Top 10 Richest Men in India 2024: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ, ଏମାନେ ହେଉଛନ୍ତି ଭାରତର ୧୦ ଶ୍ରେଷ୍ଠ ଧନୀ

Top 10 Richest Indian Persons 2024: ନିକଟରେ ହୁରୁନ ଦ୍ୱାରା ଦେଶର ଧନୀ ତାଲିକା ପ୍ରକାଶ ପାଇଛି। ଚଳିତ ଥର ମୁକେଶ ଅମ୍ବାନୀଙ୍କୁ ଧନୀ ସ୍ଥାନରୁ ହଟାଇଛନ୍ତି ଗୌତମ ଆଦାନୀ। ତେବେ, ଆସନ୍ତୁ ଜାଣିବା ଭାରତର ୧୦ ଜଣ ଧନୀଙ୍କ ବିଷୟରେ। କାହା ପାଖରେ ଅଛି କେତେ କୋଟିର ସମ୍ପତ୍ତି।

Narmada Behera Fri, 30 Aug 2024-2:13 pm,
1/10

ହୁରୁନ ଇଣ୍ଡିଆ ରିପୋର୍ଟରେ ପ୍ରକାଶ ପାଇଛି ଧନୀ ତାଲିକା। ଧନୀ ତାଲିକାରେ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଆଦାନୀ। ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୧,୧୬୧,୮୦୦ କୋଟି ଟଙ୍କା।

ALSO READ: Entertainment News: ସମୁଦ୍ରରେ ମସ୍ତି ବେଳେ ଆସିଲା ହୃଦଘାତ, ପାଣିରେ ବୁଡ଼ିଯାଇ ଅଭିନେତା ମୃତ

2/10

ଦ୍ବୀତିୟ ସ୍ଥାନରେ ରହିଛନ୍ତି ମୁକେଶ୍ ଅମ୍ବାନୀ। ମୁକେଶଙ୍କ ସମ୍ପତ୍ତିର ମୂଲ୍ୟ ୧,୦୧୪,୭୦୦ କୋଟି।

3/10

ତୃତୀୟ ସ୍ଥାନରେ ଅଛନ୍ତି ଏଚସିଏଲ୍ ଟେକନୋଲୋଜିର ମାଲିକ ଶିବ୍ ନାଦର। ତାଙ୍କ ସମ୍ପତ୍ତିର ମୂଲ୍ୟ ୩୧୪.୦୦୦। 

4/10

ଚତୁର୍ଥ ସ୍ଥାନରେ ଅଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମାଲିକ (ମ୍ୟାନେଜିଙ୍ଗ୍ ଡିରେକ୍ଟର)  ସାଇରସ୍ ଏସ୍ ପୁନାୱାଲା। ତାଙ୍କ ସମ୍ପତ୍ତିର ମୂଲ୍ୟ ୨୮୯,୮୦୦ କୋଟି।

5/10

ପଞ୍ଚମ ସ୍ଥାନର ଧନୀ ତାଲିକାରେ ଅଛନ୍ତି (Sun Pharmaceuticals) ସନ୍- ଫାର୍ମାସ୍ୟୁଟିକାଲ ମାଲିକ ଦିଲୀପ ଶାଙ୍ଗଭି। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୨୪୯,୯୦୦ କୋଟି। 

6/10

ଷଷ୍ଠ ସ୍ଥାନରେ ଅଛନ୍ତି କୁମାର ମଙ୍ଗଲମ୍ ବିର୍ଲା । ତାଙ୍କ ମୋଟ୍ ସମ୍ପତ୍ତିର  ମୂଲ୍ୟ ୨୩୫,୨୦୦ କୋଟି ହେବ। 

7/10

ସପ୍ତମ ସ୍ଥାନରେ ଅଛନ୍ତି ହିନ୍ଦୁଜା ଗ୍ରୁପର  ମାଲିକ ଗୋପୀଚାନ୍ଦ -ହିନ୍ଦୁଜା । ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୧୯୨,୭୦୦ କୋଟି। 

8/10

ଅଷ୍ଟମ ସ୍ଥାନରେ ରହିଛନ୍ତି ଆଭେନ୍ୟୁ ସୁପରମାର୍ଟର ରାଧାକୃଷ୍ଣ ଦମାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ ୧୯୦,୯୦୦ କୋଟି। 

9/10

ନବମ ସ୍ଥାନରେ ଅଛନ୍ତି ୱିପ୍ରୋର ଅଜିମ ପ୍ରେମଜୀ । ମୋଟ୍ ସମ୍ପତ୍ତିର ମୂଲ୍ୟ ୧୯୦,୭୦୦ କୋଟି ଅଟେ। 

10/10

ଦଶମ ସ୍ଥାନରେ ଅଛନ୍ତି ବଜାଜ୍ ଅଟୋର ମାଲିକ ନୀରଜ୍ ବଜାଜ୍। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୧୬୨,୮୦୦ କୋଟି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link