କୋରୋନାକୁ ନେଇ ବହୁତ ବଡ଼ ଖବର ଦେଲା WHO

WHO on Coronavirus: ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି ଆକଳନ ଅର୍ଥ ହେଉଛି ଯେ `ଦୁନିଆର ଜନସଂଖ୍ୟାର ଏକ ବଡ଼ ଅଂଶ ବିପଦରେ ଅଛି ।`

Tamal Bakchi/ତମାଲ ବାକଚି Tue, 06 Oct 2020-1:11 pm,
1/10

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବୈଶ୍ୱିକ ମହାମାରୀ କୋରୋନାକୁ ନେଇ ଏକ ବଡ଼ ଖବର ପ୍ରଦାନ କରିଛି । WHO ଲିଡର୍ସଙ୍କ ଏକ ସ୍ୱତନ୍ତ୍ର ବୈଠକରେ ସଂଗଠନ କହିଛି ଯେ, ବିଶ୍ୱର ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ କୋରୋନା ଭୂତାଣୁ (Coronavirus) ସଂକ୍ରମିତ ହୋଇଥାଇ ପାରନ୍ତି ।

2/10

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଏହି ଆକଳନ ଅର୍ଥ ହେଉଛି ଯେ "ଦୁନିଆର ଜନସଂଖ୍ୟାର ଏକ ବଡ଼ ଅଂଶ ବିପଦରେ ଅଛି । 

3/10

ବର୍ତ୍ତମାନ ପର୍ଯ୍ୟନ୍ତ, ବିଶ୍ୱରେ ୧୫୦ରୁ ଅଧିକ ଦେଶରେ ୩.୫ କୋଟି ଲୋକ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ତେବେ, WHO କହିଛି ଯେ ସଂକ୍ରମଣର ପ୍ରକୃତ ଆକଳନ ପ୍ରାୟ ୮୦ କୋଟି ହୋଇପାରେ ।

ଅଧିକ ପଢ଼ନ୍ତୁ:-ହାଥରସରେ ଆଉ ଏକ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ

4/10

ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି କହିଆସୁଛନ୍ତି ଯେ, ରେକର୍ଡ ହେଉଥିବା ସଂକ୍ରମଣ ସଂଖ୍ୟା ଅପେକ୍ଷା ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ ।

5/10

WHO ର ବୈଠକ ସ୍ୱିଜରଲ୍ୟାଣ୍ଡର ଜେନେଭା ସ୍ଥିତ ମୁଖ୍ୟାଳୟରେ ହୋଇଛି । ଯେଉଁଥିରେ ବିଶ୍ୱର ଦେଶଗୁଡ଼ିକର ମହାମାରୀକୁ କିପରି ମୁକାବିଲା କରାଯିବ ସେନେଇ ଆଲୋଚନା କରାଯାଇଛି ।

6/10

ଗତ ବର୍ଷ ଚୀନ୍‌ର ୱୁହାନରେ କୋରୋନା ଭତାଣୁ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ମାସର ଏକ ଦୀର୍ଘ ସମୟ ଅତିବାହିତ ହୋଇଯାଇଛି କିନ୍ତୁ ଏହି ମହାମାରୀ ଶେଷ ହେବା ପରି ମନେ ହେଉନାହିଁ ।

7/10

ଏହି ରୋଗକୁ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ କୋହଳ କରିବା ପରେ କେତେକ ଦେଶରେ ମହାମାରୀର ଦ୍ୱିତୀୟ ୱେବ୍ ବା ତରଙ୍ଗ ଦେଖିବାକୁ ମିଳିଛି । କେତେକ ଦେଶରେ ସଂକ୍ରମିତ ସଂଖ୍ୟା ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି ।

8/10

WHO ର ସ୍ୱାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକ୍ ରିଆନ୍ ଆକଳନ କରିଛନ୍ତି ଯେ, ବିଶ୍ୱର ୧୦ ପ୍ରତିଶତ ଲୋକ କୋରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି ।

 

9/10

ସେ କହିଛନ୍ତି, ବିଭିନ୍ନ ଦେଶ, ସହର ଏବଂ ଗ୍ରାମ ଏବଂ ବିଭିନ୍ନ ଗୋଷ୍ଠୀ ଉପରେ ଆଧାର କରି ଏହି ସଂଖ୍ୟା ଭିନ୍ନ ଅଟେ । କିନ୍ତୁ ଏହାର ଅର୍ଥ ହେଉଛି ବିଶ୍ୱର ଏକ ବଡ ଭାଗ ବିପଦରେ ଅଛି । ଆମେ ଜାଣୁ ଯେ ମହାମାରୀ ଜାରି ରହିବ, କିନ୍ତୁ ଆମେ ଜାଣୁ ଯେ ଏହି ସମୟରେ ସଂକ୍ରମଣକୁ ରୋକିବା ଏବଂ ଜୀବନ ରକ୍ଷା କରିବା ପାଇଁ ଆମର ଉପାୟ ଅଛି ।

10/10

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡୋନମ୍ ଗ୍ରିବ୍ରିୟସ୍ କହିଛନ୍ତି ଯେ, ପୃଥିବୀର ବିଭିନ୍ନ ଦେଶରେ ଏହି ଭତାଣୁ ଭିନ୍ନ ଭାବରେ ପ୍ରଭାବ ପକାଉଛି ଏବଂ ମହାମାରୀର ମୁକାବିଲା ପାଇଁ ସମସ୍ତେ ଏକାଠି ହେବା ଉଚିତ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link