Airbus Beluga in Mumbai Airport: ନଭେମ୍ବର ୨୨ ତାରିଖ ମଙ୍ଗଳବାର ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଅବତରଣ କରିଥିଲା ବିଶ୍ୱର ସବୁଠାରୁ ବଡ ମାଲବାହକ ବିମାନ ସୁପର ଟ୍ରାନ୍ସପୋର୍ଟର ଏୟାରବସ୍ ବେଲୁଗା। ନିଜର ଆକାର ପାଇଁ ଏହି ବିମାନ, ମୁମ୍ବାଇ ବିମାନବନ୍ଦର କର୍ମଚାରୀ ଏବଂ ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମାଲବାହକ ବିମାନ A300-600ST ସୁପର ଟ୍ରାନ୍ସପୋର୍ଟର ଭାବରେ ମଧ୍ୟ ଜଣାଶୁଣା। ଏୟାରବସ୍ ବେଲୁଗା ଅଧିକ ପରିମାଣର ଏୟାର କାର୍ଗୋ ପରିବହନ ପାଇଁ ଏକ ନିଆରା ଉପାୟ ପ୍ରଦାନ କରିଥାଏ।।


COMMERCIAL BREAK
SCROLL TO CONTINUE READING

ବିମାନ ନିର୍ମାତ କମ୍ପାନୀ ଏୟାରବସ୍ (Aerospace Company Airbus) ୱେବସାଇଟ୍ ଅନୁଯାୟୀ, ଏହି ମାଲବାହକ ବିମାନ (Cargo Plane) ୧୯୯୦ ଦଶକ ମଧ୍ୟଭାଗରୁ ସଂସ୍ଥାର ନିଜସ୍ୱ ଶିଳ୍ପ ଜନିତ ଏୟାରଲିଫ୍ଟ (Airlift) ଆବଶ୍ୟକତାକୁ ପୂରଣ କରିଆସୁଛି। ଧୀରେ ଧୀରେ ଏହି ବିମାନର ଛଅଟି ନୂତନ ପିଢି ଦ୍ୱାରା ଏହାକୁ ବେଲୁଗା ଏକ୍ସଏଲ୍ (Airbus Beluga XL) ସଂସ୍କରଣ ଦ୍ୱାରା ବଦଳାଯାଉଛି।


ମୁମ୍ବାଇସ୍ଥିତ (Mumbai) ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (Chhatrapati Shivaji Maharaj International Airport) ସିଏସମଆଇଏ (CSMIA) ପକ୍ଷରୁ ଏହି ବିମାନର କିଛି ଫଟୋ ଟ୍ୱିଟ କରାଯାଇଛି। ଏୟାରବସ୍ ବେଲୁଗା ବିମାନ (Airbus Beluga Cargo Plane) ଫଟୋ ସାମ୍ନାକୁ ଆସିବା ଏହା ସମସ୍ତଙ୍କୁ ଚକିତ କରିଦେଇଛି। ଏନେଇ ଟ୍ୱିଟ କରି କୁହାଯାଇଛି ଏୟାରବସ୍ ବେଲୁଗା ସୁପର ଟ୍ରାନ୍ସପୋର୍ଟର (Airbus Beluga Super Transporter) ମୁମ୍ବାଇ ବିମାନ ବନ୍ଦର (Mumbai Airport) ଠାରେ ନିଜର ପ୍ରଥମ ଉପସ୍ଥିତି ଦେଖାଇ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।



ସୁପର ଟ୍ରାନ୍ସପୋର୍ଟର ଏୟାରବସ୍ ବେଲୁଗା ବିଶ୍ୱର ସବୁଠାରୁ ବଡ ମାଲବାହକ ବିମାନ ମଧ୍ୟରୁ ଅନ୍ୟତମ। ଏହି ବିମାନର ଅଗ୍ରଭାଗ ବେଲୁଗା ହ୍ୱେଲ (Beluga Whale) ଭଳି ଦେଖିବାକୁ। ମାଲବାହକ ବିମାନ ଏୟାରବସ୍ ବେଲୁଗା ମହାକାଶ, ଶକ୍ତି, ସାମରିକ, ବୈମାନିକ,  ସାମୁଦ୍ରିକ ଏବଂ ମାନବିକ କ୍ଷେତ୍ର ସହିତ ବିଭିନ୍ନ କ୍ଷେତ୍ରରେ ବହୁଳ ମାଲ ପରିବହନ ସମସ୍ୟାର ସମାଧାନ ପ୍ରଦାନ କରିଥାଏ।


Also Read: Russia Ukraine War: ପୁଣି ଥରେ ଉଡାଣ ଭରିବ ବିଶ୍ୱର ସର୍ବବୃହତ୍ତ ବିମାନ, ଖର୍ଚ୍ଚ ହେବ ୪୧ ଆରବ


ଏୟାରବସ୍ ୱେବସାଇଟ୍ ଅନୁଯାୟୀ ଏହି ବିମାନର ଲମ୍ବ ହେଉଛି ୫୬ ମିଟର ଏବଂ ଚଉଡା ୪୫ ମିଟର। ଗତ ରବିବାର ଏହି ବିମାନ କୋଲକାତାସ୍ଥିତ (Kolkata) ନେତାଜୀ ସୁଭାଷଚନ୍ଦ୍ର ବୋଷ ବିମାନ ବନ୍ଦରରେ (Netaji Subhash Chandra Bose International Airport) ଅବତରଣ କରିବା ସହ ସଙ୍ଗେ ସଙ୍ଗେ ସହର ଭିତର ତଥା ବାହାରେ ଲୋକଙ୍କ ପାଇଁ ଏକ ପ୍ରଦର୍ଶନୀରେ ପରିଣତ ହୋଇଥିଲା। ହ୍ୱେଲ ଆକୃତିର ଏହି ବିମାନ ଇନ୍ଧନ ଭରିବା ଏବଂ ଏହାର ଚାଳକ ଦଳ କର୍ମଚାରୀଙ୍କ ଆରାମ ପାଇଁ ରାତି ପ୍ରାୟ ୧୨.୩୦ ସମୟରେ ଅହମ୍ମଦାବାଦ ଠାରୁ କୋଲକାତା ବିମାନ ବନ୍ଦରରେ ପହଞ୍ଚିଥିଲା।


ଏନେଇ କୋଲକାତା ବିମାନ ବନ୍ଦର (Kolkata Airport) ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, "ଦେଖ, କିଏ ଫେରିଆସିଛି! ଏହା ପୁଣି ସେହି ବ୍ଲୁ ହ୍ୱେଲ! " ବିଶ୍ୱର ସବୁଠାରୁ ବଡ଼ ବିମାନ ମଧ୍ୟରୁ ଅନ୍ୟତମ ଏୟାରବସ୍ ବେଲୁଗା ଏହାର ଚାଳକ ଦଳ ସଦସ୍ୟଙ୍କ ଆରାମ ଏବଂ ଇନ୍ଧନ ଭରିବା କୋଲକାତା ବିମାନ ବନ୍ଦରରେ ଅବତରଣ କରିଛି। ଏହି ବିମାନ ପରେ ଥାଇଲ୍ୟାଣ୍ଡ ଅଭିମୁଖେ ଉଡ଼ାଣ ଭରିଥିଲା।