ  କହିଛନ୍ତି। 

 

3/5

ଗ୍ଲୋବାଲ ଟାଇମ୍ସରେ ଲେଖାଯାଇଛି ଯେ, ରାଜନୈତିକ ଦୃଷ୍ଟି କୋଣରୁ ଭାରତ ଏକ ଶକ୍ତିଶାଳ ରାଷ୍ଟ୍ର ହୋଇପାରେ, କିନ୍ତୁ ଚୀନ ସହିତ ଯୁଦ୍ଧ ହେଲେ ପରାଜୟ ସୁନିଶ୍ଟିତ ବୋଲି ତଥ୍ୟ ଉପସ୍ଥାପନ କରାଯାଇଛି। ଚୀନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ହେଲେ ଏକ ସବୁଜ ସଂକେତ ପ୍ରଦାନ କରିବାର ଅଛି। ମାତ୍ର ଯୁଦ୍ଧ ପ୍ରିୟ ବାର୍ତ୍ତା ପ୍ରଦାନ କରି ସମ୍ପର୍କକୁ ଆହୁରି ଖରାପ କରୁଛି। 

 

4/5

ଗ୍ଲୋବାଲ ଟାଇମ୍ସ ଆଲେଖ୍ୟରେ ଏହା ମଧ୍ୟ କୁହାଯାଇଛି ଯେ ଉତ୍ତରପ୍ରଦେଶର ବିଜେପି ମୁଖ୍ୟ ସରକାରୀ ଭାବେ ପ୍ରତିନିଧିତ୍ୱ କରୁନାହାଁନ୍ତି। ନା ସେମାନଙ୍କର ସାମରିକ ବ୍ୟାପାର କିମ୍ବା ସରକାର ଦାୟିତ୍ୱ ନାହିଁ। ତେଣୁ ଯେତେବେଳେ ସେ ଯୁଦ୍ଧ ବିଷୟରେ କହିଥିଲେ ସେତେବେଳେ ସେ ଶକ୍ତି ରାଜନୀତି ବିଷୟରେ କହୁଥିଲେ।

 

5/5

ୱାଙ୍ଗ ୱେନୱେନ୍ ପ୍ରବନ୍ଧରେ କହିଛନ୍ତି ଯେ ଯଦି ଭାରତ ଯୁଦ୍ଧରେ ଜିତିବାକୁ ଚାହୁଁଛି, ତେବେ କୋରୋନା ବିରୋଧରେ ଯୁଦ୍ଧରେ ଜିତିବା ଉପରେ ଧ୍ୟାନ ଦେବା ଉଚିତ। ଦୁର୍ଭାଗ୍ୟର ବିଷୟ, ଭାରତ ଏକ ବଡ ପରାଜୟର ସାମ୍ନା କରିଛି। କୋରୋନା ସଂକ୍ରମଣରେ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ଏବଂ ମାମଲା ଏବେ ମଧ୍ୟ ବୃଦ୍ଧି ପାଉଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link